ETV Bharat / sitara

ବାପା-ମା' ହେବେ ଟିଭିର କପଲ ସୁୟଶ-କିଶ୍ବର - ସୁୟଶ ରାୟଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ

ସୁୟଶ ଓ କିଶ୍ବର ସୋସିଆଲ ମିଡିଆରେ ସେୟାର କଲେ ଖୁସି । ଅଗଷ୍ଟରେ ଦୁଇଜଣଙ୍କ ଘରକୁ ଆସିବେ କୁନି ଅତିଥି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିଶ୍ବର ମର୍ଚାଣ୍ଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିଶ୍ବର ମର୍ଚାଣ୍ଟ
author img

By

Published : Mar 3, 2021, 7:56 AM IST

ମୁମ୍ବାଇ: ପୁଣି ଟିଭି ଜଗତର ଆଉ ଏକ କପଲଙ୍କୁ ନେଇ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ଯାହାଙ୍କ ଘରକୁ କୁନି ଅତିଥି ଆସିବାକୁ ଯାଉଛନ୍ତି । ଏହି ଯୋଡି ହେଲେ ଫେମସ ଆକ୍ଟର ସୁୟଶ ରାୟ ଓ କିଶ୍ବର ମର୍ଚାଣ୍ଟ । ଦୁଇଜଣ ସୋସିଆଲ ମିଡିଆରେ ଏହି ଖୁସି ସେୟାର କରିଛନ୍ତି ।

ସୁୟଶ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ମୁଁ ତୁମ ଛୁଆର ବାପା ହେବି କିଶ୍ବର, ଆସିବେ ଏହି ଅଗଷ୍ଟରେ ।’ ସେହିପରି ଫଟୋରେ ଦୁଇଜଣ ସମୁଦ୍ର କୂଳରେ ଠିଆ ହୋଇଥିବାର ନଜର ଆସୁଛନ୍ତି । ଆଉ ରୋମାଣ୍ଟିକ ଅନ୍ଦାଜରେ କିଶ୍ବରଙ୍କୁ ଏମିତି କହିଛନ୍ତି ସୁୟଶ । ସମୁଦ୍ର ବାଲିରେ ଲେଖିଛନ୍ତି ‘ଅଗଷ୍ଟ 2021’ ।

ସେପଟେ କିଶ୍ବର ମଧ୍ୟ ଏହି ଫଟୋକୁ ସେୟାର କରି ଲେଖିଛନ୍ତି, ‘ଏବେ ଆପଣମାନେ ମତେ ଏହା ପଚାରିବା ବନ୍ଦ କରିବେ କି ଆମେ ବାପା-ମା କେବେ ହେବୁ ।’ ଦୁଇଜଣଙ୍କ ଏହି ପୋଷ୍ଟରେ ଫ୍ୟାନ୍ସଙ୍କଠୁ ନେଇ ସେଲିବ୍ରିଟି ଫ୍ରେଣ୍ଡ ଶୁଭେଚ୍ଛା ଦେବା ଆରମ୍ଭ କରିଦେଇଛନ୍ତି ।

ପ୍ରକାଶ ଥାଉକି ସୁୟଶ ଓ କିଶ୍ବର 2016ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୁଇଜଣଙ୍କ ସାକ୍ଷାତ 2011ରେ ଧାରାବାହିକ ‘ପ୍ୟାର କି ଯେ ଏକ କାହାନୀ’ ସେଟରେ ହୋଇଥିଲା । ଯାହାପରେ ଆରମ୍ଭ ହୋଇଥିଲା ବନ୍ଧୁତା । ଆଉ ଦୀର୍ଘ ସମୟ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିବା ପରେ ପରିଶେଷରେ ବିବାହ କରିଥିଲେ ଏହି ଯୋଡି । କିଶ୍ବର ପୂର୍ବରୁ ବିବାହିତା ମଧ୍ୟ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.