ETV Bharat / sitara

ସରିଲା RRR ଫିଲ୍ମର ସୁଟିଂ, ରାମୋଜୀ ଫିଲ୍ମ ସିଟିରୁ ଶେଷ ଦିନର ଭିଡ଼ିଓ ସେୟାର କଲେ ମେକର୍ସ

author img

By

Published : Aug 27, 2021, 7:52 PM IST

ତେଲୁଗୁ ଚଳଚ୍ଚିତ୍ର RRR ଫିଲ୍ମର ସୁଟିଂ ଶେଷ ହୋଇଛି । ମେକର୍ସ ସୁଟିଂ ସେଟର ଶେଷ ଦିନର ଭିଡ଼ିଓକୁ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ସରିଲା RRR ଫିଲ୍ମର ସୁଟିଂ, ଲାଷ୍ଟ ଡେ'ର ଭିଡ଼ିଓ ସେୟାର କଲେ ମେକର୍ସ

ମୁମ୍ବାଇ: ଫିଲ୍ମମେକର ଏସ.ଏସ ରାଜମୌଲିଙ୍କ ଫିଲ୍ମ RRR(Rise Roar Revolt)ର ସୁଟିଂ ଶେଷ ହୋଇଛି । ମେକର୍ସ ସୁଟିଂ ସେଟରେ ଶେଷ ଦିନର ଭିଡ଼ିଓକୁ ସେୟାର କରିଛନ୍ତି । ଯେଉଁଥିରେ ଆକ୍ଟର ରାମ ଚରଣ ଓ ଜୁନିଅର NTR ନିଜ କାରରେ ଫେରୁଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମଟି ଭାରତୀୟ ସ୍ବାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ରାଜୁ ଓ କୁମାରାମ ଭୀମଙ୍କ ଚରିତ୍ରକୁ ଦର୍ଶାଯାଇଛି ।

ଏହି ଫିକ୍ସନାଲ ଫିଲ୍ମଟି ତେଲୁଗୁ ଭାଷାରେ ରିଲିଜ ହେବ । ଗୁରୁବାର ଟ୍ବିଟର ଆକାଉଣ୍ଟରେ ଫିଲ୍ମର ସୁଟିଂ ଶେଷ ହେବା ନେଇ ମେକର୍ସ ସୂଚନା ଦେଇଛନ୍ତି । ବାଇକ ସଟ୍‌ ସହିତ ଆରମ୍ଭ ହୋଇଥିବା ଫିଲ୍ମର ସୁଟିଂ ସେହି ବାଇକ ସଟ୍‌ ସହିତ ଶେଷ ହୋଇଛନ୍ତି ବୋଲି ଟ୍ବିଟରେ ମେକର୍ସ କହିଛନ୍ତି । ୨୦୧୮ ମସିହା ନଭେମ୍ବର ମାସରେ ଫିଲ୍ମର ପ୍ରଥମ ସୁଟିଂ ଆରମ୍ଭ ହୋଇଥିଲା । କୋରୋନା ମହାମାରୀ ପାଇଁ ୨୦୨୦ ମସିହା ମାର୍ଚ୍ଚ ମାସରୁ ସୁଟିଂ ବନ୍ଦ ଥିଲା । କୋରୋନା ସ୍ଥିତି ସ୍ବାଭାବିକ ହେବା ପରେ ସୁଟିଂ ପୁଣି ଆରମ୍ଭ ହୋଇ ଗତକାଲି ଶେଷ ହୋଇଛି ।

  • And thats a wrap! 🤟🏻
    Except a couple of pickup shots, we are officially done with the entire shoot of #RRRMovie. Incidentally finished with the same bike shot that we started with on November 19th 2018. pic.twitter.com/lfXErpTbSS

    — RRR Movie (@RRRMovie) August 26, 2021 " class="align-text-top noRightClick twitterSection" data=" ">

ଫିଲ୍ମର ସୁଟିଂ ଶେଷକୁ ନେଇ ମେକର୍ସ ଅନ୍ୟ ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି । ଏହି ଭିଡ଼ିଓରେ ତେଲୁଗୁ ଷ୍ଟାର ରାମ ଚରଣ ଓ ଜୁନିଅର NTR ସୁଟିଂ ଶେଷ କରିବାକୁ ନିଜ କାରରେ ଯାଉଥିବା ଦେଖିବାକୁ ମିଳିଛି । ଏହି ଭିଡ଼ିଓରେ ଉଭୟଙ୍କୁ ମେକର୍ସ 'ଟାଇଗର ଓ ଚିତା' ବୋଲି ସମ୍ବୋଧନ କରିଛନ୍ତି । ଏହି ଫିଲ୍ମରେ ବଲିଉଡ଼ ଷ୍ଟାରଙ୍କୁ ମଧ୍ୟ ଦେଖିବେ ଦର୍ଶକ । ବଲିଉଡ ଅଭିନେତା ଅଜୟ ଦେବଗନ, ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମଟି ଅକ୍ଟୋବର ୧୩ ତାରିଖରେ ରିଲିଜ ହେବ ବୋଲି ସୂଚନା ମିଳିଥିବାବେଳେ ଏହାର ସୁଟିଂ ରାମୋଜୀ ଫିଲ୍ମସିଟିରେ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.