କଟକ: ଆଜି ଲୋକପ୍ରିୟ ଓଲିଉଡ଼ ଅଭିନେତା ହର ପଟ୍ଟନାୟକଙ୍କ 62ତମ ଜନ୍ମ ବାର୍ଷିକୀ । ସେ ଓଲିଉଡର ଗଡଫାଦର ମଧ୍ୟ ଥିଲେ । ଯିଏ ଓଡ଼ିଆ ସିନେମାରେ ଅନେକ ଯୁବ କଳାକାରଙ୍କୁ ସୁଯୋଗ ଦେଇ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ।
ଓଡିଆ ଇଣ୍ଡଷ୍ଟ୍ରିର ସେ ଏମିତି ଖଳନାୟକ ଥିଲେ ଯାହାଙ୍କ ମୃତ୍ୟୁରେ କାନ୍ଦି ପକାଇଥିଲେ ପ୍ରଶଂସକ । ଖଳନାୟକ ଭୂମିକାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ହର । ଏବେବି ତାଙ୍କ ‘ମା ରାଣ, ଫୁଲ ବୋବାଲ’, ‘ନାଇଁ ନାଇଁ ନାଇଁ ମ’, ‘ଚକମାଚୂର’ ‘କଟକଟ କଟରା’ ଡାଇଲଗକୁ ମିସ୍ କରୁଛନ୍ତି ଦର୍ଶକ ।
1977ରେ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ସହକାରୀ ଭାବେ ‘ସୁନାସଂସାର’ ଚଳଚ୍ଚିତ୍ରରେ ନିଜ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିଥିଲେ ସେ। ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପାଗଳ ପ୍ରେମୀ’, ‘କଳକୀ ଅବତାର’, ‘ପୁଅ ମୋର ଭୋଳାଶଙ୍କର’ ଓ ‘ସୁହାଗ ସିଦୂର’ ସୁପରଡୁପର ହିଟ୍ ସାବ୍ୟସ୍ତ ହୋଇଥିଲା ।
ପ୍ରକାଶ ଥାଉକି କ୍ୟାନ୍ସରରେ ପୀଡିତ ଥିବା ହର 2015 ଜାନୁଆରୀ 13ରେ ଭୁବନେଶ୍ବରରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ହେଲେ ନିଜ ବାସଭବନ କଟକର ସତି ଚଉରାରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।