ହାଇଦ୍ରାବାଦ: ଟେଲିଭିଜନର ପପୁଲାର ଡ୍ୟାନ୍ସ ରିଆଲିଟି ଶୋ' ଡ୍ୟାନ୍ସ ଦିୱାନେ-2ର ଫିନାଲେ ସରିଛି । ଶୋ'ରେ ବିଜେତାଙ୍କ ନାମ ଘୋଷଣା କରିଛନ୍ତି ସଲମାନ ଖାନ୍ । ଜାମସେଦପୁରର ବିଶାଳ ସୋନକର ହୋଇଛନ୍ତି ଦ୍ବିତୀୟ ସିଜିନର ବିଜେତା । ବିଜେତା ଟ୍ରଫି ସହ 15 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି ।
ବିଶାଲ ସେକେଣ୍ଡ ଜେନେରସନର ବିଜେତା ହୋଇଥିବା ବେଳେ ତୃତୀୟ ଜେନେରେସନର ମେହୁଲ ମେହେତା ଓ ପ୍ରଥମ ଜେନେରେସନର ତ୍ବିସା ପଟେଲ-ବିହାନ ତ୍ରିବେଦୀ ହୋଇଛନ୍ତି । ଡ୍ୟାନ୍ସ ଦିୱାନେ-2ର ଫିନାଲେରେ ସୁଭମ ମହାପାତ୍ର, ପରମଦୀପ ସିଂହ ଓ ସ୍ନେହା ମଧ୍ୟ ସାମିଲ ଥିଲେ ।
ଶୋ'କୁ ମାଧୁରୀ, ଶଶାଙ୍କ ଖୈତାନ ଓ ତୁଷାର କାଲିଆ ଜଜ୍ କରିଥିଲେ ଓ ଅର୍ଜୁନ ବିଜଲାନି ଶୋ'କୁ ହୋଷ୍ଟ କରିଥିଲେ । ଶୋ'କୁ ଜଜ୍ ଭାବରେ ଆସିଥିଲେ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କା ବିଶାଲଙ୍କ ହୋମଟାଉନ ଜାମସେଦପୁର ବିଷୟରେ ମଧ୍ୟ ଚର୍ଚ୍ଚା କରିଥିଲେ ।