ETV Bharat / sitara

ଫେବୃଆରୀ 15ରେ ବିଗ ବସ ଗ୍ରାଣ୍ଡ ଫିନାଲେ - ସଲମାନ ଖାନଙ୍କ ରିଲାୟିଟି ଶୋ ବିଗ ବସ

ଖୁବଶୀଘ୍ର ଶେଷ ହେବାକୁ ଯାଉଛି ସଲମାନ ଖାନଙ୍କ ପପୁଲାର ଶୋ ବିଗ ବସ ସିଜନ 13 । ଯାହାକୁ ନେଇ ନିରାଶ ହୋଇପାରନ୍ତି ଦର୍ଶକ ।

bigg boss
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଲର୍ସ ଚ୍ୟାନେଲ
author img

By

Published : Jan 22, 2020, 7:45 PM IST

ମୁମ୍ବାଇ: ବିବାଦୀୟ ରିୟାଲିଟି ଶୋ ବିଗ ବସ 13ରେ ଅନେକ ଡ୍ରାମା ଦେଖିବାକୁ ମିଳୁଛି । କେତେବେଳେ ପ୍ରେମ ତ ଆଉ କେତେବଳେ ଲଢେଇ । ଯାହା ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରୁଛି । ହେଲେ ଖୁବଶୀଘ୍ର ଶେଷ ହେବାକୁ ଯାଉଛି ଏହି ଶୋ । ଶୁଣିବାକୁ ମିଳୁଛି ଯେ ଆସନ୍ତା ମାସ 15 ତାରିଖରେ ଶେଷ ହେବ ବିଗ ବସ । ଏହାପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା ଯେ ନିର୍ମାତା ଏହି ଶୋକୁ ଦୁଇ ସପ୍ତାହ ଆହୁରି ଘୁଞ୍ଚାଇ ଥାଆନ୍ତେ ।

ପ୍ରକାଶ ଥାଉକି ଏକ ରିପୋର୍ଟ ଅନୁଯାୟୀ ଶୋ ଆଉ ଦୁଇ ସପ୍ତାହ ପ୍ରସାରଣ କରିବାକୁ ପାଇଁ ଏଯାବତ ମେକର୍ସ କୌଣସି ଯୋଜନା କରିନାହାଁନ୍ତି । ଆଉ ଶୋର ଗ୍ରାଣ୍ଡ ଫିନାଲେ ଏପିସୋଡ ଫେବୃଆରୀ 15ରେ ପ୍ରସାରଣ ହେବ । ହେଲେ ଏଯାବତ କଲର୍ସ ଚ୍ୟାନେଲ ତରଫରୁ କୌଣସି ଅଧିକାରୀକ ଘୋଷଣା ହୋଇନାହିଁ । ଯେଉଁଥିରେ ବିଗ ବସ ପ୍ରସାରିତ ହେଉଛି ।

ଶୋକୁ ପୂର୍ବରୁ ପାଞ୍ଚ ସପ୍ତାହ ବଢାଯାଇଥିଲା । ଏମାସ ଶେଷ ହେବାର ଥିଲା ଶୋ । ସେପଟେ ସଲମାନ ମଧ୍ୟ ବଢାଇଯାଇଥିବା ଏପିସୋଡରେ ହୋଷ୍ଟିଂ କରିବାକୁ ମଧ୍ୟ ମନା କରିଦେଇଥିଲେ । ନିର୍ମାତାଙ୍କ ଅନୁରୋଧ ପରେ ଶୋରେ ପୁଣି ହୋଷ୍ଟିଂ କରିଥିଲେ ସଲମାନ । ଆସନ୍ତା 15 ତାରିଖରେ ଶୋ ଶେଷ ହେଉଛି କି ନାହିଁ ତାହା ଜାଣିବାକୁ ପାଇଁ ଦର୍ଶକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.