ETV Bharat / sitara

ମା'ଙ୍କ ସହ ଚିରଞ୍ଜୀବଙ୍କ ସ୍ପେଶାଲ ଫଟୋ, ଫ୍ୟାନ୍ସଙ୍କୁ ଦେଲେ ସେଲ୍ଫି ଚ୍ୟାଲେଞ୍ଜ - ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକଡାଇନ ଘୋଷଣା

ସବୁବେଳେ ବ୍ୟସ୍ତ ରହୁଥିବା ଚିରଞ୍ଜୀବ ଲକଡାଉନ ପାଇଁ ନିଜ ପରିବାର ସହ ସମୟ ବିତାଉଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଲା ତାଙ୍କ ଫଟୋ...

chiranjeevi
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Mar 26, 2020, 11:50 AM IST

ହାଇଦ୍ରାବାଦ: ବର୍ତ୍ତମାନ କୋରୋନା ଭାଇରାସ ପାଇଁ ଜନସାଧାରଣଙ୍କ ଠୁ ନେଇ ସେଲିବ୍ରିଟି ନିଜ ନିଜ ଘରେ ସମୟ ବିତାଉଛନ୍ତି। ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି 21 ଦିନ ପର୍ଯ୍ୟନ୍ତ ଦେଶକୁ ଲକଡାଉନ ରଖିବାକୁ ଘୋଷଣା କରିଥିଲେ। କୋରୋନା ଭାଇରସରୁ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ମୋଦି। ତାଙ୍କର ଏହି ନିଷ୍ପତ୍ତିକୁ ଅନେକ କଳାକାର ସମର୍ଥନ ମଧ୍ୟ କରିଛନ୍ତି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଚିରଞ୍ଜୀବ

ବଲିଉଡ ସେଲିବ୍ରିଟି ପରିବାର ସହ ଘରେ ସମୟ ବିତାଉଥିବାର ଅନେକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ଅପଡେଟ ଦେଉଛନ୍ତି । ଇତିମଧ୍ୟରେ ସାଉଥ ସୁପରଷ୍ଟାର ଚିରଞ୍ଜୀବ ସୋସିଆଲ ମିଡିଆରେ ଏକ ସ୍ପେଶାଲ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଶାନଦାର ବାର୍ତ୍ତା ଦେଇଛନ୍ତି।

ଫଟୋରେ ଚିରଞ୍ଜୀବ ମା'ଙ୍କ ସହ ବସିଥିବାର ନଜର ଆସୁଛନ୍ତି । ସେଲ୍ଫି ଫଟୋରେ ମା-ପୁଅଙ୍କ ସ୍ପେଶାଲ ବଣ୍ଡିଂ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଫଟୋ ଜରିଆରେ ଫ୍ୟାନ୍ସଙ୍କୁ ଖାସ୍ ମେସେଜ ଦେଇ ସେ କ୍ୟାପସନରେ ଲେଖି ଛନ୍ତି, ‘ହୋମ ଟାଇମ, ମମ ଟାଇମ । ଏହି ସମୟରେ ମାତା-ପିତା ଓ ବୟସ୍କ ଲୋକଙ୍କ ଧ୍ୟାନ ରଖନ୍ତୁ। ନିଜ ନିଜ ମାତା-ପିତାଙ୍କ ସହ ସେଲ୍ଫି ନେଇ ମତେ ପଠାନ୍ତୁ।’

ପ୍ରକାଶ ଥାଉକି ବୁଧବାର ଚିରଞ୍ଜୀବ ସୋସିଆଲ ମିଡିଆରେ ପଦାର୍ପଣ କରିଥିଲେ । ସେ ଇନଷ୍ଟାଗ୍ରାମ ଓ ଟ୍ବିଟରରେ ନିଜ ଆକାଉଣ୍ଟ କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଥିଲେ । ତାଙ୍କ ଆକାଉଣ୍ଟ ଖୋଲିବାର ମାତ୍ର 24 ଘଣ୍ଟା ମଧ୍ୟରେ ଲକ୍ଷରୁ ଅଧିକ ଫ୍ୟାନ ତାଙ୍କୁ ଫଲୋ କରିବା ଆରମ୍ଭ କରିଦେଇଛନ୍ତି ।

ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.