ETV Bharat / sitara

BiggBoss OTT: ଫାଇନାଲର ସପ୍ତାହେ ପୂର୍ବରୁ ମୁସ୍କାନ ଜଟ୍ଟାନା ଆଉଟ - ମୁସ ଚଟ୍ଟନା

ଫାଇନାଲର ଗୋଟିଏ ସପ୍ତାହ ପୂର୍ବରୁ ବିଗବସ୍ ଓଟିଟିରୁ ଆଉଟ ହୋଇଛନ୍ତି ମୁସ୍କାନ ଜଟ୍ଟାନା । ଶୋର ସବୁଠୁ କଠିନ ପରିସ୍ଥିତି ସେତେବେଳେ ଥିଲା ଯେତେବେଳେ ଫାଇନାଲର ଠିକ ଗୋଟିଏ ସପ୍ତାହ ପୂର୍ବରୁ ପ୍ରତିଯୋଗୀ ଆଉଟ ହେଲେ । ଅଧିକ ପଢନ୍ତୁ...

ଫାଇନାଲର ଗୋଟିଏ ସପ୍ତାହ ପୂର୍ବରୁ ମୁସ୍କାନ ଚଟ୍ଟାନା ଆଉଟ

author img

By

Published : Sep 13, 2021, 12:07 PM IST

ମୁମ୍ବାଇ: ଜବରଦସ୍ତ ଫ୍ଲୋରେ ଚାଲିଛି ବିଗବସ୍ ଓଟିଟି । ଦ୍ବିତୀୟ ଶେଷ ସପ୍ତାହରେ ବହୁତ କିଛି ଦେଖିବାକୁ ମିଳିଛି । ଫାଇନାଲର ଗୋଟିଏ ସପ୍ତାହ ପୂର୍ବରୁ ବିଗବସ୍ ଓଟିଟିରୁ ଆଉଟ ହୋଇଛନ୍ତି ମୁସ୍କାନ ଜଟ୍ଟାନା । ଶୋର ସବୁଠୁ କଠିନ ପରିସ୍ଥିତି ସେତେବେଳେ ଥିଲା ଯେତେବେଳେ ପାଇନାଲର ଠିକ ଗୋଟିଏ ସପ୍ତାହ ପୂର୍ବରୁ ପ୍ରତିଯୋଗୀଙ୍କ ଆଉଟ ହେବା ।

ନିଜର ଚୁଲବୁଲି ଅନନ୍ଦାଜରେ ସମସ୍ତଙ୍କୁ କବଜା କରିଥିବା ମୁସ୍କାନ ଜଟ୍ଟାନା ଶୋରୁ ବାହାରିଛନ୍ତି । ଦର୍ଶକଙ୍କଠାରୁ ମିଳିଥିବା ଭୋଟ ଅନୁସାରେ ଦିବ୍ୟା ଅଗ୍ରୱାଲ, ପ୍ରତୀକ ଓ ସମିତା ସେଟ୍ଟୀ ଫାଇନାଲ ୱିକରେ ପହଞ୍ଚି ଯାଇଛନ୍ତି । ଯେଉଁମାନଙ୍କୁ ଜନତା କମ ଭୋଟ ଦେଇଛନ୍ତି ସେମାନେ ହେଲେ ନେହା ବସିନ ଓ ମୁସ ଚଟ୍ଟା ।

ଦୁଇଜଣ ଡେଞ୍ଜର ଜୋନରେ ଥିଲେ । ଏହା ପରେ ଗୋଟିଏ ଟାସ୍କରେ ଏଲିମିନେସନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଘରର ସଦ୍ୟସଙ୍କୁ ନେହା ଓ ମୁସ୍କାନଙ୍କୁ ଭୋଟ ଦେବାକୁ କୁହାଯାଇଥିଲା । ଏହା ପରେ ୪ଜଣ ପ୍ରତିଯୋଗୀ ଉଭୟଙ୍କୁ ୨-୨ ଭୋଟ ଦେଇଥିଲେ । ଅନ୍ତରେ ନିଷ୍ପତ୍ତି ରାକେଶ ହାତରେ ଥିଲା । ନେହାଠୁ ଗୋଟିଏ ଭୋଟ କମ ପାଇ ଶୋରୁ ଆଉଟ ହୋଇଛନ୍ତି ମୁସ୍କାନ ।

ମୁସ୍କାନଙ୍କ ଆଉଟ ହେବା ପରେ ଭୋ ଭୋ ହୋଇ କାନ୍ଦିଥିଲେ ପ୍ରତୀକ ଓ ନିଶାନ୍ତ । ଶୋର ହୋଷ୍ଟ କରନ ଜୋହର ଫାଇନାଲ ପୂର୍ବରୁ ପ୍ରତୀକ ଓ ନିଶାନ୍ତଙ୍କ କ୍ଲାସ ନେଇଛନ୍ତି । ଦୁହିଁଙ୍କୁ ଗେମର ନିୟମ ବୁଝାଇଛନ୍ତି । ଏହା ସହିତ ପ୍ରତୀକ ଓ ନିଶାନ୍ତ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.