ETV Bharat / sitara

କେବିସି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଲା ଏନସିପି

କେବିସିରେ ଭୁଲବଶତଃ ଛତ୍ରପତି ଶିବାଜୀ ମହାରାଜଙ୍କ ନାମ ଶିବାଜୀ ନେଇଥିବାରୁ ବିବାଦ ଘେରରେ ଅମିତାଭ ବଚ୍ଚନ ଓ ତାଙ୍କ ଶୋ’ କେବିସି । କ୍ଷମା ପ୍ରାର୍ଥନା କଲା ସୋନି ଚ୍ୟାନେଲ ।

author img

By

Published : Nov 9, 2019, 2:14 AM IST

ଡିଜାଇନ ଫଟୋ

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର କାର୍ଯ୍ୟକର୍ତ୍ତା ବିଗ ବିଗ ଅମିତାଭ ବଚ୍ଚନ ଓ ତାଙ୍କ ରିୟାଲିଟି ଶୋ ‘କୌନ ବନେଗା କରୋଡପତି’ର ବିରୋଧ ପ୍ରଦର୍ଶନ କରିଛନ୍ତି । ମୁମ୍ବାଇରେ ସୋନି ଚ୍ୟାନେଲ ଅଫିସ ବାହାରେ ପୋଲିସ ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ଶୁକ୍ରବାର ଦେଖିବାକୁ ମିଳିଥିଲା । ଏବେ ସୋନି ଚ୍ୟାନେଲ ଅଫିସ ବାହାରେ ପୋଲିସ ମୁତୟନ ମଧ୍ୟ କରାଯାଇଛି ।

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦ୍ବାରା ଏହି ବିରୋଧ ପ୍ରଦର୍ଶନ କରାଯିବାର କାରଣ ହେଲା କି କେବିସିରେ ଶିବାଜୀ ମହାରାଜ ନାମକୁ ନେଇ ଅପମାନ କରାଯାଇଥିଲା । ପୁରା କଥାଟି ହେଲା ଯେ କେବିସି ଶୋ’ରେ ଛତ୍ରପତି ଶିବାଜୀ ମହାରାଜଙ୍କ ନାମ କେବଳ ଶିବାଜୀ ରୂପେ ନିଆଯାଇଥିଲା । ଗତ ବୁଧବାର ପ୍ରସାରିତ ହୋଇଥିବା ଏପିସୋଡର ପ୍ରଶ୍ନରେ ପଚରାଯାଇଥିଲା ଯେ ମୋଗଲ ଶାସକ ଔରଙ୍ଗଜେବଙ୍କ ସମକାଳୀନ କିଏ ଥିଲେ ? ଏହାର ଅପସନରେ ମହାରାଣା ପ୍ରତାପ, ରାଣା ସାଙ୍ଗା, ମହାରାଜା ରଞ୍ଜୀତ ସିଂ ଓ ଶିବାଜୀ ଲେଖା ହୋଇଥିଲା । ଯାହାଦ୍ବାରା ଲୋକଙ୍କ ଭାବନାକୁ ଆଘାତ ପହଞ୍ଚିଥିଲା ।

ପ୍ରକାଶ ଥାଉକି, ଏବେ ସୋନି ଚ୍ୟାନେଲ ଏହି ଭୁଲ ପାଇଁ ଲୋକଙ୍କୁ କ୍ଷମା ମାଗିଛି । ଆଉ ଏକ ବୟାନ ଜାରି କରି ସୋନି ପକ୍ଷରୁ କୁହାଯାଇଛି, ‘ବୁଧବାର କେବିସି ଏପିସୋଡ ସମୟରେ ଭୁଲ ବଶତଃ ଛତ୍ରପତି ଶିବାଜୀ ମହାରାଜଙ୍କ ନାମ ଭୁଲରେ ଲେଖାଯାଇଥିଲା । ଏହାପାଇଁ ଆମ ଅନୁତାପ କରୁଛୁ । ଆମେ ଦର୍ଶକଙ୍କ ଭାବନାକୁ ଦୃଷ୍ଟିରେ ରଖି କ୍ଷମା ପ୍ରାର୍ଥନା କରୁଛୁ ।’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.