ETV Bharat / sitara

ବଲିଉଡରେ ବିନାୟକ, ସମ୍ପର୍କ ପୁରୁଣା - ଗଣପତି ଆପନେ ଗାଁଓ ଚଲେ

ଦିୱାଲି ଅବା ହୋଲି । ନିଜ ରଙ୍ଗରେ ସବୁ ଫେଷ୍ଟିଭାଲକୁ ରଙ୍ଗେଇଥାଏ ବଲିଉଡ । ଆଉ ଏହି ଲିଷ୍ଟରେ ଗଣପତିଙ୍କ ସ୍ଥାନ ଖୁବ ଉଚ୍ଚ ।

ବଲିଉଡରେ ଗଣପତି
author img

By

Published : Sep 2, 2019, 7:03 AM IST

"ଗଣପତି ବପ୍ପା ମୋରିୟା...ମଙ୍ଗଲ ମୁରତି ମୋରିୟା"

ଉତ୍ସବମୁଖର ସାରା ଦେଶ । କାରଣ ଗଣପତି ବାପ୍ପାଙ୍କ ପୂଜା । ସର୍ବବିଦ୍ୟମାନ ଗଣେଷ ଗଜାନନ ଧରାପୃଷ୍ଠରେ ଅବତରଣ କରୁଛନ୍ତି । ବୁଦ୍ଧି, ବିଦ୍ୟା ଓ ବିଘ୍ନହର୍ତ୍ତା ଆଦିଦେବ ଶ୍ରୀଗଣେଶ । ସାରାଦେଶ ଖୁବ୍ ଧୁମ୍‌ଧାମରେ ଗଣେଶଙ୍କ ଆଗମନର ଖୁସି ମନାଉଛି । ଏଥିରୁ କିପରି ବାଦ ପଡିବ ବଲିଉଡ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଦିୱାଲି ଅବା ହୋଲି । ନିଜ ରଙ୍ଗରେ ସବୁ ଫେଷ୍ଟିଭାଲକୁ ରଙ୍ଗେଇଥାଏ ବଲିଉଡ । ଆଉ ଏହି ଲିଷ୍ଟରେ ଗଣପତିଙ୍କ ସ୍ଥାନ ଖୁବ ଉଚ୍ଚ । ଫିଲ୍ମରେ ଗଜାନନ କିଛି ନୂଆ କଥା ନୁହେଁ । ବଲିଉଡ ଓ ଗଣପତିଙ୍କ ସମ୍ପର୍କ ବହୁତ ପୁରୁଣା । ବଲିଉଡରେ ନିର୍ମାଣ ହୋଇଛି ଗଣେଶଙ୍କୁ ନେଇ ଅନେକ ଗୀତ । ଯାହାର ଝଲକ ଆଜି ଆମେ ଆପଣଙ୍କୁ ଦେବୁ ।

ହେ ଗଣପତି ବାପ୍ପା ମୋରିୟା । 1969ରୁ ବିଟାଉନ ଫିଲ୍ମରେ ଆରମ୍ଭ ହୋଇଥିଲା ଗଣପତିଙ୍କ ପ୍ରବେଶ । BLACK AND WHITEରେ ତିଆରି ସବୁଠୁ OLD SONG । ଗୀତ ମାଧ୍ୟମରେ ଶିବପୁତ୍ରଙ୍କୁ ଦିଆଯାଇଛି ଭକ୍ତିପୂତ ନିବେଦନ ।

ଏହାପରେ ଅଶୀ ଓ ନବେ ଦଶକରେ ବଲିଉଡରେ ବଢିଥିଲା ଗଣପତି କ୍ରେଜ । ପ୍ରତିଟି ଗୀତ ଆଣିଥିଲା ଜବରଦସ୍ତ ସଫଳତା । ଫିଲ୍ମରେ ଗୋଟିଏ ଗଣେଶଙ୍କ ଗୀତ ଥିଲା ଥୟ । 1981ରେ ଆସିଥିଲା ହମସେ ବଢକର କୌନ ଫିଲ୍ମର ଗୀତ ଦେବା ଓ ଦେବା...ଗଣପତି ଦେବା...। ଏହି ଗୀତଟି ବଲିଉଡ ଫିଲ୍ମରେ ଗଜାନନଙ୍କ ଗୀତକୁ ଦେଇଥିଲା ନୂଆ ପରିଚୟ ।

1990 ମସିହାରେ ଅମିତାଭ ବଚ୍ଚନ ଏବଂ ମିଥୁନ ଚକ୍ରବର୍ତ୍ତୀ ଷ୍ଟାରର ଗଣପତି ଆପନେ ଗାଁଓ ଚଲେ ଗୀତଟି ମଧ୍ୟ ଖୁବ୍ ଆଦୃତ ହୋଇଥିଲା । ସିନ୍ଦୂର ଲାଲ୍ ଚଢାୟ ଆଚ୍ଛା ଗଜମୁକତା... ଗୀତଟି ଆଜି ମଧ୍ୟ ଦର୍ଶକଙ୍କ ହୃଦୟରେ ରାଜ କରୁଛି । 1999ରେ ଆସିଥିବା ସଞ୍ଜୟ ଦତ୍ତ ଅଭିନୀତ ଫିଲ୍ମ ବାସ୍ତବର ଏହି ଗୀତଟିକୁ ଖୁବ୍ ପସନ୍ଦ କରାଯାଇଥିଲା ।

90 ଦଶକର ଗଣପତି କ୍ରେଜ ପରବର୍ତ୍ତୀ ସମୟରେ ଆଧ୍ୟାତ୍ମିକ ଗୀତ ପାଇଁ ଏକ ନୂଆ ପଥ ତିଆରି କରିଥିଲା । ଏଥିରେ ସାମିଲ ରହିଛି 2005ରେ ଆସିଥିବା ଶ୍ରୀ ଗଣେଶାୟ ଧିମହିଃ, 2006ର ବାପ୍ପା ମୋରିୟାରେ, 2011ର ଫେମସ୍ ମରାଠୀ ସଙ୍ଗ୍ ହେ ଲମ୍ବୋଦର ।

ତେବେ ସବୁଠାରୁ ଲୋକପ୍ରିୟ ହୋଇଥିଲା ଅଗ୍ନିପଥର ଗଣପତି ସଙ୍ଗ...ଦେବା ଶ୍ରୀ ଗଣେଶା ଦେବା । ହ୍ରିତିକ ରୋଶନଙ୍କ ଫିଲ୍ମର ଏହି ଗୀତ ଆଜିବି ଦର୍ଶକଙ୍କ ମନରେ ଘର କରି ରହିଛି । ଆଶା କରାଯାଉଛି ଆଗକୁ ମଧ୍ୟ ବଲିଉଡରେ ଗଣପତିଙ୍କ ସଙ୍ଗୀତ ଯାତ୍ରା ଏପରି ଜାରି ରହିବ ।

ଇଟିଭି ପରିବାର ପକ୍ଷରୁ ଆପଣଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଓ ଶୁଭକାମନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Sent from my Samsung Galaxy smartphone.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.