ETV Bharat / sitara

ଖଳନାୟକରୁ ନାୟକ, ଓଲିଉଡର ଗଡଫାଦର ‘ହର’ - ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ଫିଲ୍ମରେ ହର

ଆଜି ବିଶିଷ୍ଟ ଓଲିଉଡ଼ ଅଭିନେତା ହର ପଟ୍ଟନାୟକଙ୍କ ଜନ୍ମ ବାର୍ଷିକୀ । ସେ ଓଲିଉଡର ଗଡଫାଦର ମଧ୍ୟ ଥିଲେ । ଯିଏ ଓଡ଼ିଆ ସିନେମାରେ ଅନେକ ଯୁବ କଳାକାରଙ୍କୁ ସୁଯୋଗ ଦେଇ ତାଙ୍କ କ୍ୟାରିୟର ନିର୍ମାଣ କରିଥିଲେ ।

ଡିଜାଇନ ଫଟୋ
author img

By

Published : Oct 12, 2019, 3:17 PM IST

କଟକ: ଏମିତି ଜଣେ ଖଳନାୟକ ଯାହାଙ୍କ ମୃତ୍ୟୁରେ କାନ୍ଦି ପକାଇଥିଲେ ପ୍ରଶଂସକ ଆଉ ବିଶ୍ବାସ କରୁପାରୁନଥିଲେ ତାଙ୍କ ମୃତ୍ୟୁକୁ । ଓଡ଼ିଆ ସିନେ ଜଗତର ଖଳନାୟକ, ବଡ ଭାଇ, ସାନ ଭାଇ ଚେହେରାରେ ତାଙ୍କୁ ଦେଖିବାକୁ ବେଶ ପସନ୍ଦ କରୁଥିଲେ ଦର୍ଶକ । ଅଭିନେତା, ନିର୍ଦ୍ଦେଶକ ପ୍ରଯୋଜକ ଓ ଚିତ୍ରନାଟ୍ୟ ଲେଖକ ରୂପେ ସେ ବିବେଚିତ । ସେ ହେଲେ ଓଲିଉଡ ହର ଭାଇ ହର ପଟ୍ଟନାୟକ । ଆଜି ତାଙ୍କର 61 ତମ ଜନ୍ମ ବାର୍ଷିକୀ ।

ତାଙ୍କ ଡାଇଲଗ ଦର୍ଶକଙ୍କୁ ଯୋଗାଇଥିଲା ମନରୋଞ୍ଜନର ଖୁରାକ । ‘ଗଙ୍ଗ କୂଳକୁ ଆସିଛି ଯେତେବେଳେ ହାତ ନଧୋଇ ଚାଲି ଯିବି’, ଆଉ ‘ଫୁଲ ବୋବାଲ’ ଡାଇଲଗରେ ଲୋକପ୍ରିୟ ହୋଇଥିଲେ ହର ଭାଇ ।

1977ରେ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ସହକାରୀ ଭାବେ ‘ସୁନାସଂସାର’ ଚଳଚ୍ଚିତ୍ରରେ ନିଜ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିଥିଲେ ସେ। ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପାଗଳ ପ୍ରେମୀ’, ‘କଳକୀ ଅବତାର’, ‘ପୁଅ ମୋର ଭୋଳାଶଙ୍କର’ ଓ ‘ସୁହାଗ ସିଦୂର’ ସୁପରଡୁପର ହିଟ୍ ସାବ୍ୟସ୍ତ ହୋଇଥିଲା ।

ସେହିପରି ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘ସହରୀ ବାଘ’ 1985ରେ ଆସିଥିଲା । ଯାହାଦ୍ବାରା ସେ ଓଲିଉଡ ଜଗତରେ ପଦାର୍ପଣ କରିଥିଲେ । ଏହାପରେ ସେ ‘ଯୋର ଯା'ର ମୂଲକ ତାର’, ‘ସୁନା ଚଢେଇ’, ‘ଚକା ଆଖି ସବୁ ଦେଖୁଛି’, ‘ଯାହାକୁ ରଖିବେ ଅନନ୍ତ’, ‘ଅଣ୍ଟି ଛୋରୀ ତଣ୍ଟି କାଟେ’ ଭଳି ଚଳଚ୍ଚିତ୍ରରେ ଖଳନାୟକ ସାଜି ଦର୍ଶକଙ୍କୁ ଖୁବ୍ ଡରାଇଥିଲେ।

ଯେପରି ତାଙ୍କ ଫିଲ୍ମର ପ୍ରଶଂସକ ଥିଲେ ସେପରି ତାଙ୍କ ଡାଇଲଗର ଫ୍ୟାନ ମଧ୍ୟ କମ ନଥିଲା । ଆଜି ମଧ୍ୟ କେବେ ନା କେବେ ଦର୍ଶକଙ୍କ ଓଠରେ ତାଙ୍କ ଅଭିନୀତ ଡାଇଲଗ ଶୁଣିବାକୁ ମିଳୁଛି ।

ସେ ପାଖପାଖି 70ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିବା ସହ 20ରୁ ଅଧିକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ । ‘ମା ରାଣ’, ‘ନାଇ ନାଇ ନାଇ ମ’, ‘ଫୁଲ ବୋବାଲ’ ଭଳି ଦମଦାର ଡାଇଲଗ କେବଳ ତାଙ୍କ ମୁହଁରେ ଶୁଣି ଖୁସି ହୋଇଯାଇଥିଲେ ଦର୍ଶକ ।

ପ୍ରକାଶ ଥାଉକି କ୍ୟାନ୍ସରରେ ପୀଡିତ ଥିବା ହର ଭାଇ 2015 ଜାନୁଆରୀ 13ରେ ଭୁବନେଶ୍ବର ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କ ଶେଷ ଅନ୍ତିମ ସଂସ୍କାର ତାଙ୍କ ରହିବା ସ୍ଥାନ କଟକର ସତି ଚଉରାରେ କରାଯାଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.