ETV Bharat / sitara

The Kashmir Files: କାଶ୍ମୀରରେ ନୁହେଁ ମସୁରୀର ହୋଇଛି ଫିଲ୍ମର ସୁଟିଂ, ପଢନ୍ତୁ ରୋଚକୀୟ ତଥ୍ୟ

author img

By

Published : Mar 17, 2022, 7:24 PM IST

କାଶ୍ମୀର ପଣ୍ଡିତଙ୍କ ହତ୍ୟା ଏବଂ ବିସ୍ଥାପନ ଉପରେ ନିର୍ମିତ ଫିଲ୍ମ କାଶ୍ମୀର ଫାଇଲ୍ସ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଚଳଚ୍ଚିତ୍ରଟି ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ଟିକସମୁକ୍ତ କରାଯାଇଛି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କାଶ୍ମୀର ଫାଇଲ୍ସର ଅଧିକାଂଶ ସୁଟିଂ ମସୁରୀରେ କରାଯାଇଛି । ଅଧିକ ପଢନ୍ତୁ

କାଶ୍ମୀରରେ ନୁହେଁ ମସୁରୀର ହୋଇଛି ଫିଲ୍ମର ସୁଟିଂ

ହାଇଦ୍ରାବାଦ: କାଶ୍ମୀର ପଣ୍ଡିତଙ୍କ ହତ୍ୟା ଏବଂ ବିସ୍ଥାପନ ଉପରେ ନିର୍ମିତ ଫିଲ୍ମ 'କାଶ୍ମୀର ଫାଇଲ୍ସ' ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଚଳଚ୍ଚିତ୍ରଟି ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ଟିକସମୁକ୍ତ କରାଯାଇଛି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ 'କାଶ୍ମୀର ଫାଇଲ୍ସ'ର ଅଧିକାଂଶ ସୁଟିଂ ମସୁରୀରେ କରାଯାଇଛି । ଚଳଚ୍ଚିତ୍ରର ସେହି ସମସ୍ତ ଦୃଶ୍ୟ ଯାହାକୁ ଆପଣ ଭାବୁଛନ୍ତି କାଶ୍ମୀରର, ତାହା ବାସ୍ତବରେ ମସୁରୀର ।

The Kashmir Files
The Kashmir Files

ଉତ୍ତରାଖଣ୍ଡରେ 'କାଶ୍ମୀର ଫାଇଲ୍ସ'ର ସୁଟିଂ:

ସମଗ୍ର ଦେଶକୁ ଥରାଇ ଦେଇଥିବା ବଲିଉଡ ଫିଲ୍ମ କାଶ୍ମୀର ଫାଇଲ୍ସ 90 ପ୍ରତିଶତ ସୁଟିଂ ଉତ୍ତରାଖଣ୍ଡରେ କରାଯାଇଛି। ଏହାର ଅଧିକାଂଶ ଅଂଶ ଡେରାଡୁନ୍ ଏବଂ ମସୁରୀରେ ସୁଟିଂ କରାଯାଇଛି । ବଲିଉଡ ଲ୍ମ 'କାଶ୍ମୀର ଫାଇଲ୍ସ' ପାଇଁ ଲାଇନ ପ୍ରଡକ୍ସନ୍ କାମ ଡେରାଡୁନ୍ ଆଧାରିତ ଲାଇନ୍ ପ୍ରଡକ୍ସନ୍ କମ୍ପାନୀ ଦି ବଜ୍ ମେକର୍ସ ( The Buzzz Makers) ଦ୍ୱାରା କରାଯାଇଛି। ଏହି ଉତ୍ପାଦନ କମ୍ପାନୀ ହେଉଛି ଉତ୍ତରାଖଣ୍ଡର ଏକ କମ୍ପାନୀ । ଏଥିରେ କାର୍ଯ୍ୟ କରୁଥିବା ଅଧିକାଂଶ ଲୋକ ମଧ୍ୟ ଉତ୍ତରାଖଣ୍ଡରୁ ଆସୁଛନ୍ତି ।

ତିନି ବର୍ଷ ପୂର୍ବେ ସୁଟିଂ ଆରମ୍ଭ ହୋଇଥିଲା:

The Kashmir Files
The Kashmir Files

'କାଶ୍ମୀର ଫାଇଲ୍ସ'ର ଲାଇନ ନିର୍ମାତା ଗୌରବ ଗୌତମ କହିଛନ୍ତି ଯେ କାଶ୍ମୀର ଫାଇଲ୍ସର ସୁଟିଂ ତିନି ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ, ଏହି ଚଳଚ୍ଚିତ୍ରଟି ହିମାଚଳର ଏକ ପାହାଡ ଅଞ୍ଚଳରେ ସୁଟିଂ ହେବାର ଯୋଜନା କରାଯାଇଥିଲା । କିନ୍ତୁ ବଜ୍‌ ମେକର୍ସ ଲାଇନ୍ ପ୍ରଡକ୍ସନ୍ କମ୍ପାନୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀଙ୍କୁ ଉତ୍ତରାଖଣ୍ଡରେ ଏହି ଫିଲ୍ମର ସୁଟିଂ କରିବାକୁ କହିଥିଲେ।

ଲାଇନ ପ୍ରଡକ୍ସନ୍ କମ୍ପାନୀ ବିବେକ ରଂଜନ ଅଗ୍ନିହୋତ୍ରୀଙ୍କୁ କହିଛନ୍ତି ଯେ, ଉତ୍ତରାଖଣ୍ଡର ମଧ୍ୟ ବହୁତ ଭଲ ସ୍ଥାନ ଅଛି, ଯାହାକୁ ଥରେ ବିଚାର କରାଯିବା ଉଚିତ୍ । ଯାହା ପରେ ବିବେକ ରଂଜନ ଅଗ୍ନିହୋତ୍ରୀ ଏହି ଚଳଚ୍ଚିତ୍ର ପାଇଁ ଉତ୍ତରାଖଣ୍ଡର ମସୁରୀ ସମେତ ଅନେକ ସ୍ଥାନ ବାଛିଥିଲେ ।

The Kashmir Files
The Kashmir Files

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କରିଛନ୍ତି ପ୍ରଶଂସା :

ଏହା କାଶ୍ମୀରରୁ ବିତାଡିତ ଲକ୍ଷାଧିକ ପଣ୍ଡିତଙ୍କ ଉପରେ ଆଧାରିତ। କିପରି ନିଜ ପରିବାର ଆଉ ସର୍ବସ୍ୱ ହରାଇଥିଲେ ଏମାନେ। ଆତଙ୍କ ଆଉ କ୍ରୁର ରାଜନୀତି କିପରି ପଣ୍ଡିତଙ୍କ ପରିବାରର ସବୁ କିଛି ଗିଳି ଦେଇଥିଲା, ତାହାର ନିଚ୍ଛକ ଚିତ୍ର ଏହି ସିନେମାରେ ଦେଖିବାକୁ ମିଳିଛି। ଅତି ନିଖୁଣ ଆଉ ଧୈର୍ଯ୍ୟର ସହ ସିନେମାକୁ ନିର୍ମାଣ କରାଯାଇଛି । ଏହି ଚଳଚ୍ଚିତ୍ର ଦେଖିବା ପରେ ସମସ୍ତେ ଭାବପ୍ରବଣ ହୋଇଯାଉଛନ୍ତି । ଏହି ଚଳଚ୍ଚିତ୍ରକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ରାଜ୍ୟ ସରକାର ମଧ୍ୟ ପ୍ରଶଂସା କରୁଛନ୍ତି ।

'କାଶ୍ମୀର ଫାଇଲ୍ସ'ର ସୁଟିଂ କରିବା ବଡ କଷ୍ଟକର ଥିଲା:

' କାଶ୍ମୀର ଫାଇଲ୍ସ'ର ଲାଇନ ନିର୍ମାତା ପର୍ବ ବାଲି କହିଛନ୍ତି ଯେ 'କାଶ୍ମୀର ଫାଇଲ୍ସ'ର ସୁଟିଂ ତାଙ୍କ ପାଇଁ ବହୁତ କଷ୍ଟକର ଥିଲା।

'କାଶ୍ମୀର ଫାଇଲ'ର କଲେକ୍ସନ:

ପ୍ରଥମ ଦିନ (ପ୍ରଥମ ଶୁକ୍ରବାର) - 3.55 କୋଟି ଟଙ୍କା

ଦିନ 2 (ପ୍ରଥମ ଶନିବାର) - 8.5 ଟଙ୍କା

ଦିନ 3 (ପ୍ରଥମ ରବିବାର) - 15.1 କୋଟି ଟଙ୍କା

ଦିନ 4 (ପ୍ରଥମ ସୋମବାର) - 15.05 କୋଟି ଟଙ୍କା

ଦିନ 5 (ପ୍ରଥମ ମଙ୍ଗଳବାର) -17.80 କୋଟି

ମୋଟ - 59.95 କୋଟି ଟଙ୍କା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.