ETV Bharat / sitara

ଇଂରାଜୀରେ ଗୀତ ଗାଇଲେ ଭିକାରୀ ସନ୍ନି ବାବା

ରାନୁ ମଣ୍ଡଲଙ୍କ ପରି ଏବେ ସୋସିଆଲ ମିଡିଆରେ ଆଉ ଜଣେ ଭିକାରୀଙ୍କ ଗୀତ ଭାଇରଲ। ଇଂରାଜୀ ଗୀତ ଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଏହି ବ୍ୟକ୍ତି...

author img

By

Published : Apr 26, 2020, 7:11 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କୋଲକାତାର ଷ୍ଟେସନ ଗାୟିକା ରାନୁ ମଣ୍ଡଲ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ରାତାରାତି ସେ ବଲିଉଡର ଷ୍ଟାର ସାଜିଥିଲେ । ତାଙ୍କର ଗୋଟିଏ ଗୀତ ସୋସିଆଲ ମିଡିଆରେ ଘୁରିବୁଲିବା ପରେ ତାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଥିଲା। ତାଙ୍କ ପପୁଲାରିଟି ଏତେ ବଢିଯାଇଥିଲା ଯେ ତାଙ୍କ ଗୀତ ସବୁ ମହଲରେ ଶୁଣିବାକୁ ମିଳୁଥିଲା । ଏବେ ତାଙ୍କ ପରି ଆଉ ଏକ ଭିକ ମାଗୁଥିବା ବ୍ୟକ୍ତି ସନ୍ନି ବାବାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ସେ ଇଂରାଜୀ ଗୀତ ଗାଇ ସମସ୍ତଙ୍କ ମନ କିଣିଛନ୍ତି।

ଟ୍ବିଟରରେ ସନ୍ନି ବାବାଙ୍କ ଭିଡିଓ ବନ୍ଦନା ନାମ ଏକ ଟ୍ବିଟର ଆକାଉଣ୍ଟରେ ସେୟାର କରାଯାଇଛି। ଯେଉଁଥିରେ ସେ ଲୋକଙ୍କ ପ୍ରଶ୍ନର ଉତ୍ତର ଇଂରାଜୀରେ ଦେବା ସହ ଇଂରାଜୀ ଗୀତ ଗାଉଥିବାର ନଜର ଆସୁଛନ୍ତି।

ବର୍ତ୍ତମାନ ତାଙ୍କ ଗୀତଟି ଲୋକଙ୍କୁ ଖୁବ୍ ପସନ୍ଦ ଆସିବାରେ ଲାଗିଛି। ଏହାସହ ଭାଇରାଲ ହେଉଥିବା ତାଙ୍କ ଭିଡିଓରେ ତାଙ୍କ ଇଂରାଜୀ କଥାକୁ ନେଇ ମଧ୍ୟ ପ୍ରଶଂସା କରୁଛନ୍ତି ୟୁଜର୍ସ । ଦେଖନ୍ତୁ ଭିଡିଓ...

ଭିଡିଓ ସୌଜନ୍ୟ: ଟ୍ବିଟର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.