ETV Bharat / sitara

ହୃଦଘାତରେ କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ଦେହାନ୍ତ

ହୃଦଘାତରେ ଚାଲିଗଲେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଷ୍ଟାର ପୁନିତ ରାଜକୁମାର । ସ୍ତବ୍ଧ ସିନେ ଜଗତ । ଅଧିକ ପଢନ୍ତୁ...

author img

By

Published : Oct 29, 2021, 3:07 PM IST

Updated : Oct 29, 2021, 5:05 PM IST

ଆରପାରିରେ କନ୍ନଡ ଆକ୍ଟର ପୁନିତ ରାଜକୁମାର
ଆରପାରିରେ କନ୍ନଡ ଆକ୍ଟର ପୁନିତ ରାଜକୁମାର

ବେଙ୍ଗାଲୁରୁ: ଆଉ ନାହାନ୍ତି କନ୍ନଡର ପାୱାର ଷ୍ଟାର ପୁନିତ ରାଜକୁମାର । ହୃଦଘାତ ଯୋଗୁଁ ତାଙ୍କର ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୭ ବର୍ଷ ହୋଇଥିଲା । ସେପଟେ ତାଙ୍କ ବିୟୋଗରେ ଅନେକ ସେଲିବ୍ରିଟି, ଫ୍ୟାନ୍ସ ସ୍ତବ୍ଧ ହୋଇଯାଇଥିବା ବେଳେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

  • Shocked and deeply saddened by the tragic news of Puneeth Rajkumar's demise. One of the most humble people I've met and interacted with. Heartfelt condolences to his family and loved ones 🙏

    — Mahesh Babu (@urstrulyMahesh) October 29, 2021 " class="align-text-top noRightClick twitterSection" data=" ">

ତାଙ୍କୁ ଛାତିରେ ଯନ୍ତ୍ରଣା ହେବା ପରେ ସକାଳ ପ୍ରାୟ ସାଢେ ୧୧ଟା ସମୟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ସ୍ବାସ୍ଥ୍ୟବସ୍ଥା ନିରନ୍ତର ଭାବେ ଯାଞ୍ଚ କରୁଥିଲେ । କିନ୍ତୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗୁଡିବା ପରେ ତାଙ୍କୁ ICUକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ବିକ୍ରମ ହସ୍ପିଟାଲର ଡକ୍ଟର ରଙ୍ଗନାଥ ନାୟକ ସୂଚନା ଦେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସେ ନିଜ ଭାଇ ଓ ସୁପରଷ୍ଟାର ଶିବା ରାଜକୁମାରଙ୍କୁ ସେମାନଙ୍କ ଆଗାମୀ ଫିଲ୍ମ Bhajarangi 2 ପାଇଁ ଶୁଭେଚ୍ଛା ଜଣାଇଥିଲେ ।

କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି । ଏହାପରେ ପୁରା ସିନେମା ଜଗତ ହୋଇଯାଇଛି ସ୍ତବ୍ଧ । ଖୁବ କମ ବୟସରେ ସେ ଦୁନିଆ ଛାଡ଼ି ଚାଲିଯାଇଥିବା ବେଳେ ବିଭିନ୍ନ ମହଲରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ତେବେ ସୂଚନା ଥାଉ କି ପୁନିତ ହେଉଛନ୍ତି କନ୍ନଡ ସୁପରଷ୍ଟାର ଡକ୍ଟର ରାଜକୁମାରଙ୍କୁ ବଡ ପୁଅ ।

ଶିଶୁ କଳାକାର ଭାବେ ପାଇଥିଲେ ରାଷ୍ଟ୍ରୀୟ ପୁରସ୍କାର:-

ପୁନିତ ୧୨ଟି ଫିଲ୍ମରେ ଶିଶୁ କଳାକାର ଭାବେ ନଜର ଆସିଥିଲେ । ୧୯୮୬ ମସିହାରେ ଫିଲ୍ମ 'ବେଟ୍ଟଦ ହୁୱୁ' ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଶିଶୁ କଳାକାର ଭାବେ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମିଳିଥିଲା ।

'ଅପ୍ପୁ' ଫିଲ୍ମରୁ କରିଥିଲେ Lead ରୋଲ‌୍‌:-

୧୯୮୦ ଦଶକରେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ଆକ୍ଟର ପୁନିତ 'ଅପ୍ପୁ' ଫିଲ୍ମରେ ଲିଡ ରୋଲ୍‌ରେ ନଜର ଆସିଥିଲେ । ଏହି ଫିଲ୍ମଟି ହିଟ୍‌ ମଧ୍ୟ ହୋଇଥିଲା । ଏହାପରେ ପଛକୁ ଚାହିଁନଥିଲେ ପୁନିତ । ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଥିଲେ । ସେ ଆକାଶ(୨୦୦୫), ଆରସୁ(୨୦୦୭), ମିଲନ(୨୦୦୭) ଓ ବଂଶୀ(୨୦୦୮) ଭଳି ଫିଲ୍ମରେ ନିଜ ଅଭିନୟର ଜଲୱା ଦେଖାଇଥିଲେ ।

ଅଭିନୟ ପାଇଁ ପାଇଥିଲେ ସର୍ବଶ୍ରେଷ୍ଠ ପୁରସ୍କାର:-

୨୦୦୭ ମସିହାରେ 'ଆରସୁ' ପାଇଁ ତାଙ୍କୁ ଏକ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା । ଏହାପରେ ୨୦୦୮ ମସିହାରେ 'ମିଲନ' ଫିଲ୍ମରେ ନିଜ ଅଭିନୟ ପାଇଁ ସେ କର୍ଣ୍ଣାଟକର ସର୍ବଶ୍ରେଷ୍ଠ ଅଭିନେତାର ପୁରସ୍କାର ମଧ୍ୟ ହାତେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 29, 2021, 5:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.