ETV Bharat / sitara

ନିର୍ବାଚନ ପ୍ରଚାରକୁ ଅଙ୍ଗୁରୀ ଭାବିଙ୍କ ନା

ନିକଟରେ ଟିଭିର ପପୁଲାର ଶୋ 'ଭାବି ଜି ଘର ପର ହେଁ' ଉପରେ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରିବା ନେଇ ଅଭିଯୋଗ ଆସିଥିଲା । ଏହାସହ ଶୋ’ ବନ୍ଦ ହେବା ଖବର ମଧ୍ୟ ଜୋର ଧରିଥିଲା ।

author img

By

Published : Apr 18, 2019, 10:37 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସୁଭାଙ୍ଗୀ ଅଟ୍ରେ

ମୁମ୍ବାଇ: ଆଜି ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ଗୋଟିଏ ପଟେ ବଲିଉଡରୁ ନେଇ ଟିଭି କଳାକାର ପର୍ଯ୍ୟନ୍ତ ସମସ୍ତେ ରାଜନୀତି ଦଳର ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ଇତିମଧ୍ୟରେ ଟିଭିର ଲୋକପ୍ରିୟ ଭାଉଜ ଅଙ୍ଗୁରୀ ଭାବି ଅର୍ଥାତ୍ ସୁଭାଙ୍ଗୀ ଅଟ୍ରେ ରାଜନୀତି ପାର୍ଟିକୁ ନେଇ ବଡ କଥା ଖୁଲାସା କରିଛନ୍ତି । ସେ କହିଛନ୍ତି କି ତାଙ୍କୁ ମଧ୍ୟ ନିର୍ବାଚନ ପ୍ରଚାର କରିବା ପାଇଁ ଅଫର ହୋଇଥିଲା । ଯାହାକୁ ସେ ମନା କରିଦେଇଥିଲେ ।

ଏକ ସାକ୍ଷାତକାରରେ ସୁଭାଙ୍ଗୀ କହିଥିଲେ କି ଏଥର ଲୋକସଭା ନିର୍ବାଚନ ପାଇଁ ତାଙ୍କୁ 6ଟି ଅଫର ମିଳିଥିଲା । ତାଙ୍କୁ ଦେଶର 6ଟି ଭିନ୍ନ ଭିନ୍ନ ପାର୍ଟିରୁ ଅଫର ମିଳିଥିଲା । ତାଙ୍କୁ ସବୁଠାରୁ ଅଧିକ ଉତ୍ତର ପ୍ରଦେଶ ଏବଂ ଅନ୍ୟ ଛୋଟ ସହରର ଦଳରୁ ଅଫର ମିଳିଥିଲା ।

ଏହାସହ ସେ କହିଛନ୍ତି କି ସେ କୌଣସି ବି ପାର୍ଟିର ଏଣ୍ଡୋର୍ସ ହେବାକୁ ଚାହୁଁନାହାଁନ୍ତି । ଯେଉଁ କଳାକାରଙ୍କ ପପୁଲାରିଟି ଘରେ ଘରେ ଦେଖିବାକୁ ମିଳୁଛି, ସେମାନଙ୍କୁ ହିଁ ଦଳ ପ୍ରଚାର କରିବାକୁ ଅଫର ଦେଉଛି । କାରଣ ଲୋକ ସେହି କଳାକାରଙ୍କ ସହ ଖୁବ୍ ଶୀଘ୍ର ସମ୍ପୃକ୍ତ ହୋଇଯିବେ ।

ପ୍ରକାଶ ଥାଉକି ଟିଭିର ଲୋକପ୍ରିୟ ଶୋ 'ଭାବି ଜି ଘର ପରେ ହେଁ' ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା ନେଇ ଅଭିଯୋଗ ହୋଇଥିଲା । ନିର୍ବାଚନରେ ଅଭିଯୋଗ କରାଯାଇଥିଲା ଯେ ମୋଦି ସରକାରଙ୍କୁ ଏହି ଶୋ ପ୍ରମୋଟ କରୁଛି । ଏହାପରେ ନିର୍ବାଚନ ଆୟୋଗ ମେକର୍ସଙ୍କୁ ଏକ ନୋଟିସ୍ ପଠାଇଥିଲା ।

SLUG : CHIEF MINISTER AT CHANDABALI 
FORMAT : AVB 
REPORT : DEBASIS MOHAPATRA / BHADRAK
DATE : 02.03.2019

ANCHOR : ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀ ଗସ୍ତରେ। ଅପରାହ୍ନ ପ୍ରାୟ ଗୋଟିଏ ସମୟରେ ସେ ଚାନ୍ଦବାଲି ସ୍ଥିତ ମା ଦୁର୍ଗା ପଡିଆ ରେ ଥିବା ହେଲିପ୍ଯାଡ ରେ ପହଞ୍ଚି ସେଠାରେ ଏକ ବିଶାଳ କର୍ମୀ ସମାବେଶ କୁ ଉଦବୋଧନ ଦେଇଥିଲେ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୁଖ୍ୟତଃ ବିଜୁଳି, ପାନୀୟଜଳ ଏବଂ ଗମନାଗମନ ପରି ମୌଳିକ ସୁବିଧା ନେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ଯାସ କରିଥିଲେ। ଏହି ଗସ୍ତ ସମୟରେ ସେ 100 କୋଟି ଟଙ୍କାରେ ନିର୍ମିତ 132/33 KV ର ଏକ ଇଲେକ୍ଟ୍ରି ଗ୍ରୀଡ, 8 ସହ 92 କୋଟି ଟଙ୍କାରେ ନିର୍ମିତ ଏକ ପାନୀୟଜଳ ଯୋଗାଣ ପ୍ରକଳ୍ପ ଏବଂ 232 କୋଟି ଟଙ୍କାରେ ନିର୍ମିତ ଚାନ୍ଦବାଲି - ଭଦ୍ରକ ରାସ୍ତା ର ଉଦଘାଟନ କରିଥିଲେ। ଏଥିସହ ମଡେଲ ପାର୍କ, ଶ୍ମଶାନ, ଗମନାଗମନ, ଷ୍ଟାଡିୟମ, ଆଲୋକ ବ୍ୟବସ୍ଥା ଏବଂ ପାନୀୟଜଳ ପରି ବିଭିନ୍ନ ମୌଳିକ ସମସ୍ୟା ସମାଧାନ ପାଇଁ ଉଦ୍ଦିଷ୍ଟ ପ୍ରକଲ୍ପ ଗୁଡିକର ଶିଳାନ୍ଯାସ କରିଛନ୍ତି ମୁଖ୍ଯମନ୍ତ୍ରୀ। ମୋଟାମୋଟି 15 ସହ କୋଟିରୁ ଉର୍ଦ୍ଧ ଟଙ୍କାର ପ୍ରକଲ୍ପ ଗୁଡିକର ଉଦଘାଟନ ଏବଂ ଶିଳାନ୍ଯାସ ଏହି ଗସ୍ତ ସମୟରେ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସାଂସଦ, ବିଧାୟକ ଏବଂ ଅନେକ ନେତୃତ୍ୱ ଯୋଗ ଦେଇଥିଲେ। ନିର୍ବାଚନ ପୂର୍ବରୁ ବିଜେଡି ମୁଖିଆ ଙ୍କ ଗସ୍ତ ଯୋଗୁଁ ହଜାର ହଜାର ବିଜେଡି କାର୍ଯ୍ୟକର୍ତ୍ତାଙ୍କ ଭିତରେ ଉତ୍ସାହ ଦେଖାଦେଇଥିଲା। ଏହି ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଆଗାମୀ ନିର୍ବାଚନରେ ନିଶ୍ଚିତ ପୁନର୍ବାର ବିଜେଡି କ୍ଷମତାସୀନ ହେବ ବୋଲି ଦଳୀୟ ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି।
Bite_1 _ Kuna Tripathy _ BJD Leader 
Bite _2 _ Prafulla Samal _ Minister
mojo ରେ ଭିଜୁଆଲ ଏବଂ ବାଇଟ ଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.