ETV Bharat / sitara

ବିଗ ବସ 13ରେ ହେବ ଡବଲ ଏଲିମିନେଶନ

author img

By

Published : Nov 13, 2019, 8:05 PM IST

ଛୋଟ ପରଦାର ରିୟାଲିଟି ଶୋ ବିଗ ବସ 13 ଅନଏୟାର ହେବା ପରଠାରୁ ଏଥିରେ ଅନେକ ଟ୍ବିଷ୍ଟ ଦେଖିବାକୁ ମିଳିଆସୁଛି । ଶୋରେ ପ୍ରତିଯୋଗୀଙ୍କ ମଧ୍ୟରେ ଝଗଡା ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି। ଏଥର ଶୋରୁ ବାହାରି ପାରନ୍ତି ଦୁଇ ପ୍ରତିଯୋଗୀ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ ଫ୍ୟାନକ୍ଲବ

ମୁମ୍ବାଇ: ସଲମାନ ଖାନଙ୍କ ଛୋଟ ପରଦାର ବିବାଦୀୟ ଶୋ ବିଗ ବସ 13 ଆରମ୍ଭରୁ ହିଁ ଚର୍ଚ୍ଚାରେ । ବର୍ତ୍ତମାନ ଶୋ ଏକ ରୋମାଞ୍ଚକ ମୋଡରେ ପହଞ୍ଚିସାରିଛି । ଏଥର ବିଗ ବସରେ ନୋମିନେଶନ ଏକ ମଜାଦାର ଟାକ୍ସ ଜରିଆରେ ହୋଇଥିଲା । ବିଗ ବସ ପ୍ରତିଯୋଗୀଙ୍କୁ ଫୋନ ବୁଥ ଟାକ୍ସ ଦେଇଥିଲେ।

ପ୍ରତିଯୋଗୀ ଶେଫାଳି ଜରିୱାଲା ଏ ସପ୍ତାହରେ କ୍ୟାପ୍ଟନ ହୋଇଥିବାରୁ ସେ ନମିନେଶନ ରାଉଣ୍ଡରେ ସୁରକ୍ଷିତ ଅଛନ୍ତି। ଏଥର 11 ଜଣ ପ୍ରତିଯୋଗୀ ନୋମିନେଟ ହୋଇଛନ୍ତି। ଏଥିରେ ରଶ୍ମୀ ଦେଶାଇ ଓ ହିନ୍ଦୁସ୍ଥାନୀ ଭାଉ ସୁରକ୍ଷିତ ଅଛନ୍ତି।

ଖାଲି ଏତିକି ନୁହେଁ ଏବେ ଶୁଣିବାକୁ ମିଳୁଛି ଯେ ଏ ସପ୍ତାହ ବିଗ ବସରେ ଡବଲ ଏଲିମିନେଶନ ହୋଇପାରେ । ବିଗ ବସ ଫ୍ୟାନକ୍ଲବରେ ଭାଇରାଲ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ସଲମାନ ଶୋରୁ ଦୁଇ ପ୍ରତିଯୋଗୀଙ୍କୁ ବାହାର ରାସ୍ତା ଦେଖାଇପାରନ୍ତି। ଆଗାମୀ ୱିକେଣ୍ଡ ଏପିସୋଡରେ ଜଣାପଡିବ ଯେ ସଲମାନ କେଉଁ ଦୁଇ ପ୍ରତିଯୋଗୀଙ୍କୁ ଏଲିମିନେଟ କରିବେ।

Intro:Body:

TEST

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.