ETV Bharat / sitara

ବିରୁଷ୍କାଙ୍କ ଝିଅ ନାଁ ‘ଭାମିକା’ - ଅନୁଷ୍କାଙ୍କ ରାଜକୁମାରୀ ନାଁ 'ଭାମିକା'

ସୋସିଆଲ ମିଡିଆରେ ଝିଅର ନାଁ ପ୍ରକାଶ କଲେ ଅଭିନେତ୍ରୀ ଅନୁଷ୍କା ଶର୍ମା। ରାଜକୁମାରୀର ନାଁ 'ଭାମିକା' ରଖିଥିବା କହିଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ...

ବିରାଟ ଓ ଅନୁଷ୍କାଙ୍କ ରାଜକୁମାରୀ ନାଁ ଭାମିକା, ଅଭିନେତ୍ରୀ ସେୟାର କଲେ ଫଟୋ

author img

By

Published : Feb 1, 2021, 11:57 AM IST

ମୁମ୍ବାଇ: ପିତାମାତା ହେଲା ପରେ ବି ପୁଣି ଚର୍ଚ୍ଚାରେ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା। ଉଭୟ ଗତ କିଛିଦିନ ହେବ ଏକ କନ୍ୟା ସନ୍ତାନ ପ୍ରାପ୍ତି କରିଛନ୍ତି। ତେବେ ଉଭୟ ପତିପତ୍ନୀ ପାରିବାରିକ ଫଟୋ ସହିତ ନବଜାତ ଶିଶୁର ନାମ ଘୋଷଣା କରି ପୁଣି ଲାଇମ ଲାଇଟରେ ରହିଛନ୍ତି।

ବିରାଟ ଓ ଅନୁଷ୍କାଙ୍କ ରାଜକୁମାରୀ ନାଁ ଭାମିକା, ଅଭିନେତ୍ରୀ ସେୟାର କଲେ ଫଟୋ
ବିରାଟ ଓ ଅନୁଷ୍କାଙ୍କ ରାଜକୁମାରୀ ନାଁ ଭାମିକା, ଅଭିନେତ୍ରୀ ସେୟାର କଲେ ଫଟୋ

ସୋସିଆଲ ମିଡିଆରେ ଉଭୟ ତାଙ୍କ ରାଜକୁମାରୀର ନାଁ ଘୋଷଣା କରିବା ସହ 'ଭାମିକା' ରଖିଥିବା କହିଛନ୍ତି। ଝିଅର ଫଟୋ ସେୟାର କରି ଅନୁଷ୍କା ଲେଖିଛନ୍ତି, ଆମେ ଭଲପାଇବା, ସ୍ନେହ ଶ୍ରଦ୍ଧା ସହ ଏକାଠି ରହୁଛୁ। ହେଲେ ଏହି କୁନି ପରୀ ଜୀବନକୁ ଆଉ ଏକ ସ୍ତରକୁ ନେଇଯାଇଛି।

ଏହି କିଛି ମୁହୁର୍ତ୍ତ ଭିତରେ ହସ,ଲୁହ,ଚିନ୍ତା,ସୁଖ ଓ ଆର୍ଶୀବାଦ ସବୁ କିଛି ଅନୁଭୂତ ହୋଇଛି। ବର୍ତ୍ତମାନ ଶୋଇବା ଠିକଠାକ୍ ରହୁନାହିଁ ହେଲେ ଆମର ହୃଦୟ ଖୁସିରେ ପରିପୂର୍ଣ୍ଣ। ତେଣୁ ସମସ୍ତଙ୍କ ଶୁଭକାମନା, ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣାଉଛି ବୋଲି ଅନୁଷ୍କା ଇନଷ୍ଟାରେ ଲେଖିଛନ୍ତି।

ଜାନୁୟାରୀ 11ରେ ଅଭିନେତ୍ରୀ ଅନୁଷ୍କା ଓ କ୍ରିକେଟର ସ୍ବାମୀ କୋହଲି ଏକ ଶିଶୁ କନ୍ୟାର ପିତାମାତା ହୋଇଛନ୍ତି। ଗତ ବର୍ଷ ଅଗଷ୍ଟରେ ଏହି ଦମ୍ପତ୍ତି ଏକ ସନ୍ତାନ ପ୍ରାପ୍ତି କରିବାର ଖବର ସେୟାର କରିଥିଲେ। ଏବଂ 2020 ପରେ ଆମେ ଦୁଇରୁ ତିନି ହେବାକୁ ଯାଉଛୁ ବୋଲି ସୋସିଆଲ ମିଡିଆରେ ଲେଖିଥିଲେ।

ସୂଚନା ଥାଉକି, ଅନୁଷ୍କା ଏବଂ କୋହଲି 2017ରେ ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.