ETV Bharat / sitara

ଆରପାରିରେ ‘ବ୍ଲାକ ପାନ୍ଥର’ ଆକ୍ଟର ଚାଡୱିକ - ହଲିଉଡର ଫେମସ ଆକ୍ଟର ଚାଡୱିକଙ୍କ ଦେହାନ୍ତ ନ୍ୟୁଜ

ନିଜ ଶାନଦାର ଅଭିନୟ ଜରିଆରେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନ କିଣିଥିବା ହଲିଉଡର ଫେମସ ଆକ୍ଟର ଚାଡୱିକ ଆଉ ଦୁନିଆରେ ନାହିଁନ୍ତି । 43 ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Aug 29, 2020, 12:52 PM IST

ମୁମ୍ବାଇ: କଳା ଜଗତ ପାଇଁ ଏବର୍ଷ କାଳ ସାଜିଛି । କାରଣ ଏବର୍ଷ ଅଧିକାଂଶ ଷ୍ଟାର୍ସଙ୍କ ମୃତ୍ୟୁ ଖବର ଦିନେ ଛଡା ଦିନେ ଶୁଣିବାକୁ ମିଳୁଛି । ବଲିଉଡଠୁ ନେଇ ଟଲିଉଡ ଓ ହଲିଉଡ ପର୍ଯ୍ୟନ୍ତ ଅନେକ କଳାକାର ଦୁନିଆ ଛାଡି ଚାଲିଗଲେଣି । ଏବେ ଏମିତି ଦୁଃଖଦ ଖବର ପୁଣି ସାମ୍ନାକୁ ଆସିଛି । ହଲିଉଡର ସୁପରହିଟ୍ ଫିଲ୍ମ ‘ବ୍ଲାକ ପାନ୍ଥର’ର ଆକ୍ଟର ଚାଡୱିକ ବୋସେମାନଙ୍କ ଦେହାନ୍ତ ହୋଇଛି । କୋଲନ କ୍ୟାନ୍ସର ପାଇଁ ଶନିବାର ତାଙ୍କ ମୃତ୍ୟୁ ଘଟିଛି । ମାତ୍ର 43 ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଚାଡୱିକ । ତାଙ୍କ ଦେହାନ୍ତ ଖବର ଶୁଣି କଳା ଜଗତରେ ଶୋକର ଛାୟା ଖେଳିଯାଇଛି । ଫ୍ୟାନ୍ସଙ୍କଠୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ ତାଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳୀ ଦେଉଥିବାର ନଜର ଆସୁଛନ୍ତି ।

ପ୍ରକାଶ ଥାଉକି ଗତ 4 ବର୍ଷରୁ ଚାଡୱିକ କ୍ୟାନ୍ସରରେ ଆକ୍ରାନ୍ତ ଥିଲେ । ତାଙ୍କ ଅନ୍ତିମ ସମୟରେ ପରିବାର ଲୋକ ତାଙ୍କ ସହ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ପରେ ପରିବାର ତରଫରୁ ଏକ ଅଧିକାରିକ ବୟାନ ଜାରି ମଧ୍ୟ କରାଯାଇଛି ।

ଟ୍ବିଟରେ ତାଙ୍କ ମୃତ୍ୟୁ ସୂଚନା ଦେଇ ପରିବାର ଲୋକ ଲେଖିଛନ୍ତି, ‘ଚାଡୱିକ ନିଜ ସଂଘର୍ଷ ମାଧ୍ୟମରେ ଆପଣଙ୍କ ପର୍ଯ୍ୟନ୍ତ ସବୁ ଫିଲ୍ମ ପହଞ୍ଚାଇଥିଲେ । ଯାହାକୁ ଆପଣ ବହୁତ ସ୍ନେହ ପ୍ରେମ ବି ଦେଇଥିଲେ । ଆଜି ଏହି ମହାନ୍ କଳାକାର ଦୁନିଆ ଛାଡି ଚାଲିଯାଇଛନ୍ତି ।’

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.