ETV Bharat / sitara

କେଜିଏଫର ବେଆଇନ ପ୍ରସାରଣ ନେଇ ମେକର୍ସଙ୍କ ଚେତାବନୀ

author img

By

Published : May 12, 2020, 6:58 PM IST

ଏକ ତେଲୁଗୁ ଚ୍ୟାନେଲ କେଜିଏଫ: ଚ୍ୟାପ୍ଟେର 1ର ପ୍ରସାରଣ କରିବା ପରେ ଏହାର ମେକର୍ସ କ୍ଷୁବ୍ଧ ହୋଇଛନ୍ତି । ବେଆଇନ ଭାବେ ଏହି ଟେଲିକାଷ୍ଟ ହୋଇଥିବାରୁ ଏହା ବିରୋଧରେ ମାମଲା ରୁଜୁ କରିବାକୁ ଚେତାବନୀ ଦେଇଛନ୍ତି ଫିଲ୍ମର ମେକର୍ସ ଟିମ । ଅଧିକ ପଢନ୍ତୁ....

କେଜିଏଫର ବେଆଇନ ପ୍ରସାରଣ ନେଇ ମେକର୍ସଙ୍କ ଚେତାବନୀ
କେଜିଏଫର ବେଆଇନ ପ୍ରସାରଣ ନେଇ ମେକର୍ସଙ୍କ ଚେତାବନୀ

ଚେନ୍ନାଇ: ନିକଟରେ ଏକ ତେଲୁଗୁ ଚ୍ୟାନେଲ କେଜିଏଫ: ଚ୍ୟାପ୍ଟେର 1ର ପ୍ରସାରଣ କରିବା ପରେ ଏହାର ମେକର୍ସ କ୍ଷୁବ୍ଧ ହୋଇଛନ୍ତି । ବେଆଇନ ଭାବେ ଏହି ଟେଲିକାଷ୍ଟ ହୋଇଥିବାରୁ ଏହା ବିରୋଧରେ ମାମଲା ରୁଜୁ କରିବାକୁ ଚେତାବନୀ ଦେଇଛନ୍ତି ଫିଲ୍ମର ମେକର୍ସ ଟିମ । କେଜିଏଫର କ୍ରିଏଟିଭ କାର୍ଯ୍ୟକାରୀ ପ୍ରଡ୍ୟୁସର କାର୍ତ୍ତିକ ଗୌଡା ଟ୍ବିଟରରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

KGF: Chapter 1 airs illegally on TV, makers to sue local Telugu channel

ଏକ ତେଲୁଗୁ ଲୋକାଲ ଚ୍ୟାନେଲ ଏଭ୍ରି ଏହି ଫିଲ୍ମ ଟେଲିକାଷ୍ଟ କରୁଥିବାର ସ୍କ୍ରିନସଟ୍ ନେଇଛନ୍ତି କାର୍ତ୍ତିକ । ଏହାସହ ସେ କହିଛନ୍ତି ଫିଲ୍ମ ପ୍ରସାରଣ ସମୟର ଅନେକ ଭିଡିଓ ମଧ୍ୟ ଆମ ପାଖରେ ରହିଛି । ଏହା ବେଆଇନ ଭାବେ ପ୍ରସାରଣ ହୋଇଛି । ସାଟେଲାଇଟ୍ ଡିଲ ନେଇ କଥାବାର୍ତ୍ତା ଚାଲିଥିବାବେଳେ ଏକ କେବୁଲ ଚ୍ୟାନେଲ ଏପରି ବେଆଇନ କାମ କରିଛି । ଏହା ବିରୋଧରେ ଅଦାଲତ ଯିବୁ ଏବଂ ସେମାନଙ୍କ କାମ ପାଇଁ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ସେ କହିଛନ୍ତି ।

ତେବେ ଏହି ପୋଷ୍ଟରେ ଅନେକ ଫ୍ୟାନ୍ସ କାର୍ତ୍ତିକଙ୍କୁ ସପୋର୍ଟ କରିବା ସହ କହିଛନ୍ତି ଯେ ଅନେକ ଲୋକାଲ ଚ୍ୟାନେଲ ଏହି ଫିଲ୍ମ ବହୁତ ଥର ଦେଖାଇ ସାରିଲେଣି । ଯାହାକୁ ନେଇ କାର୍ତ୍ତିକ ଆଶ୍ଚର୍ଯ୍ୟ ହେବା ସହ ଲେଖିଥିଲେ ଯେ ଏହି ସମସ୍ତ ଚ୍ୟାନେଲ ବିରୋଧରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରକାଶ ଥାଉ କି 2018ରେ ନିର୍ମିତ ଏହି କନ୍ନଡ ଫିଲ୍ମ ଅନ୍ୟତମ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା । ଏହା ଦେଶ ବିଦେଶରେ ପ୍ରଶଂସା ସାଉଁଟିଥିଲା । ଲିଡ୍ ହିରୋ ୟଶ ମଧ୍ୟ ଏଥିପାଇଁ ଅନେକ ପୁରସ୍କାର ଜିତିଥିଲେ ।

ଗତ ଏକବର୍ଷ ହେବ ଏହାର ଦ୍ବିତୀୟ ଭାଗର ସୁଟିଂ ଜାରି ରହିଛି । ଏଥିରେ ବଲିଉଡର ବଡ ହସ୍ତୀଙ୍କୁ ସାମିଲ କରାଯାଇଛି । ରବୀନା ଟଣ୍ଡନ ରାମିକା ସେନ ଓ ସଞ୍ଜୟ ଦତ୍ତ ଅଧିରା ଭୂମିକାରେ ଆକ୍ଟିଂ କରିବେ । ସଞ୍ଜୟ ଏଥିରେ ଭିଲେନ ରୋଲରେ ଅଭିନୟ କରୁଛନ୍ତି । ନିକଟରେ ତାଙ୍କର ଫାର୍ଷ୍ଟ ଲୁକ୍ ରିଲିଜ ହୋଇଥିଲା ଯେଉଁଥିରେ ସେ ଭୟଙ୍କର ଦେଖାଯାଉଛନ୍ତି । ଫିଲ୍ମକୁ ବଲିଉଡ ପ୍ରଯୋଜକ ଫରହାନ ଅଖତର ଓ ରିତେଶ ସିଦ୍ଧୱାନୀ ପ୍ରଯୋଜନା କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.