ETV Bharat / sitara

ସୁଟିଂ ସେଟରେ ଫୁଟିଲା ଗୁଳି, ଟଳି ପଡିଲେ କ୍ୟାମେରାମ୍ୟାନ

ହଲିଉଡ ଫିଲ୍ମ 'ରଷ୍ଟ' ସେଟରେ ଅଭିନେତାଙ୍କ ହାତରୁ ଭୁଲ ବଶତଃ ଫୁଟିଲା ଗୁଳି । କ୍ୟାମେରା ମ୍ୟାନ ମୃତ, ନିର୍ଦ୍ଦେଶକ ଗୁରୁତର । ଅଧିକ ପଢନ୍ତୁ...

author img

By

Published : Oct 23, 2021, 9:56 AM IST

ସୁଟିଂ ସେଟରେ ଫୁଟିଲା ଗୁଳି,  କ୍ୟାମେରା ମ୍ୟାନ ମୃତ, ନିର୍ଦ୍ଦେଶକ ଗୁରୁତର

ମେକ୍ସିକୋ: ହଲିଉଡ ଫିଲ୍ମ 'ରଷ୍ଟ' ସେଟରେ ଫୁଟିଲା ଗୁଳି । ଅଭିନେତାଙ୍କ ହାତରୁ ଭୁଲ ବଶତଃ ଗୁଳି ଫୁଟିବାରୁ ଏଥିରେ ଜଣେ ସିନେମା କ୍ୟାମେରାମ୍ୟାନଙ୍କ ମୃତ୍ୟୁ ହୋଇଛି । ଏଥି ସହ ଫିଲ୍ମ ନିର୍ଦ୍ଦେଶକ ମଧ୍ୟ ଆହତ ହୋଇଛନ୍ତି । ଗତ ଗୁରୁବାର ଦିନ ନ୍ୟୁ ମେକ୍ସିକୋରେ ଫିଲ୍ମ 'ରଷ୍ଟ'ର ସୁଟିଂ ଚାଲୁଥିବା ବେଳେ ଏହି ଅଘଟଣ ଘଟିଥିଲା ।

ଫିଲ୍ମ ସୁଟିଂ ପାଇଁ ହଲିଉଡ ଅଭିନେତା ଆଲେକ ବଲଡୱିନଙ୍କ ହାତରେ ଏହ ବନ୍ଧୁକ ଥିବା ବେଳେ ହଠାତ ଭୁଲ ବଶତଃ ବନ୍ଧୁକରୁ ଫୁଟିଥିଲା । ଗୁଳିଟି ସିଧା କ୍ୟାମେରା ମ୍ୟାନ ହଲିନା ହୋଚିମିନଙ୍କ ଦେହରେ ବାଜିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଆହତ ନିର୍ଦ୍ଦେଶକ ହେଉଛନ୍ତି ଜୋଏଲ ସୁଜା ।

ତେବେ ଗୁଳିକାଣ୍ଡ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଅପରାଧିକ ମାମଲା ରୁଜୁ ହୋଇନଥିବା ଜଣାପଡିଛି । ତେବେ ଫିଲ୍ମ ସୁଟିଂ ପାଇଁ ପ୍ରୋପ ଗନ ବ୍ୟବହାର କରାଯାଉଥିବା ବେଳେ କିଭଳି ଅସଲି ଗୁଳି ଭର୍ତ୍ତି ହୋଇଥିଲା ସେନେଇ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.