ETV Bharat / sitara

ବାହୁଡାରେ ପରଦାକୁ ଆସିବ 'ବୈଶାଳୀ', ରିଲିଜ ହେଲା ସଙ୍ଗୀତ

ରିଲିଜ ପାଇଁ ପ୍ରସ୍ତୁତ ହୋଇସାରିଲାଣି ଓଡ଼ିଆ ଚଳଚ୍ଚିତ୍ର 'ବୈଶାଳୀ' । ଶୁକ୍ରବାର ଆୟୋଜିତ ହୋଇଥିଲା 'ବୈଶାଳୀ' ଚଳଚ୍ଚତ୍ରର ସଙ୍ଗୀତ ଉନ୍ମୋଚନ କାର୍ଯ୍ୟକ୍ରମ ।

author img

By

Published : Jun 22, 2019, 8:28 PM IST

Updated : Jun 22, 2019, 8:53 PM IST

ଫଟୋ: ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତା ବାହୁଡାରେ ରୂପେଲି ପରଦାକୁ ଆସିବ ଆଉ ଏକ ଭିନ୍ନ ଧରଣର ଓଡ଼ିଆ ଚଳଚ୍ଚିତ୍ର 'ବୈଶାଳୀ' । ଶୁକ୍ରବାର ଏକ ରଙ୍ଗାରଙ୍ଗ ଉତ୍ସବରେ ଏହି ଚଳଚ୍ଚିତ୍ରର ସଙ୍ଗୀତ ଶୁଭ ଉନ୍ମୋଚନ ହୋଇଥିଲା ।

ଭିଡିଓ: ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ନୂଆ କରି ଓଲିଉଡ ଇଣ୍ଡଷ୍ଟ୍ରୀରେ ପ୍ରଯୋଜନା ଭାର ସାମ୍ଭାଳିଥିବା ସୁଧୀର ଜୈନଙ୍କ ବୈଶାଳୀ ଫିଲ୍ମସ ବ୍ୟାନରରେ ନିର୍ମିତ ହେଉଛି ଓଡ଼ିଆ ମୌଳିକ କଥା ବସ୍ତୁକୁ ନେଇ ଚଳଚ୍ଚିତ୍ର 'ବୈଶାଳୀ'। ଯାହାର ନିର୍ଦ୍ଦେଶନାର ଦାୟିତ୍ବ ସୁନାମ ଧନ୍ୟ ନିର୍ଦ୍ଦେଶକ ଆଶୁତୋଷ ଦାସ ସମ୍ଭାଳିଥିବା ବେଳେ ଏହାର ସଙ୍ଗୀତକୁ ସୁମଧୁର କରିଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ।

ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀଙ୍କ ଦ୍ବାରା ରଚିତ ଗୀତକୁ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ମଣ୍ଟୁ ଛୁରିଆ, ଦୀପ୍ତିରେଖା, ସହିନୀ ଓ ଅମରିତା ଗାଇଥିବା ବେଳେ ବଲିଉଡର ସୁନାମଧନ୍ୟ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ପାମେଲା ଜୈନ ମଧ୍ୟ ଚଳଚ୍ଚିତ୍ରର ଗୀତରେ କଣ୍ଠ ଦାନ କରିଛନ୍ତି ।

ଆସନ୍ତା ବାହୁଡା ଅବସରରେ ରୂପେଲି ପରଦାରେ ଶୁଭମୁକ୍ତି ଅପେକ୍ଷାରେ ଥିବା ଏହି ଚଳଚ୍ଚିତ୍ରରେ ଭାର୍ସାଟାଇଲ କଳାକାର ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ପ୍ରତିଭା ପଣ୍ଡା, ଗୁଡିଲି ପ୍ରମୁଖ ଅଭିନୟ କରିଥିବାର ଦେଖାଯିବେ । ଏହି ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଇଣ୍ଡଷ୍ଟ୍ରୀରେ ପାଦ ଥାପିବାକୁ ଯାଉଛନ୍ତି ପ୍ରୀତ ଜୈନ ଓ ସୁମନ ପ୍ରିୟା ।

ଚଳଚ୍ଚିତ୍ରର ସୁଟିଂ ଓଡିଶା ବ୍ୟତୀତ ରାଜସ୍ଥାନ ଓ ଲଦାଖର ବିଭିନ୍ନ ମନୋରମ ସ୍ଥାନରେ ହୋଇଛି । 'ବୈଶାଳୀ'ର କାହାଣୀ ଓ ଗୀତ ଦର୍ଶକଙ୍କୁ ମନକୁ ଛୁଇଁ ପାରିବ ବୋଲି ଆଶା ରଖିଛନ୍ତି ଏହାର ପ୍ରଯୋଜକ ସୁଧୀର ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆସନ୍ତା ବାହୁଡା ଅବସରରେ ରୂପେଲି ପରଦାକୁ ଆସୁଛି ଆଉ ଏକ ଭିନ୍ନ ଧରଣର ଓଡ଼ିଆ ଫିଲ୍ମ "ବୈଶାଳୀ"।ଯାହାର ସୁମଧୁର ସଙ୍ଗୀତର ଶୁଭ ଉନ୍ମୋଚନ ଗତକାଲି ଏକ ରଙ୍ଗାରଙ୍ଗ ଉତ୍ସବ ରେ ଅନୁଷ୍ଠିତ ହୋଇଯାଇଛି।Body:ନୂଆ କରି ଓଲିଉଡ ଇଣ୍ଡଷ୍ଟ୍ରି ରେ ପ୍ରଯୋଜନା ଭାର ସାମ୍ଭାଳିଥିବା ସୁଧୀର ଜୈନ ଙ୍କ ବୈଶାଳୀ ଫିଲ୍ମସ ବ୍ୟାନର ରେ ନିର୍ମିତ ହେଉଛି ଓଡ଼ିଆ ମୌଳିକ କଥା ବସ୍ତୁ କୁ ନେଇ ଫିଲ୍ମ "ବୈଶାଳୀ"।ଯାହାର ନିର୍ଦେଶନା ର ଭାର ସୁନାମ ଧନ୍ୟ ନିର୍ଦେଶକ ଆଶୁତୋଷ ଦାସ (ବାବୁ ଦା )ନେଇଥିବା ବେଳେ ଏହାର ସଙ୍ଗୀତକୁ ସୁମଧୁର କରିବାରେ ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଅଭିଜିତ ମଜୁମଦାର ରହିଛନ୍ତି।ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀଙ୍କ ଦ୍ୱାରା ରଚିତ ଗୀତକୁ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର,ମଣ୍ଟୁ ଛୁରିଆ, ଦୀପ୍ତିରେଖା, ସହିନୀ ଓ ଅମରିତା ଗାଇଥିବା ବେଳେ ବଲିଉଡର ସୁନାମଧନ୍ୟ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ପାମେଲା ଜୈନ ମଧ୍ୟ ନିଜର ସୁମଧୁର କଣ୍ଠ ଦାନ କରିଛନ୍ତି।Conclusion:ଆସନ୍ତା ବାହୁଡା ଅବସରରେ ରୂପେଲି ପରଦାରେ ସୁଭମୁକ୍ତି ଅପେକ୍ଷାରେ ଥିବା ଏହି ଫିଲ୍ମ ରେ ବର୍ଷିୟନ କଳାକାର ବିଜୟ ମହାନ୍ତି,ଅପରାଜିତା ମହାନ୍ତି,ପ୍ରତିଭା ପଣ୍ଡା,ଗୁଡିଲି ପ୍ରମୁଖ ଅଭିନୟ କରିଥିବା ବେଳେ ଏହା ମାଧ୍ୟମରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଥାପୁଛନ୍ତି ପ୍ରୀତ ଜୈନ ଓ ସୁମନ ପ୍ରିୟା।ଏହାର ସୁଟିଂ ଓଡିଶା ବ୍ୟତୀତ ରାଜସ୍ଥାନ ଓ ଲଦାଖର ବିଭିନ୍ନ ମନୋରମ ସ୍ଥାନରେ ହୋଇଥିବା ବେଳେ ଏହାର କାହାଣୀ ଓ ଗୀତ ଦର୍ଶକଙ୍କୁ ମନକୁ ଛୁଇଁ ପାରିବ ବୋଲି ଆଶା ରଖିଛନ୍ତି ଏହାର ପ୍ରଯୋଜକ ସୁଧୀର ଜୈନ।
ବାଇଟ-ପ୍ରଯୋଜକ ସୁଧୀର ଜୈନ
Last Updated : Jun 22, 2019, 8:53 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.