ଭୁବନେଶ୍ବର: ଖୁବଶୀଘ୍ର ଦର୍ଶକ ପରଦାରେ ଦେଖିବାକୁ ଯାଉଛନ୍ତି ଓଲିଉଡ ସୁନ୍ଦରୀ ଅଭିନେତ୍ରୀ ଏଲିନା ସାମନ୍ତରାୟ ଓ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଚଳଚ୍ଚିତ୍ର ‘ମାଲ ମହୁ ଜୀବନ ମାଟି’। ଯାହାର ପ୍ରମେଶନ ଜୋରସୋରରେ କରିବାରେ ଲାଗିଛନ୍ତି କଳାକାର । କିନ୍ତୁ ଇତିମଧ୍ୟରେ ଚଳଚ୍ଚିତ୍ର ପ୍ରମେଶନ ଏଲିନା ନିଆରା ଢଙ୍ଗରେ କରିଥିବାର ନଜର ଆସୁଛନ୍ତି । ଆଜ୍ଞା ହଁ, ଆଜି(ମଙ୍ଗଳବାର) ଏଲିନା ନିଜ ଫ୍ୟାନ କ୍ଲବ ସହ ମିଶି ଭୁବନେଶ୍ବର ସ୍ଥିତ ଚେତନା ଆଶ୍ରମର ମାନସିକ ଦିବ୍ୟାଙ୍ଗ ପିଲାଙ୍କୁ ସାକ୍ଷାତ କରିବା ସହ ଚଳଚ୍ଚିତ୍ରର ପ୍ରମେଶନ କରିଛନ୍ତି ।
କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ତଥା ଆସନ୍ତା 8 ତାରିଖରେ ବଡ଼ ପରଦାରେ ରିଲିଜ ହେବ ‘ମାଲ ମହୁ ଜୀବନ ମାଟି‘ । ଅମର ମ୍ୟୁଜିକ ନିବେଦନ ଓ ନବୀନ ଭଣ୍ଡାରୀ ପ୍ରଯୋଜିତ ଏହି ଚଳଚ୍ଚିତ୍ର । ଏଥିରେ ରୋମାନ୍ସ କରୁଥିବାର ନଜର ଆସିବେ ସବ୍ୟସାଚୀ ଓ ଏଲିନା ।
କିଭଲି ଜଣେ ଖନା ପିଲା ଟିଏ ଲୋକଙ୍କ ଠାରୁ ଅନେକ ଟାହି ଟାପରା ଶୁଣି ମଧ୍ୟ ଭବିଷ୍ୟତରେ ଏକ ଷ୍ଟାର ହୋଇଛି, ସେହିପରି କିଛି ବିଷୟବସ୍ତୁକୁ ନେଇ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ର । ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦର । ଏକ ଶାନଦାର କାହାଣୀକୁ ନେଇ ଆଧାରିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ମନ କିଣିବ ବୋଲି ଆଶା ବାନ୍ଧିଛନ୍ତି ନିର୍ମାତା ।
ଭୁବନେଶ୍ବରରୁ ଶତରୂପା ସାମନ୍ତରା, ଇଟିଭି ଭାରତ