ବେଙ୍ଗାଲୁରୁ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସିସିବି ଦ୍ବାରା ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ସଞ୍ଜନା ଗଲରାନୀଙ୍କ ବେଆଇନ ସମ୍ପତ୍ତିର ଯାଞ୍ଚ ଆରମ୍ଭ କରିଛି । ବେଙ୍ଗାଲୁରୁ ଡ୍ରଗ୍ସ ଡିଲିଂ କେସରେ ସେ ସିସିବି ପୋଲିସ ଦ୍ବାରା ଗିରଫ ହୋଇଥିଲେ । ତାଙ୍କ ବ୍ୟତୀତ କନ୍ନଡ ଅଭିନେତ୍ରୀ ରାଙ୍ଗୀନ ଦ୍ବିବେଦୀ ମଧ୍ୟ ଏହି ମାମଲାରେ ଧରାପଡିଥିଲେ ।
ଯାଞ୍ଚ କରୁଥିବା ଇଡି ଅନୁଯାୟୀ ସଞ୍ଜନା ଡ୍ରଗ ଡିଲିଂ ଏବଂ ବିଙ୍ଗୋ, ହାକୁନାର ଦୁଇ ଚୀନ ଆପ ଦ୍ବାରା ଟଙ୍କା ଆୟ କରିଥିଲେ । ବିଙ୍ଗୋ ହେଉଛି ଏକ ଚୀନ ଆପ୍ ଯେଉଁଠାରେ ଲୋକେ ଟଙ୍କା ବିନିଯୋଗ କରି ଅନଲାଇନ୍ ମାଧ୍ୟମରେ ଜୁଆ ଖେଳ ଖେଳିବାକୁ ବ୍ୟବହାର କରନ୍ତି । ଏହା କୁହାଯାଇଛି ଯେ ବିଙ୍ଗୋ କ୍ୟାସିନ ଖେଳ ସହିତ ସମାନ । ସେହିପରି ହାକୁନା ଆପ୍ କଲ ଏବଂ ଚାଟ ଗୁପ୍ତ ଭାବରେ ବଜାୟ ରଖିବାରେ ସକ୍ଷମ ବୋଲି କୁହାଯାଉଛି ।
ଇଡି ତରଫରୁ କୁହାଯାଇଛି ଯେ ହାକୁନା ଆପ୍ରେ କଲ ଏବଂ ମେସେଜ ପୁନଃ ପାଇବା କଷ୍ଟଦାୟକ । ଏହାବ୍ୟତୀତ ଏହି ଆପ୍ ଦ୍ବାରା ଟଙ୍କା ଟ୍ରାନ୍ସଫର କରୁଥିଲେ ସଞ୍ଜନା । ତାଙ୍କ ଆୟ ଉତ୍ସ କେବଳ ବଡ ବଡ ପର୍ଟି କିମ୍ବା ଡ୍ରଗ ଡିଲିଂରେ ସୀମିତ ନଥିଲା ବରଂ ସେ ଅନଲାଇନ ଟଙ୍କା ଟ୍ରାନ୍ସଫରରୁ ମଧ୍ୟ ଆୟ କରୁଥିଲେ ବୋଲି ଖୁଲାସା କରିଛନ୍ତି ଇଡି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ