ETV Bharat / sitara

ଡିଜିଟାଲରେ ଡେବ୍ୟୁ କରିବେ ଅରବାଜଙ୍କ ଗାର୍ଲଫ୍ରେଣ୍ଡ

ତାମିଲ ୱେବ ସିରିଜରେ ନଜର ଆସିବେ ଅରବାଜଙ୍କ କଥିତ ଗାର୍ଲଫ୍ରେଣ୍ଡ ଜର୍ଜିୟା । ସେ ତାମିଲ ସିରିଜ ‘କାରୋଲୀନ କାମାକ୍ଷୀ’ ସାଇନ କରିନେଇଛନ୍ତି ।

author img

By

Published : Aug 12, 2019, 11:48 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅରବାଜ ଖାନ

ମୁମ୍ବାଇ: ଅଭିନେତା, ନିର୍ମାତା ଅରବାଜ ଖାନ ଦୀର୍ଘ ସମୟରୁ ଇଟାଲୀ ମଡେଲ ଜର୍ଜିୟା ଏଣ୍ଡ୍ରିୟାନୀଙ୍କୁ ଡେଟ କରିଆସୁଛନ୍ତି । ପ୍ରାୟତଃ ଏହି ଯୋଡିକୁ ଅନେକ ଇଭେଣ୍ଟରେ ଦେଖାଯିବା ସହ ଡିନର ଡେଟରେ ମଧ୍ୟ ଦେଖାଯାଇଛି । ପ୍ରଥମ ପତ୍ନୀ ଅର୍ଥାତ ଅଭିନେତ୍ରୀ ମଲାଇକା ଅରୋରାଙ୍କ ଠାରୁ ଅଲଗା ହେଲା ପରେ ଅରବାଜ ଓ ଜର୍ଜିୟାଙ୍କ ରିଲେସନଶିପ ଚର୍ଚ୍ଚା ସାମ୍ନାକୁ ଆସିଥିଲା ।

ଇତିମଧ୍ୟରେ ଆଉ ଏକ ଖବର ଶୁଣିବାକୁ ମିଳୁଛି ଯେ ଖୁବଶୀଘ୍ର ଜର୍ଜିୟା ତାମିଲ ୱେବ ସିରିଜରେ ଡେବ୍ୟୁ କରିବେ । ସେ ‘କାରୋଲୀନ କାମାକ୍ଷୀ’ ଜରିଆରେ ଡିଜିଟାଲ ଦୁନିଆରେ ପଦାର୍ପଣ କରିବେ । ଅନ୍ୟପଟେ ଅରବାଜ ମଧ୍ୟ ନିଜ ପ୍ରଡକ୍ସନ ହାଉସର ଆଗାମୀ ଫିଲ୍ମ ‘ଦବଙ୍ଗ 3’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ଜର୍ଜିୟା କହିଥିଲେ କି ସେ ପ୍ରଡକ୍ସନ ହାଉସକୁ ଛୋଟ ହିନ୍ଦୀ ଭିଡିଓ ସୁଟ କରି ପଠାଇଥିଲେ । କିନ୍ତୁ ସେ ହିନ୍ଦୀ ଭାଷା ଠିକ୍ ରୂପେ ଜାଣିନଥିବାରୁ ପୁଣିଥରରେ ସେହି ଭିଡିଓକୁ ଇଂରାଜୀରେ ସୁଟ କରିଥିଲେ । ଏହାପରେ ପ୍ରଡକ୍ସନ ହାଉସ ତରଫରୁ ତାଙ୍କୁ ଗୋଟିଏ ପୃଷ୍ଠାର ତାମିଲ ସ୍କ୍ରିପ୍ଟ ପଠାଯାଇଥିଲା । ଆଉ ତାମିଲ ଡାଇଲଗ ସମ୍ପୂର୍ଣ୍ଣ ରୂପେ ଶିଖି ମେକର୍ସ ଖୁସି କରିପାରିଛନ୍ତି ସେ।

ଅନ୍ୟପଟେ ସବୁ ପରିସ୍ଥିତିରେ ଅରବାଜ ତାଙ୍କ ସହ ରହିଆସୁଛନ୍ତି । ସେ କେବେ ମଧ୍ୟ ଅରବାଜଙ୍କ ନାମ ନେଇ କୌଣସି କାମ କରିନାହାଁନ୍ତି । ହଁ ଅରବାଜଙ୍କ ପାଇଁ ତାଙ୍କୁ ସହଜରେ କାମ ମିଳିଯିବ କିନ୍ତୁ ସେ ନିଜ ଦକ୍ଷତାରେ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ ଜର୍ଜିୟା ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.