ନୂଆଦିଲ୍ଲୀ: ଗାଜିଆବାଦର ଲୋନିର ବିଜେପି ସାଂସଦ ନନ୍ଦକିଶୋର ଗୁର୍ଜର, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଚିଠି ଲେଖିଛନ୍ତି। ୱେବ୍ ସିରିଜ୍ ‘ତାଣ୍ଡବ’କୁ ବନ୍ଦ କରାଯାଉ ବୋଲି ସେ ଦାବି କରିଛନ୍ତି। ୱେବ୍ ସିରିଜରେ ଧାର୍ମିକ ଭାବନା ଆଘାତ ପାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଡି କମ୍ପାନୀ ଏବଂ ପାକିସ୍ତାନର ନିର୍ଦ୍ଦେଶରେ ୱେବ୍ ସିରିଜରେ ଏଭଳି କାର୍ଯ୍ୟକଳାପ କ୍ରମାଗତ ଭାବେ ଦେଖାଯାଉଛି । ଏହାଦ୍ବାରା ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି ।
ପ୍ରକାଶଥାଉକି, ଏହା ପ୍ରଥମ ଥର ନୁହେଁ ବରଂ ନନ୍ଦକିଶୋର ଗୁର୍ଜର ଅଧିକାଂଶ ସମୟରେ ୱେବ୍ ସିରିଜ୍କୁ ବିରୋଧ କରିଆସୁଛନ୍ତି । ଏହାପୂର୍ବରୁ ସେ ‘ପାତାଲଲୋକ’ ୱେବ୍ ସିରିଜ୍କୁ ବିରୋଧ କରିଥିଲେ। ଏହି କାରଣରୁ ସେ ଲୋନି ପୋଲିସ ଷ୍ଟେସନରେ ଏକ ମକଦ୍ଦମା ଦାୟର କରିଥିଲେ। ସେ କହିଛନ୍ତି ଯେ ଦେଶକୁ କ୍ଷତି ପହଞ୍ଚାଉଥିବା ଉପାଦାନ ଗୁଡ଼ିକ ୱେବ୍ ସିରିଜରେ ସକ୍ରିୟ ଅଛନ୍ତି । ଏଥିପାଇଁ ସାମାଜିକ ବିରୋଧୀ ପାଣ୍ଠି ଦିଆଯାଉଛି ।
ଏହାସହ ମଧ୍ୟପ୍ରଦେଶର ବି ଏହା ବିରୋଧରେ ବିଦ୍ରୋହ ଦେଖିବାକୁ ମିଳିଲାଣି । ମଧ୍ୟପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ବିଶ୍ୱ ସାରଙ୍ଗ ଏବଂ ସଂସ୍କୃତି ବଞ୍ଚାଅ ମଞ୍ଚ ଏହି ୱେବ୍ ସିରିଜକୁ ବଏକଟ୍ କରିଛନ୍ତି । ସଂସ୍କୃତି ବଞ୍ଚାଅ ମଞ୍ଚ ଖୁବ୍ ଶୀଘ୍ର ‘ତାଣ୍ଡବ’ ବିରୋଧରେ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ମନ୍ତ୍ରୀ ସାରଙ୍ଗ କହିଛନ୍ତି ଯେ ଏହି ୱେବ୍ ସିରିଜ୍ ଉପରେ ପ୍ରତିବନ୍ଧକ ଲଗାଯିବା ସହ ସାମାଜିକ ଭାବେ ବଏକଟ୍ କରାଯିବା ଉଚିତ୍।
ସଂସ୍କୃତି ବଞ୍ଚାଅ ମଞ୍ଚ ମଧ୍ୟ ‘ତାଣ୍ଡବ’ ୱେଭ୍ ସିରିଜକୁ ବିରୋଧ କରିଛନ୍ତି। ଅଧ୍ୟକ୍ଷ ଚନ୍ଦ୍ରଶେଖର ତିୱାରୀ କହିଛନ୍ତି, ସୈଫ ଅଲି ଖାନ ଆମର ଭାବନାକୁ ଆଘାତ ଦେବା କାମ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଦେବାଦେବୀଙ୍କୁ ଅପମାନିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ସେଭ୍ କଲଚର ଫୋରମ୍ ୱେବ୍ ସିରିଜ୍କୁ ବଏକଟ୍ କରିବାକୁ କହିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ