ETV Bharat / sitara

ପର୍ଣ୍ଣୋଗ୍ରାଫି ମାମଲା: ଶର୍ଲିନଙ୍କ କାମକୁ ପସନ୍ଦ କରୁଥିଲେ ଶିଳ୍ପା

author img

By

Published : Aug 8, 2021, 2:13 PM IST

ରାଜକୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲା । ଆସିଲା ବଲିଉଡ ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ବଡ ବୟାନ । ଶିଳ୍ପା ଶର୍ଲିନଙ୍କ କାମକୁ ପସନ୍ଦ କରନ୍ତି ବୋଲି ରାଜ ତାଙ୍କୁ କହୁଥିଲେ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ..

ପର୍ଣ୍ଣୋଗ୍ରାଫି ମାମଲା: ଶର୍ଲିନଙ୍କ କାମକୁ ପସନ୍ଦ କରୁଥିଲେ ଶିଳ୍ପା
ପର୍ଣ୍ଣୋଗ୍ରାଫି ମାମଲା: ଶର୍ଲିନଙ୍କ କାମକୁ ପସନ୍ଦ କରୁଥିଲେ ଶିଳ୍ପା

ମୁମ୍ବାଇ: ରାଜକୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫି ମାମଲାକୁ ନେଇ ବଲିଉଡ ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ବଡ ବୟାନ । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସ୍ବାମୀଙ୍କ ଫିଲ୍ମରେ କାମ କରୁଥିବା ଶର୍ଲିନଙ୍କ କାମକୁ ପସନ୍ଦ କରୁଥିଲେ ବୋଲି ଶର୍ଲିନ କହିଛନ୍ତି । ଏହାସହିତ ଏଭଳି ଫିଲ୍ମକୁ ନେଇ ରାଜଙ୍କ ସହ ମାର୍ଚ୍ଚ ମାସରେ ଶର୍ଲିନ ଏକ ଚୁକ୍ତି ସ୍ବାକ୍ଷର କରିଥିବା କହିଛନ୍ତି ।

ମୁମ୍ବାଇ କ୍ରାଇମବ୍ରାଞ୍ଚ ଶର୍ଲିନଙ୍କୁ ପଚରା ଉଚୁରା ପାଇଁ ସମନ ଜାରି କରିଥିଲେ । ରାଜ ବିଭିନ୍ନ ପ୍ରକାରର ଫିଲ୍ମ ଯେମିତିକି ଗ୍ଲାମର, ଫ୍ୟାସନ, ଫିଟନେସ, ମଜାଦାର ଫିଲ୍ମ କରିବାକୁ ଚାହୁଁଥିଲେ । ପ୍ରଥମେ ଫିଲ୍ମର କନସେପ୍ଟ ଗ୍ଲାମର ଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଅର୍ଦ୍ଧ ନଗ୍ନ ଭାବେ ଫିଲ୍ମ କରିବାକୁ କୁହାଯାଇଥିଲା । ଏହି ଫିଲ୍ମର ସୁଟିଂ ସମୟରେ ରାଜ ତାଙ୍କୁ ଉତ୍ସାହିତ କରୁଥିଲେ । ତାଙ୍କ ଫିଲ୍ମର ଫଟୋ ଓ ଭିଡିଓ ଦେଖି ଶିଳ୍ପା ତାଙ୍କ କାମକୁ ପସନ୍ଦ କରିଛନ୍ତି ବୋଲି ଶର୍ଲିନ କ୍ରାଇମବ୍ରାଞ୍ଚକୁ କହିଛନ୍ତି ।

ସିନିଅର ଆକ୍ଟର ଶିଳ୍ପାଙ୍କଠାରୁ ପ୍ରଶଂସା ପାଇବା ପରେ ସେ ଉତ୍ସାହିତ ହୋଇ ଏଭଳି ଫିଲ୍ମ ସୁଟିଂ କରିଥିଲେ ବୋଲି କହିଛନ୍ତି ଶର୍ଲିନ । ତେବେ ରାଜ କିଛି ଭୁଲ କରିଛନ୍ତି ବୋଲି ସେ କହୁନାହାନ୍ତି । ସେହି ସମୟରେ ଏହି କାର୍ଯ୍ୟ ପାଇଁ କୌଣସି ନୋଟିସ ଦିଆଯାଇନଥିଲା । ସେଥିଲାଗି ସେମାନେ ଏହାକୁ ଆଇନ ବିରୋଧ କାର୍ଯ୍ୟ ଭାବିନଥିଲେ ବୋଲି କହିଛନ୍ତି ଶର୍ଲିନ ।

ତେବେ ସୂଚନା ଥାଉ କି ଗତକାଲି(ଶନିବାର) ମୁମ୍ବାଇ ହାଇକୋର୍ଟ ରାଜକୁନ୍ଦ୍ରାଙ୍କ ଜାମିନ ଆବେଦନକୁ ଖାରଜ କରିଛି । ଜୁଲାଇ ୧୯ ତାରିଖରେ ଗିରଫ ହେବା ପରେ ବର୍ତ୍ତମାନ ରାଜକୁନ୍ଦ୍ରା ନ୍ୟାୟିକ ହେପାଜତରେ ରହିଛନ୍ତି । ଗିରଫ ହେବା ପୂର୍ବରୁ ସେ ଗତ ଜୁନ ୧୧ ତାରିଖରେ ଅନ୍ତରୀଣ ଜାମିନ ପାଇଁ ସେସନ କୋର୍ଟରେ ଆବେଦନ କରିଥିଲେ । ଅଗଷ୍ଟ ୨ ତାରିଖରେ ସେସନ କୋର୍ଟରେ ଶୁଣାଣି ପାଇଁ ଏହି ମାମଲା ଆସିଥିଲା ଏବଂ କୋର୍ଟ ଏହାର ଶୁଣାଣି ଅଗଷ୍ଟ 7 ପର୍ଯ୍ୟନ୍ତ ସଂରକ୍ଷିତ ରଖିଥିଲେ ।

ମୁମ୍ବାଇ କ୍ରାଇମବ୍ରାଞ୍ଚ କୁନ୍ଦ୍ରା ଓ ତାଙ୍କ ଆଇଟି ମୁଖ୍ୟ ରିଆନଙ୍କୁ ଗିରଫ କରିଥିଲା । କୁନ୍ଦ୍ରା ବେଆଇନ ଭାବରେ ଏହି ଅଶ୍ଳୀଳ ଫିଲ୍ମଗୁଡିକୁ ଅଲଗା ଆପ୍‌ରେ ଅପଲୋଡ କରୁଥିଲେ । ଏହି ଆପ ପାଇଁ କୁନ୍ଦ୍ରା ସବସ୍କ୍ରିପସନ ଫି ମାଗୁଥିଲେ ଓ ଏହି ବ୍ୟବସାୟରୁ ସେ ୧.୧୭ କୋଟି ଟଙ୍କା ରୋଜଗାର କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.