ETV Bharat / sitara

ବାପାଙ୍କ ବାର୍ଥଡେରେ ବିବାହ କଲେ ଆଦିତ୍ୟ - ଆଦିତ୍ୟ ନାରାୟଣଙ୍କ ବିବାହ

ଡିସେମ୍ବର 1ରେ ମୁମ୍ବାଇର ଇସ୍କନ ମନ୍ଦିରରେ ଗର୍ଲଫ୍ରେଣ୍ଡ ଶ୍ବେତା ଅଗ୍ରୱାଲଙ୍କୁ ବିବାହ କଲେ ଗାୟକ ଆଦିତ୍ୟ ନାରାୟଣ । ଅଧିକ ପଢନ୍ତୁ...

aditya-narayan-with-shweta-agarwal-in-iskcon-temple
ଆଦିତ୍ୟ ନାରାୟଣଙ୍କ ବିବାହ: ଡିଜେ ଢୋଲ ସହିତ ବରର ଏଣ୍ଟ୍ରି
author img

By

Published : Dec 1, 2020, 5:34 PM IST

ନୂଆଦିଲ୍ଲୀ: ଗାୟକ ତଥା ଟିଭି ହୋଷ୍ଟ ଆଦିତ୍ୟ ନାରାୟଣ ଆଜି ଅର୍ଥାତ୍ ଡିସେମ୍ବର 1ରେ ମୁମ୍ବାଇର ଇସ୍କନ ମନ୍ଦିରରେ ଗର୍ଲଫ୍ରେଣ୍ଡ ଶ୍ବେତା ଅଗ୍ରୱାଲଙ୍କୁ ବିବାହ କରିଛନ୍ତି ।

ଶ୍ବେତା ଓ ଆଦିତ୍ୟ ଏକାଠି ‘ସାପିତ’ରେ ଫିଲ୍ମରେ ଅଭିନୟ କରିଥିଲେ । ଉଭୟ ଗତ 10 ବର୍ଷ ଧରି ରିଲେସନସିପରେ ରହିଆସୁଛନ୍ତି ।

ଆଦିତ୍ୟଙ୍କ ବିବାହ କାର୍ଯ୍ୟ କିଛି ଦିନ ଧରି ଚାଲିଆସୁଛି, ଗୋଟିଏ ପରେ ଗୋଟିଏ କାର୍ଯ୍ୟ ମଧ୍ୟରେ ଆଦିତ୍ୟ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ନାଚୁଥିବାର ଦେଖିବାକୁ ମିଳିଛି । ଏଥିସହିତ ପୁଅର ବିବାହରେ ଆଦିତ୍ୟଙ୍କ ମା ଦୀପା ନାରାୟଣ ମଧ୍ୟ ଖୁବ ନାଚୁଥିବାର ଦେଖିବାକୁ ମିଳିଛି ।

ଶନିବାର ଦିନ ଆଦିତ୍ୟଙ୍କ ତିଲକ ସେରେମନି ଅନୁଷ୍ଠିତ ହୋଇଥିଲା, ଏହା ପରେ ମେହେନ୍ଦୀ ସେରେମନି ରବିବାର ଦିନ ହୋଇଥିଲା ।

ଶ୍ବେତା ଏବଂ ଆଦିତ୍ୟଙ୍କ ତିଲକ ସମାରୋହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସମସ୍ତ ଭିଡିଓ ଏବଂ ଫଟୋ ଆଦିତ୍ୟଙ୍କ ଫ୍ୟାନପେଜରେ ଭାଇରାଲ ହେଉଛି ।

ଅଭିନେତ୍ରୀ ମେଘନା କୌଶିକ ଆଦିତ୍ୟଙ୍କ କିଛି ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଆଦିତ୍ୟ ନାଚୁଛନ୍ତି । ଯାହାର କ୍ୟାପସନରେ ସେ ଲେଖିଛନ୍ତି, ଡିଜେ ସହିତ ଢୋଲ ଏବଂ ଏହା ସହିତ ବରର ଏଣ୍ଟ୍ରି । ଏହି ଭିଡିଓ ଏକ ସଂଗୀତ ମହୋତ୍ସବ ପରି ଦେଖାଯାଉଛି, ଆଦିତ୍ୟ ମଧ୍ୟ ଏହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମରେ ପୁନଃ ସେୟାର କରିଛନ୍ତି ।

ପ୍ରକାଶ ଥାଉ କି, କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଦିତ୍ୟ ମୁମ୍ବାଇର ମନ୍ଦିରରେ ବିବାହ କରିବେ ଯେଉଁଠାରେ କେବଳ 50 ଜଣ ଅତିଥି ଉପସ୍ଥିତ ରହିବେ । ନିକଟରେ ତାଙ୍କ ବନ୍ଧୁ, ଗାୟିକା ନେହା କକ୍କରଙ୍କ ବିବାହ ଘୋଷଣା କରିବା ପରେ ଆଦିତ୍ୟ ବିବାହ କରିବେ ବୋଲି ଘୋଷଣା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.