ଭୁବନେଶ୍ବର: ସ୍ବେଚ୍ଛାସେବୀ ସଙ୍ଗଠନ ଆଇନା ପକ୍ଷରୁ ସୁପୋଷଣ-ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର ବିଷୟବସ୍ତୁ ସମ୍ବନ୍ଧିତ ଶିଶୁ ଅଧିକାର ସମ୍ପର୍କିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଯୋଗୀତା କଲ୍ଲୋଳ 2019ର ପଞ୍ଚମ ସଂସ୍କରଣ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବପିଢି ଦ୍ବାରା ନିର୍ମାଣ ହୋଇଥିବା 49ଟି କ୍ଷୁଦ୍ର ଚଳଚ୍ଚିତ୍ରକୁ ଏହି ପ୍ରତିଯୋଗୀତାରେ ସାମିଲ କରାଯାଇଥିଲା । ଏଥରୁ ମାତ୍ର 5ଟି ବିଶିଷ୍ଟ କ୍ଷୁଦ୍ର ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଛି ।
ସୁପୋଷଣ ଓ ସୁସ୍ଥ ଜୀବନଯାପନ ସମସ୍ତ ଶିଶୁଙ୍କ ଅଧିକାର ଉପରେ ଆଧାରିତ ସମସ୍ତ ଚଳଚ୍ଚିତ୍ର ବେଶ ସୁନ୍ଦର ହୋଇ ଥିଲା। ଏହି କାର୍ଯ୍ୟକ୍ରମରେ ଲୋକପ୍ରିୟ, ନିର୍ମାତା ଅଭିନେତ୍ରୀ ନନ୍ଦିତା ଦାସ । ସେହିପରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ସମ୍ନାନିତ ଅତିଥି ଭାବରେ ରାଜ୍ୟ ସରକାରଙ୍କ ସାମଜିକ କଲ୍ୟାଣ ବିଭାଗର ଅଧିକାରୀ ଅରବିନ୍ଦ ଅଗ୍ରୱାଲ , ପୂର୍ବତନ ବିଧାୟକ ଆକାଶ ଦାସ, ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମଧ୍ୟ ଯୋଗ ଦେଇ ଥିଲେ। କିଭଳି ଛାତ୍ରଛାତ୍ରୀ ମାନେ ନିଜର ପାଠ ପଢ଼ା ସମୟରୁ ହିଁ ସମାଜକୁ ଏକ ଶିକ୍ଷଣୀୟ ଚଳଚ୍ଚିତ୍ର ଜରିଆରେ ମେସେଜ ଦିଆଯାଇ ପାରିବ ବୋଲି ନନ୍ଦିତା ଦାସ ମତ ରଖିଛନ୍ତି।
ଭୁବନେଶ୍ବର ଶତରୂପା ସାମନ୍ତରାୟ, ଇଟିଭି ଭାରତ