ନୂଆଦିଲ୍ଲୀ: ଟିଭି ରିଆଲିଟି ଶୋ 'ବିଗବସ୍ 10'ରେ ପ୍ରତିଯୋଗୀ ଭାବରେ ନଜର ଆସିଥିବା ଥିବା ସ୍ବାମୀ ଓମଙ୍କ ଆଜି ଦେହାନ୍ତ ହୋଇଛି ।
ଖବର ଅନୁଯାୟୀ,ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ ତାଙ୍କୁ AIIMSରେ ଭର୍ତ୍ତି କରାଯାଇଥିଲା । ହେଲେ ସେ ଆଜି 63 ବର୍ଷ ବୟସରେ ଆଖି ବୁଜିଛନ୍ତି ।
ସ୍ବାମୀ ଓମଙ୍କର ବନ୍ଧୁ ମୁକେଶ ଜୈନଙ୍କ ପୁଅ ଅର୍ଜୁନ ଜୈନ କହିଛନ୍ତି ଯେ, ସେ 15 ଦିନ ପୂର୍ବରୁ ପକ୍ଷାଘାତର ଶିକାର ହୋଇଥିଲେ, ଏହା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପୁରା ବିଗିଡି ଯାଇଥିଲା ।
ଅର୍ଜୁନଙ୍କ ଅନୁଯାୟୀ, ସ୍ବାମୀ ଓମ 3 ମାସ ପୂର୍ବରୁ କୋରୋନାରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ । କୋରୋନାରେ ପୀଡ଼ିତ ହେବା ପରେ ସ୍ବାମୀ ଓମ୍ ସୁସ୍ଥ ହୋଇଯାଇଥିଲେ,କିନ୍ତୁ ତାଙ୍କ ଶରୀର ଦୁର୍ବଳ ହୋଇଯାଇଥିଲା । ଏହାପରେ ସେ ପକ୍ଷାଘାତର ଶିକାର ହୋଇ AIIMSରେ ଚିକିତ୍ସିତ ହେଉଥିଲେ ।
ପ୍ରକାଶ ଥାଉ ଯେ,'ବିଗ୍ ବସ୍ 10' ଫେମ ସ୍ବାମୀ ଓମ୍ ବିବାଦୀୟ ବୟାନ କାରଣରୁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି ।