ETV Bharat / sitara

ଓସ୍କାରରେ ଲତା ମଙ୍ଗେଶକର-ଦିଲୀପଙ୍କୁ ଅଣଦେଖା, ରାଗିଲେ ଫ୍ୟାନ୍ସ

author img

By

Published : Mar 28, 2022, 5:21 PM IST

94ତମ ଏକାଡେମୀ ପୁରସ୍କାର ସମାରୋହ (Oscars 2022) 27 ମାର୍ଚ୍ଚରେ ଲସ୍‌ ଆଞ୍ଜଲେସର ଡଲବି ଥିଏଟର (ଓଭେସନ୍ ହଲିଉଡ)ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାରା ବିଶ୍ବର ସେହି କଳାକାର ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା, ଯେଉଁମାନଙ୍କୁ ଇଣ୍ଡଷ୍ଟ୍ରି ହରାଇଛି । କିନ୍ତୁ କେଉଁଠି ବି ବିଶ୍ବ ପ୍ରସିଦ୍ଧ ସ୍ୱର୍ଗତ ଭାରତୀୟ ଗାୟିକା ଲତା ମଙ୍ଗେଶକର ଏବଂ ଅଭିନେତା ଦିଲୀପ କୁମାରଙ୍କୁ ଉଲ୍ଲେଖ କରାଯାଇନଥିଲା । ଅଧିକ ପଢନ୍ତୁ

Oscars 2022: ଭୁଲିଗଲେ ଲତା ମଙ୍ଗେଶକର ଏବଂ ଦିଲୀପ କୁମାରଙ୍କୁ, ଦେଲେନି ଶ୍ରଦ୍ଧାଞ୍ଜଳି

ଲସ୍‌ ଆଞ୍ଜଲେସ: 94ତମ ଏକାଡେମୀ ପୁରସ୍କାର ସମାରୋହ (Oscars 2022) 27 ମାର୍ଚ୍ଚରେ ଲସ୍‌ ଏଞ୍ଜଲିସର ଡଲବି ଥିଏଟର (ଓଭେସନ୍ ହଲିଉଡ)ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାରା ବିଶ୍ବର ସେହି କଳାକାର ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା, ଯେଉଁମାନଙ୍କୁ ଇଣ୍ଡଷ୍ଟ୍ରି ହରାଇଛି । ଏହି ତାଲିକାରେ ସିଡନୀ ପୋଟିଅର୍, ବେଟି ହ୍ବାଇଟ, ଇଭାନ୍ ରିଟମ୍ୟାନ୍ ଏବଂ ଷ୍ଟିଫେନ୍ ସୋଣ୍ଡହିମ୍ ଭଳି ତାରକା ଅନ୍ତର୍ଭୁକ୍ତ ଥିଲେ ।

  • The amazing world-record setting #LataMangeshkar (who passed away from Covid) sang more songs for more movies than shown in all Oscars combined. Yet, the #Oscars2022 #Inmemoriam did not see it fit to honor her even with a mention. Sometimes, I think, colonialism still lives on...

    — Neha (@44Neha) March 28, 2022 " class="align-text-top noRightClick twitterSection" data=" ">

ତେବେ ଏହି ତାଲିକାରେ କେଉଁଠି ବି ବିଶ୍ବ ପ୍ରସିଦ୍ଧ ସ୍ୱର୍ଗତ ଭାରତୀୟ ଗାୟିକା ଲତା ମଙ୍ଗେଶକର ଏବଂ ଅଭିନେତା ଦିଲୀପ କୁମାରଙ୍କୁ ଉଲ୍ଲେଖ କରାଯାଇନଥିଲା । ଏହା ସମସ୍ତଙ୍କୁ ଜଣା ଯେ, ଭାରତର ନାଇଟ ଆଙ୍ଗଲ କୁହାଯାଉଥିବା ଲତା ମଙ୍ଗେଶକର ଗତ ଫେବୃଆରୀରେ ଏହି ଦୁନିଆକୁ ବିଦାୟ ଦେଇଥିଲେ।

ଏହା ବି ପଢନ୍ତୁ: OSCARS 2022: ଓସ୍କାର ମଞ୍ଚରେ ମାରପିଟ୍‌, ହୋଷ୍ଟଙ୍କୁ ଚାପୁଡା ମାରିଲେ ୱିଲ୍‌ ସ୍ମିଥ୍‌

ଅସନ୍ତୁଷ୍ଟ ଲତାଙ୍କ ପ୍ରଶଂସକ

ଓସ୍କାର 2022ରେ ଲତା ମଙ୍ଗେଶକରଙ୍କ ନାମ ପର୍ଯ୍ୟନ୍ତ ନିଆଯାଇନଥିବାରୁ ପ୍ରଶଂସକମାନେ ସୋସିଆଲ ମିଡିଆରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, ଓସ୍କାରରେ ଆଜି ସୁଦ୍ଧା ମୋଟୋମୋଟି ଭାବେ ଦେଖାଯାଇଥିବା ଫିଲ୍ମରେ ଅଧିକ ଗୀତ ଗାଇଛନ୍ତି ଲତା ମଙ୍ଗେଶକର । ହେଲେ ନାଁ କେଉଁଠି ବି ତାଙ୍କ ନା ଉଲ୍ଳେଖ କରାଯାଇନାହିଁ । କ'ଣ ଓସ୍କାର ତାଙ୍କୁ ଯୋଗ୍ୟ ଭାବିଲାନି ଶ୍ରଦ୍ଧାଞ୍ଜଳି ଦେବାକୁ ? ବୋଲି ପ୍ରଶ୍ନ ପଚାରିଛନ୍ତି ପ୍ରଶଂସକ ।

ଏହା ବି ପଢନ୍ତୁ: Oscars ବିଜେତାଙ୍କ ସମ୍ପୂର୍ଣ୍ଣ ଲିଷ୍ଟ: ଶ୍ରେଷ୍ଠ ଚଳଚ୍ଚିତ୍ର CODA, ଶ୍ରେଷ୍ଠ ଅଭିନେତା ୱିଲ୍ ସ୍ମିଥ୍

ସୂଚନାଯୋଗ୍ୟ ଯେ, 92 ବର୍ଷୀୟା ଲତା ମଙ୍ଗେଶକର ଚଳିତ ବର୍ଷ ଫେବୃଆରୀ 6ରେ ଦେହାନ୍ତ ହୋଇଥିଲା । କୋଭିଡ ଏବଂ ନିମୋନିଆରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଫେବୃଆରୀ 8ରୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 28 ସେପ୍ଟେମ୍ବର 1929ରେ ଜନ୍ମ ହୋଇଥିବା ଲତା ମଙ୍ଗେଶକର 13 ବର୍ଷ ବୟସରୁ ଗୀତ ଗାଉଥିଲେ । ଇଣ୍ଡଷ୍ଟ୍ରିକୁ ଆଗକୁ ନେବାରେ ତାଙ୍କର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.