ETV Bharat / sitara

ସିଦ୍ଧୁଙ୍କ ସିଟ ଛଡାଇ ନେବା ଉପରେ ଅର୍ଚ୍ଚନାଙ୍କ ବୟାନ

author img

By

Published : May 26, 2020, 10:28 PM IST

ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କଲେ ଅର୍ଚ୍ଚନା ପୂରନ ସିଂ। କିଛି ଦିନ ହେବ ତାଙ୍କ ଉପରେ ନବଜୋତ ସିଂ ସିଦ୍ଧୁଙ୍କୁ ଶୋରେ ରିପ୍ଲେସ କରିବା ଚର୍ଚ୍ଚା ଚାଲିଛି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଛୋଟ ପରଦାର କମେଡି କିଙ୍ଗ କପିଲ ଶର୍ମା ନିକଟରେ ପୁଣିଥରେ ‘ଦ କପିଲ ଶର୍ମା’ ଶୋ ନେଇ ଛୋଟ ପରଦାରେ । ଶୋର ପ୍ରଥମ ଏପିସୋଡ ପରେ ହିଁ ଏହା ଟିଆରପି ତାଲିକାରେ ନଂ 1 ସ୍ଥାନରେ ରହିଥିଲା । ଶୋ ପୂର୍ବ ଶୋ ପରି ହିଁ ଅଛି । ହେଲେ ଏଥର ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂ ଜଜଙ୍କ ଚେୟାରରେ ନଜର ଆସିଛନ୍ତି । ଯାହାକୁ ନେଇ ଅନେକ ଦର୍ଶକ ତାଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି । ତେବେ ଆସନ୍ତୁ ଜାଣିବା ପୁରା କଥାଟି...

ପୂର୍ବରୁ ଶୋରେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ସାଂସଦ ନବଜୋତ ସିଂ ସିଦ୍ଧୁ ତାଙ୍କ କବିତା ଦ୍ବାରା ସମସ୍ତଙ୍କ ହୃଦୟ ଜିତୁଥିଲେ । ଅନେକ ଦର୍ଶକ ଏମିତି ଅଛନ୍ତି ଯେଉଁମାନେ ଏବେ ମଧ୍ୟ ତାଙ୍କୁ ଶୋରେ ପୁଣିଥରେ ଦେଖିବାକୁ ଚାହୁଁଛନ୍ତି । ଏହାକୁ ଆଧାର କରି ଚର୍ଚ୍ଚା ଜୋର ଧରିଛି ଯେ ଅର୍ଚ୍ଚନା, ସିଦ୍ଧୁଙ୍କ ଚେୟାର ଛଡାଇ ନେଇଛନ୍ତି । କିନ୍ତୁ ଏହା ପଛରେ ସତ୍ୟ କ’ଣ, କେବଳ ଅର୍ଚ୍ଚନା ଜାଣିଛନ୍ତି । ଯାହାକୁ ନେଇ ସେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।

ନିକଟରେ ଇନଷ୍ଟାଗ୍ରାମରେ ଲାଇଭ ଭିଡିଓରେ ଆସି ସେ କହିଥିଲେ, ‘ମୁଁ ଜାଣିଛି ସିଦ୍ଧୁଙ୍କ ଅନେକ ପ୍ରଶଂସକଙ୍କ ଅଛନ୍ତି । ଯେଉଁଥିରେ ମୋତେ କୌଣସି ଅସୁବିଧା ନାହିଁ । ଏହା ଏକ ଚାକିରୀ ଭଳି । ଆଉ ମୁଁ ତାଙ୍କ ସ୍ଥାନ ଛଡାଇ ନେଇ ନାହିଁ । ଆଉ ସବୁବେଳେ କପିଲ ଶୋରେ କୁହନ୍ତି ଯେ ମୁଁ ସିଦ୍ଧୁଙ୍କ ଚେୟାର ଛଡାଇ ନେଇଯାଇଛି । ଯଦି ସେ ସିରିୟସ ଥାଆନ୍ତେ ତେବେ ମୁଁ ହସିନଥାଆନ୍ତି । ଏହା ଉପରେ ସେ ଜୋକ କରି ଦର୍ଶକଙ୍କୁ କେବଳ ହସାଇଥାନ୍ତି।’

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.