ETV Bharat / sitara

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଲତାଙ୍କ ଛାପ, ଗାଇଥିଲେ ୨ଟି ଗୀତ - ଲତାଙ୍କ କଣ୍ଠରେ ଓଡ଼ିଆ ଗୀତ

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଭାରତ ରତ୍ନ ଲତା ମଙ୍ଗେଶକର ନିଜ ସୁମଧୁର କଣ୍ଠର ଯାଦୁ ଦେଖାଇଛନ୍ତି । ସେ ଓଡ଼ିଆ ଭାଷାରେ ୨ଟି ଗୀତ ଗାଇଛନ୍ତି । ଅଧିକ ପଢନ୍ତୁ

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଲତାଙ୍କ ଛାପ, ଗାଇଥିଲେ ୨ଟି ଗୀତ

author img

By

Published : Feb 6, 2022, 3:36 PM IST

ଭୁବନେଶ୍ବର: କୋକିଳକଣ୍ଠୀ ଲତା ମଙ୍ଗେଶକର କେବଳ ଯେ ହିନ୍ଦୀ ଗୀତ ନୁହେଁ ବରଂ ଭାରତର ପ୍ରାୟ ୨୦ଟି ଭାଷାରେ ଗୀତ ଗାଇଛନ୍ତି । ସେଥିରୁ ବାଦ ପଡ଼ିନି ଓଡ଼ିଆ ଭାଷା । ନିଜ ସୁମଧୁର, ଚମତ୍କାର କଣ୍ଠରେ ସେ ଓଡ଼ିଶାବାସୀଙ୍କୁ କରିଛନ୍ତି ମତୁଆଲା । ସୁର ସାମ୍ରାଜ୍ଞୀ ଲତା ଓଡ଼ିଆ ଭାଷାରେ ୨ଟି ଗୀତ ଗାଇଥିଲେ । ଓଡ଼ିଆ ସଙ୍ଗୀତ ପ୍ରତି ତାଙ୍କର ଅବଦାନକୁ ଆଜି ମନେ ପକାଇ ଓଡ଼ିଶା ଓ ରାଜ୍ୟର ସଂଗୀତପ୍ରେମୀ ତାଙ୍କୁ ଝୁରୁଛନ୍ତି ।

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଲତାଙ୍କ ଛାପ, ଗାଇଥିଲେ ୨ଟି ଗୀତ
ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଲତାଙ୍କ ଛାପ, ଗାଇଥିଲେ ୨ଟି ଗୀତ

ଭାରତରତ୍ନ ଲତା ‘ସୂର୍ଯ୍ୟମୁଖୀ’(୧୯୬୩)ର ‘ସେଇ ଚୁନାଚୁନା ତାରା ଫୁଲ ଆଜି…’ ଓ ‘ଅରୁନ୍ଧତୀ’(୧୯୬୮)ର ‘ଆଜି ମୁଁ ଶ୍ରାବଣୀ…’ ଗାଇ ଓଡିଶାକୁ କରିଦେଇଥିଲେ ସ୍ତବ୍ଧ । ଉଭୟ ଗୀତର ସଙ୍ଗୀତକାର ଥିଲେ ଶାନ୍ତନୁ ମହାପାତ୍ର। ଏହି ଦୁଇଟି ଗୀତ ଲାଗି ଓଡ଼ିଆ ସଂଗୀତ ଜଗତ ଓ ଚଳଚ୍ଚିତ୍ର ଜଗତ ମହାନ ଗାୟିକା ଲତାଙ୍କ ସହ ଯୋଡ଼ି ହୋଇ ରହିଛି। ତେବେ ସେତେବେଳେ ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଏହି ଦୁଇ ଗୀତର ସ୍ବର ସଂଯୋଜନା କରିବା ସହ ଲତାଜୀଙ୍କୁ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଭାବେ ଗୀତ ଗାଇବାକୁ ରାଜି କରାଇବା ପାଇଁ ସ୍ଥିର କରିଥିଲେ ।

ଏହା ବି ପଢନ୍ତୁ: ସୁର ସାମ୍ରାଜ୍ଞୀଙ୍କୁ ଓଡ଼ିଆ ସଂଗୀତ ଜଗତର ଶ୍ରଦ୍ଧାଞ୍ଜଳି

ଏଥିପାଇଁ ସେ ପ୍ରଥମେ ପ୍ରଯୋଜକଙ୍କୁ କହିଥିଲେ। ପ୍ରଯୋଜକ ମଧ୍ୟ ରାଜି ହୋଇଯାଇଥିଲେ। ତା’ ପରେ ବମ୍ବେରେ ସଙ୍ଗୀତକାର ଶାନ୍ତନୁ ଲତାଜୀଙ୍କ ପାଖକୁ ଯାଇ ଗୀତର ସ୍ବର ଶୁଣାଇଥିଲେ । ଗୀତର ସ୍ବର ଶୁଣିଲା ପରେ ସେ ଉତ୍ସାହିତ ହୋଇଥିଲେ ଏବଂ ସେଥିରେ କଣ୍ଠଦାନ କରିବାକୁ ମଧ୍ୟ ରାଜି ହୋଇଥିଲେ। ଉପରୋକ୍ତ ଗୀତର ରେକର୍ଡିଂ ଅବସରରେ ପ୍ରଖ୍ୟାତ ଗୀତିକାର ଗୁରୁକୃଷ୍ଣ ଗୋସ୍ବାମୀ ମଧ୍ୟ ଉପସ୍ଥିତ ଥିଲେ । ସେ ଗୀତର ଶୁଦ୍ଧ ଓଡ଼ିଆ ଉଚ୍ଚାରଣର ଶିକ୍ଷା ମଧ୍ୟ ଦେଇଥିଲେ।

ଏହାପରେ ଓଡ଼ିଆର ଅନେକ ଗୀତ ପାଇଁ ଲତାଜୀଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି କାରଣରୁ ସେ ସମୟ ଦେଇନପାରିବାରୁ ଗାଇ ପାରିନଥିଲେ। ଆଉ ଆଜି ଲତାଙ୍କ ବିୟୋଗରେ ତାଙ୍କ କୋକିଳ କଣ୍ଠର ଯାଦୁ ପାଇଁ ସେ ସମସ୍ତଙ୍କ ହୃଦୟରେ ଜଣେ ଅଲିଭାମୟୀ ଦେବୀ ହୋଇ ରହିପାରିଛନ୍ତି । ଆଜି କେବଳ ଓଡି଼ଶା କି ଓଡ଼ିଆ ସଂଗୀତ ଜଗତ ନୁହେଁ ପ୍ରତିଟି ଓଡ଼ିଆ ପ୍ରାଣ ସହ ସାରା ଦେଶ ତାଙ୍କୁ ଝୁରି ହୋଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.