ETV Bharat / sitara

ଫେଲ୍ ମାରିଲା ‘ବିଷ୍ଣୁପୁରାଣ’

author img

By

Published : Jun 1, 2020, 3:48 PM IST

ଦର୍ଶକଙ୍କ ଉପରେ ଛାଇଲାନି ‘ବିଷ୍ଣୁପୁରାଣ’ ଯାଦୁ । ଟିଆରପି ମାମଲାରେ ପଛରେ ରହିଗଲା ଏହି ଧାରାବାହିକ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଲକଡାଉନ ସମୟରେ ଟିଭିରେ 80-90 ଦଶକର ସବୁ ପୁରୁଣା ଶୋ’ର ପୁନଃ ପ୍ରସାରଣ ହେବାରେ ଲାଗିଛି। ଯାହା ରମାନନ୍ଦ ସାଗରଙ୍କ ଚର୍ଚ୍ଚିତ ପୌରାଣିକ ଶୋ ‘ରାମାୟଣର’ରୁ ଆରମ୍ଭ ହୋଇଥିଲା । ଆଉ ଲକଡାଉନରେ ଏହି ଶୋ ଦ୍ବାରା ଦୂରଦର୍ଶନ ଚ୍ୟାନେଲର ଟିଆରପି ଏତେ ବଢିଯାଇଥିଲା ଯାହା ନୂଆ ଇତିହାସ ସୃଷ୍ଟି କରିଥିଲା । ଏହା ଦେଖି ଅନ୍ୟ ଚ୍ୟାନେଲ ମଧ୍ୟ ଦୂରଦର୍ଶନକୁ ଅନୁସରଣ କରି ନିଜ ନିଜ ଚ୍ୟାନେଲରେ ପୁରୁଣା ଶୋର ପୁନଃ ପ୍ରସାରଣ ଆରମ୍ଭ କରିଦେଇଥିଲେ ।

ଏହି କ୍ରମଟି ଜାରି ରହିଛି ଧାରାବାହିକ ‘ବିଷ୍ଣୁପୁରାଣ’। ‘ରାମାୟଣ’, ‘ମହାଭାରତ’ ଓ ‘ଶ୍ରୀକୃଷ୍ଣ’ଙ୍କୁ ବମ୍ପର ଟିଆରପି ମିଳିଥିବାବେଳେ ଅଭିନେତା ନିତୀଶ ଭରଦ୍ବାଜଙ୍କ ଶୋ ‘ବିଷ୍ଣୁପୁରାଣ’ ଦର୍ଶକଙ୍କ ମଧ୍ୟରେ ଆଶା କରାଯାଉଥିବା ପରି ସଫଳ ହେଉନାହିଁ।

‘ବିଷ୍ଣୁପୁରାଣ’ ମେ 14ରୁ ଡିଡି ଭାରତୀରେ ପ୍ରସାରଣ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଏହି ଶୋ ୱାର୍କ ରେଟିଂର ହିନ୍ଦୀ GEC କ୍ୟାଟେଗୋରିର ଟପ ଶୋ’ରେ ସ୍ଥାନ ପାଇନାହିଁ । ଏଥି ସହିତ ‘ରାମାୟଣ’, ‘ମହାଭାରତ’ ଏବଂ ‘ଶ୍ରୀକୃଷ୍ଣ’ ଭଳି ସିରିୟଲ ଯାହା ଟେଲିକାଷ୍ଟ ହେବା ମାତ୍ରେ ଟିଆରପି ତାଲିକାରେ ସ୍ଥାନିତ ହୋଇଥିଲା । ସେହି ସମୟର ସଫଳ ଶୋ’ରେ ବିଷ୍ଣୁ ପୁରାଣ ମଧ୍ୟ ଗଣାଯାଏ । କିନ୍ତୁ ଟିଆରପି ଦେଖି ଲାଗୁଛି ଯେ ଏହି ଶୋ ଲକଡାଉନ ସମୟରେ ଦର୍ଶକଙ୍କୁ ମନୋରଞ୍ଜନ କରିବାରେ ବିଫଳ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.