ETV Bharat / sitara

ବିଗ ବସ ୱିକେଣ୍ଡ୍ କା ଓ୍ବାରରେ ନଜର ଆସିବେନି ସଲମାନ

ବିଗ୍ ବସ୍ 14 ର ୱିକେଣ୍ଡ୍ କା ଓ୍ବାରରେ ନଜର ଆସିବେନି ସଲମାନ । ତାଙ୍କ ସ୍ଥାନ ନେବେ ସିଦ୍ଧାର୍ଥ ଶୁକ୍ଲା । ଅଧିକ ପଢନ୍ତୁ:

author img

By

Published : Jan 24, 2021, 7:31 PM IST

bigg-boss-14-sidharth-shukla-comes-back-to-grill-contestants
ବିଗ୍ ବସ୍ ୱିକେଣ୍ଡ୍ କା ଓ୍ବାରରେ ନଜର ଆସିବେନି ସଲମାନ

ମୁମ୍ବାଇ: ସବୁବେଳେ ଚର୍ଚ୍ଚାରେ ରହୁଥିବା ରିଆଲିଟି ସୋ ବିଗବସ 14 ତମ ସିଜିନର ୱିକେଣ୍ଡ କା ୱାର ଏପିସୋଡ୍ ଏଥର ବେଶ ଚର୍ଚ୍ଚାରେ । ଏଥର ୱିକେଣ୍ଡ କା ଓ୍ବାର ଏପିସୋଡରେ ବିଗ୍ ବସ୍ 13 ର ବିଜେତା ତଥା ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ଦେଖିବାକୁ ମିଳିବ । ଶୋ’ର ପ୍ରସାରଣ ଚ୍ୟାନେଲ କଲର୍ସ ଟିଭି ନିଜେ ଏହି ସୂଚନା ଦେଇଛି । କଲର୍ସ ଟିଭି ବିଗ୍ ବସ୍ 14 ସହିତ ଜଡିତ ଏକ ଭିଡିଓ ପ୍ରୋମୋ ରିଲିଜ କରିଛି ।

ଏଥର ସିଦ୍ଧାର୍ଥ 'ବିଗ୍ ବସ୍' ହୋଷ୍ଟ ସୁପରଷ୍ଟାର ସଲମାନ ଖାନଙ୍କ ସ୍ଥାନରେ ସୋ ହୋଷ୍ଟ କରିବା ସହ ପ୍ରତିଯୋଗୀମାନଙ୍କୁ ତୀକ୍ଷ୍ଣ ପ୍ରଶ୍ନ ପଚାରିବେ ।

ଭିଡିଓର ପ୍ରୋମୋରେ ଯେତେବେଳେ ସିଦ୍ଧାର୍ଥ ଘରେ ଏଣ୍ଟ୍ରି କରନ୍ତି, ପ୍ରତିଯୋଗୀ ତାଙ୍କୁ ବହୁତ ଉତ୍ସାହର ସହିତ ସ୍ବାଗତ କରନ୍ତି । ଏହା ପରେ ତାଙ୍କୁ ଘରର ପ୍ରତିଯୋଗୀଙ୍କୁ କିଛି ତୀକ୍ଷ୍ଣ ପ୍ରଶ୍ନ ପଚାରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

ୱିକେଣ୍ଡ୍ ର ଏହି ଏପିସୋଡରେ ରଶ୍ମୀ ଦେଶାଇ ମଧ୍ୟ ସିଦ୍ଧାର୍ଥଙ୍କ ସହ ଯୋଗଦେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.