ETV Bharat / sitara

ଅଲଗା ହେଲେ ପ୍ରେମପକ୍ଷୀ: ବରୁଣଙ୍କ ସହ ବ୍ରେକଅପ ପରେ ଏମିତି ପୋଷ୍ଟ କଲେ ଦିବ୍ୟା

author img

By

Published : Mar 7, 2022, 1:28 PM IST

Updated : Mar 7, 2022, 2:58 PM IST

ବିଗ୍‌ ବସ୍ OTT ବିଜେତା ଦିବ୍ୟା ଅଗ୍ରୱାଲ ପ୍ରେମିକ ବରୁଣ ସୁଦଙ୍କ ଠାରୁ ଅଲଗା ହେବା ନେଇ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ଏହା ସହିତ ଦିବ୍ୟା ଇନ୍‌ଷ୍ଟାରେ ଏକ ଲମ୍ବା ଚଉଡା ନୋଟ୍ ମଧ୍ୟ ଲେଖିଛନ୍ତି । ଅଧିକ ପଢନ୍ତୁ

ଭାଙ୍ଗିଲା ସମ୍ପର୍କ ରହିବ ବନ୍ଧୁତା
ଭାଙ୍ଗିଲା ସମ୍ପର୍କ ରହିବ ବନ୍ଧୁତା

ହାଇଦ୍ରାବାଦ: ମନୋରଞ୍ଜନ ଜଗତରେ ଅନେକ ଯୋଡି ଅଛନ୍ତି, ଯାହାକୁ ଦର୍ଶକ ବହୁତ ଭଲ ପାଆନ୍ତି । ଏହି ଯୋଡି ମାନେ ପ୍ରାୟତଃ ସୋସିଆଲ ମିଡିଆରେ ପରସ୍ପର ପ୍ରତି ପ୍ରେମ ଜାହିର କରୁଥିବା ଦେଖିବାକୁ ମିଳେ । ଏଭଳି ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରୁ ବିଗ୍‌ ବସ୍ OTT ବିଜେତା ତଥା ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ ଏବଂ ବରୁଣ ସୁଦଙ୍କ ଯୋଡି ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ଥିଲା । ବର୍ତ୍ତମାନ ଏହି ଯୋଡି ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ଦିବ୍ୟା ଅଗ୍ରୱାଲ ଏବଂ ବରୁଣ ସୁଦଙ୍କ ମଧ୍ୟରେ ବ୍ରେକଅପ ହୋଇଛି । ଅଭିନେତ୍ରୀ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ବ୍ରେକଅପ ପରେ ଦିବ୍ୟା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଲମ୍ବା ଚଉଡା ନୋଟ୍ ସେୟାର କରି ପୂରା ମାମଲାକୁ ନିଜ ପକ୍ଷରେ ରଖିଛନ୍ତି। ଏଥିସହ ସେ ତାଙ୍କ ନୋଟରେ କହିଛନ୍ତି ଯେ, ‘ସେ ଏବଂ ବରୁଣ ସର୍ବଦା ପରସ୍ପରର ଭଲ ବନ୍ଧୁ ହୋଇ ରହିବେ । ଏହି ପୋଷ୍ଟ ସେୟାର କରି ଦିବ୍ୟା ଅଗ୍ରୱାଲ ଆହୁରି ଲେଖିଛନ୍ତି ଯେ, ଜୀବନ ଏକ ସର୍କସ ପରି । ମୋ ସହିତ ଯାହା କିଛି ଘଟୁଛି, ଏଥିପାଇଁ ମୁଁ କାହାକୁ ଦାୟୀ କରିପାରିବି ନାହିଁ । ମୁଁ ଲାଗୁଛି ଏବେ ସବୁ କିଛି ଶେଷ ହୋଇସାରିଛି ଏବଂ ଏହା ଠିକ ମଧ୍ୟ । ମୁଁ ନିଶ୍ବାସ ନେବାକୁ ଚାହେଁ ଏବଂ ନିଜ ପାଇଁ ବଞ୍ଚିବାକୁ ଚାହୁଁଛି ।

ଅଭିନେତ୍ରୀ ଆହୁରି ଲେଖିଛନ୍ତି, ମୁଁ ଏଠାରେ ଆନୁଷ୍ଠାନିକ ଭାବରେ ଘୋଷଣା କରୁଛି ଯେ ମୁଁ ଏହି ଜୀବନରେ ନିଜ ଗୋଡରେ ଠିଆ ହୋଇଛି ଏବଂ ମୁଁ ମୋ ଜୀବନକୁ ମୋ ହିସାବରେ ବଞ୍ଚିବାକୁ ସମୟ ଦେବାକୁ ଚାହୁଁଛି । ଏଥିରୁ ବାହାରିବା କେବଳ ମୋର ପସନ୍ଦ । ମୁଁ ତାଙ୍କ ସହିତ ବିତାଇଥିବା ଖୁସିର ମୁହୂର୍ତ୍ତକୁ ପ୍ରକୃତରେ ଗୁରୁତ୍ବ ଦିଏ ଏବଂ ଭଲ ପାଏ । ସେ ବହୁତ ଭଲ ବ୍ୟକ୍ତି ଏବଂ ସର୍ବଦା ମୋର ଭଲ ବନ୍ଧୁ ହୋଇ ରହିବେ । ଦୟାକରି ମୋର ନିଷ୍ପତ୍ତିକୁ ସମ୍ମାନ ଦିଅ ।

  • Dare any one say anything about Varun’s character.. not every separation happens because of character!
    He is an honest man! It’s my decision to be alone no one has the right to speak anything rubbish !
    It takes a lot of strength to take decisions like these in life !
    Respect

    — Divya Agarwal (@Divyakitweet) March 6, 2022 " class="align-text-top noRightClick twitterSection" data=" ">

ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରେ ସେୟାର କରିବା ସହିତ ଅଭିନେତ୍ରୀ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ କାହାଣୀ ମଧ୍ୟ ସେୟାର କରିଛନ୍ତି । ଏହି କାହାଣୀରେ, ସେ ସବୁକିଛି ପାଇଁ ବରୁଣ ସୁଦକୁ ଧନ୍ୟବାଦ ଦେଇଛନ୍ତି । ଏହି ଇନଷ୍ଟା ଷ୍ଟୋରୀରେ ଦିବ୍ୟା ଲେଖିଛନ୍ତି, ସବୁକିଛି ପାଇଁ ବରୁଣ ଧନ୍ୟବାଦ । ଆମେ ସବୁବେଳେ ଭଲ ବନ୍ଧୁ ହୋଇ ରହିବା । ତେବେ ସେମାନେ କାହିଁକି ଅଲଗା ହୋଇଗଲେ ସେନେଇ ଦିବ୍ୟା ପ୍ରକାଶ କରି ନାହାନ୍ତି । ସୋସିଆଲ ମିଡିଆରେ ସେୟାର ହୋଇଥିବା ଦିବ୍ୟା ଅଗ୍ରୱାଲଙ୍କ ଏହି ପୋଷ୍ଟଟି ସାମ୍ନାକୁ ଆସିବା ମାତ୍ରେ ଭାଇରାଲ ହେବାରେ ଲାଗିଛି।

ଉଲ୍ଲେଖନୀୟ ଯେ, ବରୁଣ ସୁଦଙ୍କ ପୂର୍ବରୁ ଦିବ୍ୟା ଅଗ୍ରୱାଲ ଅଭିନେତା ପ୍ରିୟଙ୍କ ସହ ପ୍ରେମ ସମ୍ପର୍କ ଥିଲା କିନ୍ତୁ ସେମାନଙ୍କର ମଧ୍ୟ ବ୍ରେକ୍‌ଅପ୍‌ ହୋଇଯାଇଥିଲା । ଅନ୍ୟ ପଟେ ବରୁଣ ସୁଦ ଏବଂ ବେନାଫସା ସୁନାୱାଲା ମଧ୍ୟ ଅଲଗା ହୋଇଯାଇଥିଲେ। ଏହା ପରେ ବରୁଣ ଓ ଦିବ୍ୟା ଏମ୍‌ଟିଭିର ଶୋ ଏସ୍‌ ଅଫ୍‌ ସ୍ପେସ୍‌ର ୨୦୧୮ରେ ଏକାଠି ହୋଇଥିଲେ। ଶୋ’ରେ ବରୁଣ ସମସ୍ତଙ୍କ ସାମ୍ନାରେ ଦିବ୍ୟାଙ୍କୁ ପ୍ରପୋଜ୍‌ ମଧ୍ୟ କରିଥିଲେ । ୨୦୧୯ ରୁ ସେମାନେ ଲିଭ୍-ଇନ୍ ରିଲେସନସିପରେ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 7, 2022, 2:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.