ETV Bharat / sitara

ବାଫଟା ଆୱାର୍ଡ୍ସର ନୋମିନେସନ ଡେଟ୍ ଘୋଷିତ

ଉଭୟ ବାଫଟା ଟିଭି କ୍ରାଫ୍ଟ ଏବଂ ଟିଭି ଆୱାର୍ଡ୍ସ ପାଇଁ ଜୁନ 4ରେ ନୋମିନେସନ ହେବ । ଆୟୋଜନ ତାରିଖ ଓ ସ୍ଥାନ ସହ ନୂଆ ପ୍ରଣାଳୀ ବିଷୟରେ ମଧ୍ୟ ଖୁବଶୀଘ୍ର ଘୋଷଣା ହେବ ବୋଲି ବାଫଟା ସିଇଓ ଆମାଣ୍ଡା ବେରୀ କହିଛନ୍ତି । ଅଧିକ ପଢନ୍ତୁ...

ବାଫଟା ଆୱାର୍ଡ୍ସର ନୋମିନେସନ ଡେଟ୍ ଘୋଷିତ
ବାଫଟା ଆୱାର୍ଡ୍ସର ନୋମିନେସନ ଡେଟ୍ ଘୋଷିତ
author img

By

Published : May 22, 2020, 6:41 AM IST

ୱାଶିଂଟନ: କୋରୋନା ଯୋଗୁଁ ଘୁଞ୍ଚିଯାଇଥିବା ବାଫଟା ଟିଭି ଆୱାର୍ଡ୍ସ ବା ବ୍ରିଟିସ ଏକାଡେମୀ ପୁରସ୍କାରର ନୋମିନେସନ ଡେଟ୍ ଘୋଷଣା ହୋଇଛି । ପୂର୍ବରୁ କୋରୋନା ପ୍ରଭାବରେ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ଏବେ ଗୁରୁବାର ଦିନ ଏହାର ଡେଟ୍ ଘୋଷଣା ହୋଇଛି । ଆଗାମୀ ଜୁନ୍ 4ରେ ଏହାର ନୋମିନେସନ ଅନୁଷ୍ଠିତ ହେବ ।

ଉଭୟ ବାଫଟା ଟିଭି କ୍ରାଫ୍ଟ ଏବଂ ଟିଭି ଆୱାର୍ଡ୍ସ ପାଇଁ ସେଦିନ ହିଁ ନୋମିନେସନ ହେବ । ଆୟୋଜନ ତାରିଖ ଓ ସ୍ଥାନ ସହ ନୂଆ ପ୍ରଣାଳୀ ବିଷୟରେ ମଧ୍ୟ ଖୁବଶୀଘ୍ର ଘୋଷଣା ହେବ ବୋଲି ବାଫଟା ସିଇଓ ଆମାଣ୍ଡା ବେରୀ କହିଛନ୍ତି । ଏହାସହ ସେ ଏହି ଲକଡାଉନରେ ଲୋକଙ୍କ ମନୋରଞ୍ଜନ କରିଥିବା ସମସ୍ତ କଳାକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି କ୍ୟାମେରା ପଛରେ ଥିବା ସମସ୍ତ ଷ୍ଟାଫ୍ ଓ କର୍ମଚାରୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଏହି ସମ୍ମାନଜନକ ପୁରସ୍କାର ପୂର୍ବରୁ ଏପ୍ରିଲ 26 ଓ ମେ 17ରେ ଆୟୋଜିତ ହେବାର ଥିଲା । ହେଲେ କୋରୋନା ଯୋଗୁଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ପୂର୍ବରୁ ଓସ୍କାର ପୁରସ୍କାର, ମେଟ୍ ଗାଲା, କାନ୍ସ ଫେଷ୍ଟିଭାଲ ଭଳି ବଡ ବଡ ଉତ୍ସବ କୋରୋନା ଯୋଗୁଁ ବାତିଲ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.