ETV Bharat / sitara

‘ତମାଶା’ର ଟିଜର ରିଲିଜ, ରୋନିଙ୍କ ସହ ହିମାଂଶୀଙ୍କ କେମେଷ୍ଟ୍ରି

author img

By

Published : Jun 3, 2020, 6:41 PM IST

ଗୁରୁବାର ରିଲିଜ ହେବ ଆସୀମ ରିୟାଜଙ୍କ କଥିତ ଗାର୍ଲଫ୍ରେଣ୍ଡ ହିମାଂଶୀଙ୍କ ନୂଆ ମ୍ୟୁଜିକ ଭିଡିଓ ‘ତମାଶା’ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିମାଂଶୀ ଖୁରାନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିମାଂଶୀ ଖୁରାନା

ମୁମ୍ବାଇ: ବିଗ ବସ 13ର ଫେମସ ପ୍ରତିଯୋଗୀ ତଥା ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା ବର୍ତ୍ତମାନ ନିଜ ଲଭଲାଇଫକୁ ନେଇ ଚର୍ଚ୍ଚା । ବିଗ ବସ ହାଉସରେ ଆସୀମ ରିୟାଙ୍କ ସହ ତାଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ଯାହାପରେ ଦୁଇଜଣଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ପ୍ରାୟ ମିଳୁଛି । ଇତିମଧ୍ୟରେ ତାଙ୍କ ନୂଆ ପ୍ରୋଜେକ୍ଟ ଫ୍ୟାନ୍ସଙ୍କୁ ଖୁବ୍ ଉତ୍ସାହିତ କରି ରଖିଛି । ବିଗ ବସ ପରେ ସେ ଅନେକ ପ୍ରୋଜେକ୍ଟରେ ନଜର ଆସିସାରିଲେଣି । ଆଉ ଏବେ ସେ ନିଜର ନୂଆ ମ୍ୟୁଜିକ ଭିଡିଓକୁ ନେଇ ଚର୍ଚ୍ଚାରେ ।

ତାଙ୍କ ନୂଆ ଗୀତ ‘ତମାଶା’ର ଟିଜର ଭିଡିଓ ନିକଟରେ ରିଲିଜ କରାଯାଇଥିଲା । ଆସନ୍ତା କାଲି (ଗୁରୁବାର) । ଏହି ଗୀତରେ ହିମାଂଶୀଙ୍କ ରୋନି ସିଂ ନଜର ଆସୁଛନ୍ତି । ଟିଜରଟିକୁ ଦେଖି ଜଣାପଡୁଛି ଯେ ଗୀତଟି ପ୍ରେମ,ଝଗଡା ଏବଂ ରୋମାଞ୍ଚରେ ଭରପୁର । ସେହିପରି ରୋନିଙ୍କ ସହ ହିମାଂଶୀଙ୍କ ଜବରଦସ୍ତ କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳୁଛି।

ଟିଜର ରିଲିଜ ହେବା ଅବସରରେ ହିମାଂଶୀ ଓ ରୋନି ନିଜ ନିଜ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ସେୟାର କରିଛନ୍ତି । ଏହାସହ ଜୁନ 4ରେ ଗୀତ ରିଲିଜ ହେବା ସୂଚନା ମଧ୍ୟ ଦେଇଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଟିଜର...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.