କୋଲକାତା: ବଙ୍ଗଳା ଫିଲ୍ମ କିମ୍ବଦନ୍ତୀ ଅଭିନେତା ସୌମିତ୍ର ଚାଟାଜୀଙ୍କ କୋଭିଡ ରିପୋର୍ଟ ନେଗେଟିଭ ପରେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ହେବାରେ ଲାଗିଛି। ତାଙ୍କୁ କୋଭିଡ ଆଇସିୟୁ ଭିତରୁ ବାହାର କରାଯାଇଛି । କୌଣସି ଗୁରୁତର ଅବସ୍ଥା ନଥିବାରୁ ମ୍ୟୁଜିକାଲ ଥେରାପି ଦ୍ବାରା ସୌମିତ୍ରଙ୍କ ଚିକିତ୍ସା ଆରମ୍ଭ ହୋଇଛି ।
ସୌମିତ୍ର କୋରୋନା ପଜିଟିଭ ପରେ ପରିବାର ଓ ପ୍ରଶଂସକ ତାଙ୍କର ସୁସ୍ଥତା କାମନା କରିଥିଲେ । ସୌମିତ୍ର କୋରୋନା ଆକ୍ରାନ୍ତ ସହ ବାର୍ଦ୍ଧକ୍ୟଜନିତ ବିଭିନ୍ନ ରୋଗରେ ପୀଡିତ ଥିଲେ । ତେବେ ଗତ ବୁଧବାର ତାଙ୍କ ରିପୋର୍ଟ ନେଟେଗିଭ ଆସିଛି ।
ସୌମିତ୍ରଙ୍କୁ ନିଜ ଅଭିନିତ କିଛି ଚଳଚିତ୍ରର ଗୀତ ବଜାଇ ମ୍ୟୁଜିକାଲ ଥେରାପି ଦିଆଯାଉଛି । ଏହା ଦ୍ବାରା ସୌମିତ୍ରଙ୍କ ସ୍ବାସ୍ଥ୍ୟରେ ସୁଧାର ଆସୁଥିବା ଡାକ୍ତର ଅରିନ୍ଦମ କର କହିଛନ୍ତି ।
15 ଜଣିଆ ଡାକ୍ତର ଏହି କିମ୍ବଦନ୍ତୀ ଅଭିନେତାଙ୍କ ଚିକିତ୍ସା କରାଇବା ସହ ସମସ୍ତେ ତାଙ୍କର ନଜର ରଖୁଛନ୍ତି ।ଅକ୍ଟୋବର 6 ତାରିଖରେ ବଙ୍ଗଳା ଫିଲ୍ମର କିମ୍ବଦନ୍ତୀ ଅଭିନେତା ସୌମିତ୍ର ଚାଟାର୍ଜୀ କୋରୋନା ପଜିଟିଭ୍ ଥିବା ଜଣାପଡିଥିଲା । କୋଲକାତାର ବେଲେ ଭ୍ୟୁ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଜାରି ରହିଛି ।