ETV Bharat / sitara

ଘୁଞ୍ଚିଲା 'ଖାନଦାନୀ ସଫାଖାନ'ର ରିଲିଜ ଡେଟ

ବଦଳିଲା ସୋନାକ୍ଷୀଙ୍କ ଆଗାମୀ ଫିଲ୍ମ 'ଖାନଦାନୀ ସଫାଖାନ'ର ରିଲିଜ ତାରିଖ । ଜୁଲାଇ ପରିବର୍ତ୍ତେ ଏବେ ଅଗଷ୍ଟ 2ରେ ରିଲିଜ ହେବାକୁ ଯାଉଛି ଫିଲ୍ମ ।

author img

By

Published : Jun 27, 2019, 6:38 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା

ମୁମ୍ବାଇ: ଖୁବଶୀଘ୍ର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ନିଜର ଅପକମିଂ ଆଡଲ୍ଟ କଣ୍ଟେଣ୍ଟ ଫିଲ୍ମ 'ଖାନଦାନୀ ସଫାଖାନ' ନେଇ ପରଦାକୁ ଫେରିବେ । କିଛି ଦିନ ପୂର୍ବରୁ ରିଲିଜ ହୋଇଥିବା ଏହାର ମଜାଦାର ଟ୍ରେଲର ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇପାରିଛି । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଫିଲ୍ମର ରିଲିଜ ତାରିଖକୁ ବଦଳାଇ ଦିଆଯାଇଛି ।

twitter
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ସୋନାକ୍ଷୀ ସିହ୍ନା

ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ଫିଲ୍ମଟି ଜୁଲାଇ 26ରେ ପରଦାରେ ଦେଖିବାକୁ ମିଳିବ । କିନ୍ତୁ ଏବେ ଲାଗୁଛି ଯେ ଦର୍ଶକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । କାରଣ ଫିଲ୍ମଟି ଜୁଲାଇ ପରିବର୍ତ୍ତେ ଏବେ ଅଗଷ୍ଟ 2ରେ ରିଲିଜ ହେବାକୁ ଯାଉଛି ।

ସୋନାକ୍ଷୀ ଏହାର ସୂଚନା ଫ୍ୟାନ୍ସଙ୍କୁ ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟରରେ ଦେଇଛନ୍ତି । ସେ ଫିଲ୍ମର ଗୋଟିଏ ପୋଷ୍ଟର ସେୟାର କରି ରିଲିଜ ବିଷୟରେ ଜଣାଇଛନ୍ତି । ଯେଉଁଥିରେ ଲେଖାଯାଇଛି, "ଏହା ଏମିତି ଆଡଲ୍ଡ ଫିଲ୍ମ ଯାହାକୁ ଫ୍ୟାମିଲ ସହ ଦେଖାଯାଇପାରିବ ।"

ଫିଲ୍ମରେ ସୋନାକ୍ଷୀଙ୍କ ବ୍ୟତୀତ କମେଡି ଅଭିନେତା ବରୁଣ ଶର୍ମା ନଜର ଆସିବେ । ଏହାସହ ଏହି ଫିଲ୍ମ ଜରିଆରେ ଫେମସ ରାପର ବାଦଶାହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଫିଲ୍ମରେ ମଧ୍ୟ ରାପର ଭୂମିକାରେ ନଜର ଆସିବେ । ଅନ୍ୟପଟେ ଫିଲ୍ମରେ ବେବି ବେଦୀଙ୍କ ଭୂମିକାରେ ଦେଖାଯିବେ ସୋନାକ୍ଷୀ । ଯିଏ ନିଜ ମାମୁଁଙ୍କ ସେକ୍ସ କ୍ଲିନିଂରେ କାମ କରୁଥିବେ ।

ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ସ୍ଲିପି ଦାସଗୁପ୍ତା ତୁଲାଇଥିବା ବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଭୂଷଣ କୁମାର ।

Intro:Body:

fsfds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.