ETV Bharat / sitara

ASI ଚିହ୍ନଟ ଐତିହ୍ୟ ସ୍ଥଳରେ ସ୍ୱାଧିନତା ଦିବସ ଯାଏଁ କରିହେବ ମାଗଣା ଫିଲ୍ମ ସୁଟିଂ - ଐତିହ୍ୟସ୍ଥଳୀ

ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ASI) ପକ୍ଷରୁ ଚିହ୍ନଟ ସମସ୍ତ ଐତିହ୍ୟସ୍ଥଳୀରେ ମାଗଣା ଚଳଚ୍ଚିତ୍ର ସୁଟିଂକୁ ଅନୁମତି ପ୍ରଦାନ କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ASI ଚିହ୍ନଟ ଐତିହ୍ୟ ସ୍ଥଳରେ ସ୍ୱାଧିନତା ଦିବସ ଯାଏଁ କରିହେବ ମାଗଣା ଫିଲ୍ମ ସୁଟିଂ

author img

By

Published : Dec 26, 2020, 6:38 AM IST

ନୂଆଦିଲ୍ଲୀ: ଚଳଚ୍ଚିତ୍ର ସୁଟିଂକୁ ନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ASI) ପକ୍ଷରୁ ଚିହ୍ନଟ ସମସ୍ତ ଐତିହ୍ୟସ୍ଥଳୀରେ ମାଗଣା ଚଳଚ୍ଚିତ୍ର ସୁଟିଂକୁ ଅନୁମତି ପ୍ରଦାନ କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ । ଦର୍ଶନୀୟ ସ୍ଥାନ ଓ ବିଶ୍ବ ଐତିହ୍ୟ ସ୍ଥଳକୁ ବାଦ ଦେଇ ଅନ୍ୟ ସମସ୍ତ ଐତିହ୍ୟସ୍ଥଳୀରେ 75 ତମ ସ୍ବାଧିନତା ଦିବସ ତଥା ଅଗଷ୍ଟ 15 ପର୍ଯ୍ୟନ୍ତ କରିହେବ ମାଗଣା ଫିଲ୍ମ ସୁଟିଂ ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଐତିହ୍ୟ, ଜାତୀୟ ଭାଷା ପ୍ରୋତ୍ସାହନ, ଭାରତୀୟ ପରମ୍ପରା ଏବଂ ସଂସ୍କୃତି, ସ୍ବାଧୀନତା ସଂଗ୍ରାମୀ, ସ୍ବାଧୀନତା ସଂଗ୍ରାମ, ଲୋକ ସଂଗୀତ ଏବଂ ଭାଷା ଓ ପର୍ଯ୍ୟଟନ ସହିତ ଜଡିତ ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡିକୁ ଏଏସଆଇ ଐତିହ୍ୟ ସ୍ଥଳରେ ଫଟୋଗ୍ରାଫ କିମ୍ବା ଭିଡିଓ ସୁଟିଂ ପାଇଁ ଦେୟ ପ୍ରଦାନ କରିବାକୁ ପଡିବ ନାହିଁ । ଏଏସଆଇ ପକ୍ଷରୁ ଶୁକ୍ରବାର ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଙ୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀରୁ ଏହି ସୁବିଧା ଆରମ୍ଭ ହୋଇଛି ।

ଏହିପରି ସୁଟିଂ କାର୍ଯ୍ୟ କରିବା ପାଇଁ ଅନଲାଇନ ଅନୁମତି ଆବଶ୍ୟକ | ଏହି ଛାଡ ଦର୍ଶନୀୟ ସ୍ଥାନଗୁଡିକରେ ପ୍ରଯୁଜ୍ୟ ହେବ ନାହିଁ । ସେହିପରି ବିଶ୍ବ ଐତିହ୍ୟ ସ୍ଥଳଗୁଡିକରେ ମଧ୍ୟ ମାଗଣା ସୁଟିଂର ସୁବିଧା ଉପଲବ୍ଧ ନାହିଁ ।

ବିଶ୍ବ ଐତିହ୍ୟ ସ୍ମାରକୀ ବ୍ୟତୀତ ଏହି ଅନୁମତି ଦେବାର ଉଦ୍ଦେଶ୍ୟ ହେଉଛି କମ୍ ଲୋକପ୍ରିୟ ସ୍ମାରକୀକୁ ପ୍ରୋତ୍ସାହିତ କରିବା ଏବଂ ଏଗୁଡିକ ସହ ସହିତ ଲୋକଙ୍କ ଯୋଗଦାନକୁ ଉତ୍ସାହିତ କରିବା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.