ETV Bharat / sitara

ଫ୍ୟାଟରୁ ଫିଟ ହେଲେ ଦେବସେନା

ଓଜନ କମାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ତେଲୁଗୁ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ । ନିଜର ଫିଟ୍ ଫଟୋ ସୋସିଆଲ ମିଡିଆରେ ସେୟାର କରି ସମସ୍ତଙ୍କୁ ନିଜ ୱେଟ ଲସ ସିକ୍ରେଟ ବିଷୟରେ ଜଣାଇଛନ୍ତି ଅନୁଷ୍କା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅନୁଷ୍କା ସେଟ୍ଟୀ
author img

By

Published : Jun 5, 2019, 7:34 PM IST

ମୁମ୍ବାଇ: ସାଉଥର ଫେମସ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ବ୍ଲକବଷ୍ଟର ଫିଲ୍ମ 'ବାହୁବଳୀ' ପରେ ଅଧିକ ଲୋକପ୍ରିୟ ହୋଇଥିଲେ । କିନ୍ତୁ ତାଙ୍କ ଅଭିନୟ ଠାରୁ ତାଙ୍କ ମୋଟାପଣକୁ ନେଇ ଅଧିକ ଚର୍ଚ୍ଚା ହୋଇଥାଏ । ତାଙ୍କୁ ମୋଟା ଅଭିନେତ୍ରୀରେ ମଧ୍ୟ ସାମିଲ କରି ଦେଇଥିଲେ ଦର୍ଶକ । ଏବେ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । କାରଣ ଏହି ସମୟରେ ସେ ନିଜ ୱେଟ ଲସକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଖାଲି ଏତିକି ନୁହେଁ ସୋସିଆଲ ମିଡିଆରେ ସେ କିଛି ଫଟୋ ସେୟାର କରି ନିଜ ଓଜନ କିପରି ହଟାଇଲେ ତାର ସିକ୍ରେଟ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

ଫଟୋରେ ଅନୁଷ୍କାଙ୍କ ନୂଆ ଅବତାର ଦେଖିବାକୁ ମିଳୁଛି । ଫଟୋ ଦେଖି ଜଣାପଡିଯାଉଛି ଯେ ଅନୁଷ୍କା ନିଜ ଶରୀରର ଓଜନ କମ କରିନେଇଛନ୍ତି । ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ଦ ମ୍ୟାଜିକ ୱେଟ ଲସ ପିଲ' । ଫଟୋ ଦେଖି ତାଙ୍କ ଫ୍ୟାନ୍ସ ନିହାତି ପାଗଳ ହୋଇଯିବେ । କିନ୍ତୁ ଏହାସହ ତାଙ୍କ ଶରୀର ଓଜନ କିପରି କମିଲା ତାହା ମଧ୍ୟ ଜାଣିବାକୁ ଚାହିଁବେ ।

ଜଣାଇ ଦେଉଛୁ ଯେ ଅନୁଷ୍କାଙ୍କ ୱେଟ ଲସ ଜର୍ନିରେ ତାଙ୍କ ନ୍ୟୁଟ୍ରିନିଷ୍ଟ ଲ୍ୟୁକ କ୍ୟାଟିହ୍ନେ ଗୋଟିଏ ବହି ଲେଖିଛନ୍ତି । ଯେଉଁଥିରେ ଅନୁଷ୍କାଙ୍କ ଶରୀର ଓଜନ କମିବା ଯାତ୍ରା ବିଷୟରେ ସବୁ କିଛି ଲେଖାଯାଇଛି ।

ବହିରେ ଅନୁଷ୍କାଙ୍କ ଶରୀରର ଓଜନ କମାଇବାର 62ଟି ଉପାୟ ଲେଖାଯାଇଛି । ଯାହାକୁ ପଢି ଆପଣ ମଧ୍ୟ ଫିଟ୍ ରହିପାରିବେ । ବହିରେ ଓଜନ କମାଇବା ସହ ହେଲଦି ଲାଇଫ ବଞ୍ଚିବାର ମଧ୍ୟ ଉପାୟ ବିଷୟରେ ଆଲୋଚନା କରାଯାଇଛି ।

ପ୍ରକାଶ ଥାଉକି ସାଉଥ ଫିଲ୍ମ ଇଣ୍ଟଷ୍ଟ୍ରିରେ ଅନୁଷ୍କା ବେଶ ପପୁଲାର । ତାଙ୍କ ସହ ବାହୁବାଳୀ ପ୍ରଭାସଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରିଥାଆନ୍ତି । ସେ ଅନେକ ତାମିଲ ଏବଂ ତେଲୁଗୁ ହିଟ୍ ଫିଲ୍ମ ଦେଇ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସାଉଥ ଇଣ୍ଡଷ୍ଟ୍ରିରେ ସ୍ଥାପନ କରିପାରିଛନ୍ତି ।

Intro:Body:

sdf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.