ନୂଆଦିଲ୍ଲୀ: ଟିଭିରେ ନାଗିନ୍ ଚରିତ୍ରରେ ଅଭିନୟ କରିବାକୁ ଚାହାନ୍ତି ଅଭିନେତ୍ରୀ ସମୀକ୍ଷା ଜୈଶୱାଲ । ‘ବହୂ ବେଗମ୍’ ରେ ନୂର୍ ଚରିତ୍ର ରେ ଅଭିନୟ କରୁଥିବା ଅଭିନେତ୍ରୀ ସମୀକ୍ଷା ଜାୟସୱାଲ ଏକତା କପୁରଙ୍କ ସିରିୟଲ ‘ନାଗିନ୍ ମେଁ ନାଗିନ୍’ ରେ ଅଭିନୟ କରିବା ତାଙ୍କର ଏକ ଡ୍ରିମ୍ ବୋଲି କହିଛନ୍ତି ।
ଏକ ଇଣ୍ଟରଭ୍ୟୁରେ ସମୀକ୍ଷା କହିଛନ୍ତି, ସେ ଏତକା କପୁରଙ୍କ ବହୁତ ବଡ ଫ୍ୟାନ ହେବା ସହ ସେ ତାଙ୍କ ସହ କାମ କରିବାକୁ ଚାହାନ୍ତି । ଏଥିସହ ସେ କହିଛନ୍ତି ସେ ଯାହା ବି କାମ କରନ୍ତୁ ତାହା ବହୁତ ଭଲ ହୋଇଥାଏ । ଏବେ ପର୍ଯ୍ୟନ୍ତ ତାଙ୍କର ପ୍ରିୟ ନାଗିନ୍ ମୌନୀ ରାୟ ବୋଲି ସମୀକ୍ଷା କହିଛନ୍ତି ।