ETV Bharat / sitara

ଖୁବଶୀଘ୍ର ‘ଟାଇଗର 3’ ସୁଟିଂ ଆରମ୍ଭ କରିବେ ସଲମାନ

author img

By

Published : Jan 30, 2021, 4:46 PM IST

ବିଗ୍ ବଜେଟ ଫିଲ୍ମ ‘ଟାଇଗର 3’ର ସୁଟିଂକୁ ନେଇ ସାମ୍ନାକୁ ଆସିଲା ନୂଆ ଖବର । ଅଧିକ ପଢନ୍ତୁ...

3x2
3x2

ମୁମ୍ବାଇ: ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘ଏକ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହେ’ ବ୍ଲକବଷ୍ଟର ହେବା ପରଠୁ ଏହାର ତୃତୀୟ ପାର୍ଟକୁ ନେଇ ଚର୍ଚ୍ଚା । ଦୀର୍ଘ ସମୟରୁ ଏହା ଉପରେ କାମ କରିଆସୁଛନ୍ତି ମେକର୍ସ । ଇତିମଧ୍ୟରେ ‘ଟାଇଗର 3’କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ଖୁସି ହୋଇଯିବେ ସଲମାନଙ୍କ ଫ୍ୟାନ୍ସ ।

କଥାଟି ହେଲା ଯେ ଏହି ବିଗ୍ ବଜେଟ ଫିଲ୍ମର କାମ ଆସନ୍ତା ମାର୍ଚ୍ଚରୁ ଆରମ୍ଭ କରିବେ ସଲମାନ। ଖବର ଅନୁଯାୟୀ ଫିଲ୍ମର କିଛି ସିନ ମୁମ୍ବାଇରେ ସୁଟ୍ କରାଯିବ । ଯାହା ପରେ ସଲମାନ ମିଡିଲ ଇଷ୍ଟକୁ ଯାତ୍ରା କରିବେ । ସେହିପରି ଦୁବାଇରେ ଫିଲ୍ମର ଅଧିକାଂଶ ଆକ୍ସନ ସିନ୍ସର ସୁଟିଂ କରାଯିବ ।

ଫିଲ୍ମରେ ଏଥର ମେକର୍ସ ଜବରଦସ୍ତ ଆକ୍ସନ ଷ୍ଟଣ୍ଟ ରଖିବାକୁ ଯୋଜନା କରିଛନ୍ତି । ହୁଏତଃ ଯାହା ପୂର୍ବରୁ ଅନ୍ୟ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ।

ପ୍ରକାଶ ଥାଉକି ବର୍ତ୍ତମାନ ସଲମାନ ନିର୍ଦ୍ଦେଶକ ମହେଶ ମାଞ୍ଜରେକରଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ଅନ୍ତିମ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଯେଉଁଥିରେ ତାଙ୍କ ସହ ନଜର ଆସିବେ ତାଙ୍କ ଭିଣୋଇ ତଥା ଅଭିନେତା ଆୟୁଷ ଶର୍ମା । ‘ଅନ୍ତିମ’ ସୁଟିଂ ପରେ ‘ଟାଇଗର 3’ର ସୁଟିଂ ଆରମ୍ଭ କରିବେ ସଲମାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.