ନୂଆଦିଲ୍ଲୀ: ଆସନ୍ତାକାଲି ଫିଲ୍ମ ଦୁନିଆର ସର୍ବଶେଷ୍ଠ ଆୱାର୍ଡ ସେରେମନି। ଏନେଇ ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ। ଲସ ଏଞ୍ଜେଲସର ଡଲବୀ ଥିଏଟରରେ ଅନୁଷ୍ଠିତ ହେବ 92ତମ ଓସ୍କାର 2020 ପୁରସ୍କାର ଉତ୍ସବ। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପୁରସ୍କାର ଉତ୍ସବ ବିନା ଉପସ୍ଥାପକ ଓ ଉପସ୍ଥାପିକାଙ୍କ ଦ୍ବାରା ପରିଚାଳନା କରାଯିବ।
ତେବେ ଆୱାର୍ଡ ସେରେମନିର ଲାଇଭ ଟେଲିକାଷ୍ଟ ଫେବୃୟାରୀ 10 ସକାଳ 6.30ରେ ଭାରତରେ କରାଯିବ। ଏହାସହ ହଟଷ୍ଟାରରେ ମଧ୍ୟ ଓସକାରର ଲାଇଭ ପ୍ରୋଗାମ କିଛି ସମୟ ପାଇଁ କରାଯିବ। ସେହିପରି ରେଡ କାର୍ପେଟ ଇଭେଣ୍ଟ ଟ୍ବିଟରରେ 5ଟାରେ ପ୍ରସାରଣ କରାଯିବ। ଏହି ପୁରସ୍କାର ରେସରୁ ଗଲି ବୟ ଆଉଟ ହୋଇଯାଇଛି। ବର୍ତ୍ତମାନ ସମୟରେ ଜୋକର 11 ନୋମିନେସନରେ ରହିଛି। ସେହିପରି ହଲିଉଡ୍ ଫିଲ୍ମ ୱାନ୍ସ ଅପନ ଏ ଟାଇମ ପ୍ରଥମ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି।