ମୁମ୍ବାଇ: ପୁଣି ଥରେ ବାପା ହେଲେ କମେଡି କିଙ୍ଗ କପିଲ ଶର୍ମା। ଏଥର ଘରକୁ ଜୁନିୟର କପିଲ ଆଣିଛନ୍ତି ପତ୍ନୀ ଗିନ୍ନି ଚତରଥ। ଏନେଇ ଖୋଦ୍ କପିଲ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏହାପରେ ଉଭୟ ପତି ଓ ପତ୍ନୀଙ୍କୁ ଚାରିଆଡୁ ଛୁଟିଥିଲା ଶୁଭେଚ୍ଛାର ସୁଅ।
-
Namaskaar 🙏 we are blessed with a Baby boy this early morning, by the grace of God Baby n Mother both r fine, thank you so much for all the love, blessings n prayers 🙏 love you all ❤️ginni n kapil 🤗 #gratitude 🙏
— Kapil Sharma (@KapilSharmaK9) February 1, 2021 " class="align-text-top noRightClick twitterSection" data="
">Namaskaar 🙏 we are blessed with a Baby boy this early morning, by the grace of God Baby n Mother both r fine, thank you so much for all the love, blessings n prayers 🙏 love you all ❤️ginni n kapil 🤗 #gratitude 🙏
— Kapil Sharma (@KapilSharmaK9) February 1, 2021Namaskaar 🙏 we are blessed with a Baby boy this early morning, by the grace of God Baby n Mother both r fine, thank you so much for all the love, blessings n prayers 🙏 love you all ❤️ginni n kapil 🤗 #gratitude 🙏
— Kapil Sharma (@KapilSharmaK9) February 1, 2021
''ଆଜି ସକାଳେ ଆମେ ପୁତ୍ର ସନ୍ତାନ ଲାଭ କରିଛୁ। ଭଗବାନଙ୍କ ଆର୍ଶୀବାଦରୁ ଉଭୟ ମା ଓ ନବଜାତ ଶିଶୁପୁତ୍ର ସୁସ୍ଥ ଅଛନ୍ତି। ଭଲପାଇବା, ଆର୍ଶୀବାଦ ଓ ପ୍ରାର୍ଥନା ପାଇଁ ନିଜର ଶହଶହ ପ୍ରଶଂସକ ଓ ଶୁଭଚିନ୍ତକଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣାଉଛି'' ବୋଲି କପିଲ ଟ୍ବିଟ କରିଛନ୍ତି।
ଗତ ସପ୍ତାହରେ କପିଲ ଟ୍ବିଟରେ ଘରକୁ ନୂଆ ଅତିଥି ଆସୁଛନ୍ତି ବୋଲି ଜଣାଇଥିଲେ। ଏହାସହ କିଛିଦିନ ପାଇଁ ସେ ତାଙ୍କର ଶୋ 'କମେଡି ନାଇଟ୍ସ ୱିଥ୍ କପିଲ' ବନ୍ଦ ହେବ ବୋଲି ସୂଚନା ଦେଇଥିଲେ।
ଏହି ଖବର ଶୁଣିବା ପରେ ଫ୍ୟାନ୍ସ ମାନେ କପିଲଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। କପିଲ ତାହାର ଉତ୍ତରରେ କହିଥିଲେ ଏହି କିଛି ଦିନ ପାଇଁ ସୋ ଅଫ୍ ଏୟାର ହେବ। ବର୍ତ୍ତମାନ ମୁଁ ଘରେ ରହି ଆମର ଦ୍ବିତୀୟ ସନ୍ତାନଙ୍କୁ ସ୍ବାଗତ କରିବା ପାଇଁ ପତ୍ନୀଙ୍କୁ ସମୟ ଦେବାକୁ ଚାହୁଁଛି।
ସୂଚନା ଥାଉକି, 2018 ମସିହା ଡିସେମ୍ବରରେ ଗିନ୍ନି ଚତରଥଙ୍କୁ ବିବାହ କରିଥିଲେ କପିଲ ଶର୍ମା। 2019 ଡିସେମ୍ବର 10 ରେ ଉଭୟ କନ୍ୟା ସନ୍ତାନର ପିତାମାତା ହୋଇଥିଲେ। ସେମାନଙ୍କ ଝିଅ ନାଁ ଅନାୟରା ।