ETV Bharat / sitara

ଓସ୍କାର ବିଜେତା ସାଜିବେ ପ୍ରିୟଙ୍କା, ନିକଙ୍କ ଭରସା

author img

By

Published : Jan 30, 2021, 7:04 PM IST

ନିକଙ୍କ ବିଷୟରେ ଖାସ୍ କଥା ସମସ୍ତଙ୍କୁ ଜଣାଇଲେ ପିସି । ତାଙ୍କର ସବୁ କାମରେ ବିଶ୍ବାସ କରନ୍ତି ନିକ ବୋଲି କହିଲେ ସେ । ଅଧିକ ପଢନ୍ତୁ...

3x2
3x2

ମୁମ୍ବାଇ: ନିକଟରେ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା ପ୍ରିୟଙ୍କା ଚୋପ୍ରା ଓ ରାଜକୁମାର ରାଓଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଦ ହ୍ବାଇଟ ଟାଇଗର’। ବିଶ୍ବସ୍ତରରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ବର୍ତ୍ତମାନ ସବୁ ମହଲରେ ପ୍ରଶଂସା ମିଳିବାରେ ଲାଗିଛି । ଏହାସହ ବିଶ୍ବସ୍ତରରେ ରିଲିଜ ହୋଇଥିବା ଏହି ଫିଲ୍ମ ବର୍ତ୍ତମାନ ନେଟଫ୍ଲିକ୍ସର ନଂ 1 ଫିଲ୍ମ ମଧ୍ୟ ସାଜିଛି । ସେପଟେ ପ୍ରିୟଙ୍କାଙ୍କ ସ୍ବାମୀ ନିକ ଜୋନସ ମଧ୍ୟ ଫିଲ୍ମର ଖୁବ୍ ପ୍ରଶଂସା କରିଛନ୍ତି ।

ଯାହା ବିଷୟରେ ଆଲୋଚନା କରି ଚର୍ଚ୍ଚାରେ ପ୍ରିୟଙ୍କା । ଏକ ଶୋ’ର ନିକଙ୍କ ବିଷୟରେ ପ୍ରିୟଙ୍କା ଜଣାଇଛନ୍ତି, ‘ନିକ ଜଣେ ଏମିତି ପରଫେକ୍ଟ ସ୍ବାମୀ ଯିଏ କେବେ ଭୁଲ କରନ୍ତି ନାହିଁ । ତାଙ୍କ ଏହି ଗୁଣ ମତେ ସବୁଠୁ ଅଧିକ ଭଲ ଲାଗେ । ସେ ମୋ କାମ ଉପରେ ସବୁବେଳେ ଭରସା କରନ୍ତି । ଆଉ ତାଙ୍କ ଅନୁଯାୟୀ ମୋ ପ୍ରଥମ ଜୋନସ ଯିଏ ଓସ୍କାର ଆୱାର୍ଡ ଜିତିବି । ତାଙ୍କର ଏପରି ବିଶ୍ବାସ ମତେ ଶାନଦାର କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଉଛି । ସେହିପରି ତାଙ୍କ ମନ କିଣିଛି ଦ ହ୍ବାଇଟ ଟାଇଗର ।’

ପ୍ରକାଶ ଥାଉକି ପ୍ରିୟଙ୍କା, ରାଜକୁମାର ଓ ଆଦର୍ଶ ଗୌରବଙ୍କ ଅଭିନୀତ ଫିଲ୍ମ ‘ଦ ହ୍ବାଇଟ ଟାଇଗର’ ହିଟ୍ ସାବ୍ୟସ୍ତ ହୋଇଛି । ଅନେକ ସେଲିବ୍ରିଟି ମଧ୍ୟ ଏହି ଫିଲ୍ମର ପ୍ରଶଂସା କରିବାରେ ଲାଗିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.