ନୂଆଦିଲ୍ଲୀ: ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲତା ହେ’ ଫେମ୍ ଅଭିନେତା କରନ ମେହେରା ଏବଂ ତାଙ୍କ ପତ୍ନୀ ନିଶା ରାୱଲଙ୍କ ମଧ୍ୟରେ ଝଗଡା ଦିନକୁ ଦିନ ବଢିବାରେ ଲାଗିଛି। ଏପରିକି ଉଭୟ ପରସ୍ପରକୁ ଖୋଲାଖୋଲି ଭାବେ ଦାୟୀ କରୁଛନ୍ତି।
ଗୋଟିଏ ପଟେ ଯେଉଁଠାରେ ନିଶା ତାଙ୍କ ସ୍ବାମୀଙ୍କ ଅନ୍ୟ କାହା ସହ ସମ୍ପର୍କ ଥିବା ବିଷୟରେ କହିଥିଲେ, ଅନ୍ୟପଟେ କରଣ କହିଛନ୍ତି ଯେ, ନିଶା (bipolar)ମାନସିକ ଅସୁସ୍ଥ ଅଟନ୍ତି, ତାଙ୍କୁ ବେଳେବେଳେ ରାଗ ଆସିଯାଏ ଏବଂ ସେ କିଛି ମଧ୍ୟ କରିଦିଅନ୍ତି ।
ଗଣମାଧ୍ୟମ ଆଗରେ ନିଶା କହିଛନ୍ତି ଯେ, ଦିଲ୍ଲୀର ଜଣେ ଝିଅ ସହିତ କରଣ ରିଲେସନସିପରେ ଅଛନ୍ତି । ଯେତେବେଳେ ସେ ଚଣ୍ଡିଗଡ଼ ଯାଆନ୍ତି ସେତେବେଳେ ସେ ସେହି ଝିଅକୁ ଭେଟନ୍ତି । ନିଶା ଏହା ମଧ୍ୟ ଦାବି କରିଛନ୍ତି ଯେ ସେ ଉଭୟଙ୍କ ମେସେଜ ପଢିଛନ୍ତି ଏବଂ ଏପରିକି ଦୁହିଁଙ୍କୁ ଏକାଠି ଦେଖିଛନ୍ତି। ଏହାସହିତ ନିଶା କହିଛନ୍ତି ଯେ କରଣ ମଧ୍ୟ ଏହି କଥାକୁ ସ୍ବିକାର କରିଛନ୍ତି ଯେ ସେ ସେହି ଝିଅକୁ ଭଲ ପାଆନ୍ତି ଏବଂ ଉଭୟଙ୍କ ଶାରୀରିକ ସମ୍ପର୍କ ଅଛି।
ଯାହାପରେ କରଣ ନିଶାଙ୍କ ଏହିସବୁ ବୟାନକୁ ମିଥ୍ୟା ବୋଲି ପ୍ରକାଶ କରିଛନ୍ତି ।
କରଣ କହିଛନ୍ତି - ନିଶାଙ୍କ ସମସ୍ତ ଅଭିଯୋଗ ମିଥ୍ୟା ଏବଂ ଭୁଲ ଅଟେ । ମୁଁ କାହା ସହିତ ରିଲେସନସିପରେ ନାହିଁ ।
କରଣ ଏହା ମଧ୍ୟ କହିଛନ୍ତି ଯେ, ନିଶା ଗତ ତିନିବର୍ଷ ଧରି ଅଜବ ବ୍ୟବହାର କରିଆସୁଛନ୍ତି, ସେ (bipolar)ମାନସିକ ରୂପେ ଅସୁସ୍ଥ ଅଟନ୍ତି । ଏପ୍ରିଲରେ ସେ କହିଥିଲେ ଯେ ଆମେ ଅଲଗା ହୋଇଯିବା ଉଚିତ୍। ମୁଁ ଶେଷରେ ରାଜି ହେଲି । ନିଶାଙ୍କ ଆଚରଣ ସର୍ବଦା ଭୟଙ୍କର ଥିଲା। ଯେତେବେଳେ ସେ ରାଗିଯାଆନ୍ତି, ସେ ମାରପିଟ କରନ୍ତି ।
ପ୍ରକାଶ ଥାଉ ଯେ, ଅନ୍ୟପକ୍ଷରେ ନିଶା କହିଥିଲେ ଯେ କରଣ ଶିଶୁର ଦାୟିତ୍ବ ନେବାକୁ ଚାହୁଁନଥିଲେ। ଯେତେବେଳେ ସେ ତାଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ସେ ହିଂସ୍ର ହୋଇଯାଉଥିଲେ ଏବଂ ସେ ମଧ୍ୟ ତାଙ୍କୁ ମାରପିଟ ମଧ୍ୟ କରୁଥିଲେ।