ETV Bharat / sitara

ବାହୁବଳୀ ହତ୍ୟାର କାରଣ ଜାଣିନାହାଁନ୍ତି ଭାଇଜାନ

ବିତିଗଲାଣି ଦୁଇବର୍ଷ ଏଯାବତ ସଲମାନଙ୍କୁ ଜଣାନାହିଁ ବାହୁବଳୀଙ୍କ ହତ୍ୟାର କାରଣ । 'ଭାରତ' ପ୍ରମୋଶନରେ କରିଛନ୍ତି ଏହି କଥାର ଖୁଲାସା ।

author img

By

Published : May 29, 2019, 7:57 PM IST

ଡିଜାଇନ ଫଟୋ

ମୁମ୍ବାଇ: ସଲମାନ ଖାନ ଆଜିକାଲି ନିଜର ଚର୍ଚ୍ଚିତ ଫିଲ୍ମ 'ଭାରତ'ର ପ୍ରମୋଶନରେ ଜୋରସୋରରେ ଲାଗିପଡିଛନ୍ତି । ଫିଲ୍ମଟି ଆସନ୍ତା 5 ତାରିଖରେ ରିଲିଜ ହେବ । ଫିଲ୍ମକୁ ହିଟ୍ କରାଇବା ପାଇଁ ସଲମାନ ଦିନରାତି ପ୍ରମୋଟରେ ଲାଗିଛନ୍ତି । ପ୍ରମୋଶନ ପାଇଁ ସଲମାନ ଅନେକ ଇଭେଣ୍ଟରେ ମଧ୍ୟ ଯୋଗ ଦେଉଥିବାର ନଜର ଆସୁଛନ୍ତି । ଇତିମଧ୍ୟରେ ସେ ଏମିତି ଗୋଟିଏ ଇଭେଣ୍ଟରେ ଏପରି କଥା କହିଥିଲେ, ଯାହାଶୁଣି ତାଙ୍କ ଫ୍ୟାନ୍ସ ଖୁବ୍ ହସିଛନ୍ତି ।

ସେ ସାଉଥର ସୁପରଡୁପର ହିଟ୍ ଫିଲ୍ମ 'ବାହୁବଳୀ'କୁ ନେଇ ବଡ ଖୁଲାସା କରିଛନ୍ତି । ମିଡିଆକୁ ଉତ୍ତର ଦେବାକୁ ଯାଇ ସେ କହିଥିଲେ କି ତାଙ୍କୁ ଏଯାବତ ଜଣାନାହିଁ କଟପ୍ପା ବାହୁବଳୀକୁ କାହିଁକି ମାରିଲା । କରାଣ ସେ ଫିଲ୍ମର ପ୍ରଥମ ଭାଗ ଦେଖିଛନ୍ତି । କିନ୍ତୁ ଫିଲ୍ମର ଦ୍ବିତୀୟ ଭାଗ ଦେଖିବାକୁ ତାଙ୍କୁ ଏପର୍ଯ୍ୟନ୍ତ ସୁଯୋଗ ମିଳିନାହିଁ । ତେଣୁ ସେ ଏହି ପ୍ରଶ୍ନର ଉତ୍ତର ଦେଇପାରିବେ ନାହିଁ ।

ଭାଇଜାନଙ୍କ ଏପରି ଉତ୍ତର ଶୁଣି ସେଠାରେ ଉପସ୍ଥିତ ଥିବା ସବୁ ଲୋକ ଖୁବ୍ ହସିଥିଲେ । ଏହାପରେ ସେ ଆହୁରି ଏକ ଆଶ୍ଚର୍ଯ୍ୟକର କଥା କହିଥିଲେ । ନିକଟରେ ସେ 'ତକଦୀର' ଫିଲ୍ମ ଦେଖିଛନ୍ତି କହି ପୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

ପ୍ରକାଶ ଥାଉକି ଏବର୍ଷ ସବୁଠାରୁ ଚର୍ଚ୍ଚିତ ଫିଲ୍ମ ମଧ୍ୟରେ ସଲମାନଙ୍କ 'ଭାରତ' ଅଛି । ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ କ୍ୟାଟ୍ରିନା କୈଫ, ତବ୍ବୁ ଦିଶା ପଟାନୀ, ଜ୍ୟାକି ଶ୍ରଫ ନଜର ଆସିବେ । ଫିଲ୍ମରେ ସଲମାନଙ୍କ ପଞ୍ଚୋଟି ଭିନ୍ନ ଭିନ୍ନ ଲୁକ ଦେଖିବାକୁ ମିଳିବ । ଅନ୍ୟପଟେ ଫିଲ୍ମର ନିର୍ଦ୍ଦେଶନା କାର୍ଯ୍ୟ ତୁଲାଇଛନ୍ତି ଅଲ୍ଲୀ ଅବ୍ବାସ ଜଫର । ସଲମାନଙ୍କ ସହ ଅଲ୍ଲୀଙ୍କ ଏହା ତୃତୀୟ ଫିଲ୍ମ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.