ବ୍ରହ୍ମପୁର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଓ ଏଲିନା ସାମନ୍ତରାୟଙ୍କ ଅଭିନୀତ ଚଳଚ୍ଚିତ୍ର ବ୍ରହ୍ମପୁରରେ ‘ମାଲ ମହୁ ଜୀବନ ମାଟି’ ମୁକ୍ତିଲାଭ କରିଛି । ସହରର ରୁକ୍ମଣୀ ପ୍ରକ୍ଷୋଳୟରେ ପ୍ରିମିୟର ଶୋ ଦେଖିବା ପାଇଁ ସବ୍ୟସାଚୀ ଓ ଏଲିନା ଚଳଚ୍ଚିତ୍ରର ଅନ୍ୟ କାଳାକାରଙ୍କ ସହ ଯୋଗ ଦେଇଥିଲେ । ଓଲିଉଡର ସେକ୍ସୀ ଅଭିନେତ୍ରୀ ବିଦୁସ୍ମିତା ମାହାପାତ୍ର ମଧ୍ୟ ନଜର ଏହି ପ୍ରିମିୟରେ ନଜର ଆସିଛନ୍ତି ।
ଏହାସହ ସବୁ କଳାକାର ଦର୍ଶକଙ୍କୁ ଅଧିକ ଉତ୍ସାହିତ କରିଥିଲେ ଚଳଚ୍ଚିତ୍ର ଦେଖିବା ପାଇଁ । ପ୍ରକାଶ ଥାଉକି ଏହି ଚଳଚ୍ଚିତ୍ର ଦମଦାର କାହାଣୀ ଏବଂ ଏହାର ଟୁଇଷ୍ଟ ଦର୍ଶକଙ୍କ ମନ କିଣିଛି । ବ୍ରହ୍ମପୁର ଦର୍ଶକଙ୍କ ଉତ୍ସାହ ଦେଖି ନିର୍ମାତା ଏହି ରେଶମ ସହରରେ ପ୍ରିମିୟର ଶୋ ମୁକ୍ତିଲାଭ କରାଇବାକୁ ସ୍ଥିର କରିଥିଲେ ।
ଏପରିକି ଏଠାରେ ଅନେକ ଯୁବବର୍ଗ ଉତ୍ସାହିତ ରହିଥିବା ନେଇ ବେଶ ଖୁସି ଅନୁଭବ କରିଛନ୍ତି ଏହାର କଳାକାର ମାନେ । ପ୍ରିମିୟର ଶୋ ପୂର୍ବରୁ ଏକ ଶୋଭାଯାତ୍ରାରେ ଏହାର କଳାକାର ମାନେ ସହର ପରିକ୍ରମା କରି ପ୍ରକ୍ଷୋଳୟରେ ପହଞ୍ଚିଥିଲେ । ଚଳଚ୍ଚିତ୍ରକୁ ନେଇ କଣ କହୁଛନ୍ତି ସିନେ ତାରକା ଆସନ୍ତୁ ଶୁଣିବା ..
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ