ହାଇଦ୍ରାବାଦ: କମଲ ହାସନଙ୍କ ‘ଇଣ୍ଡିଆନ-2’ ସେଟରେ କ୍ରେନ୍ ପଡି 3ଜଣ କ୍ରୁ ମେମ୍ବରଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଏହି 3 ଜଣ ପରିବାରକୁ ସହାୟତା ରାଶି ଭାବେ 1 କୋଟି ଟଙ୍କା ପ୍ରଦାନ କରିଛନ୍ତି ଅଭିନେତା କମଲ୍ ହାସନ । ଦୁର୍ଘଟଣା ସମୟରେ ନିଜେ ଉପସ୍ଥିତ ଥିଲେ କମଲ ହାସନ ।
ସେ କହିଛନ୍ତି,‘ ଏହାକୁ ଲାଏକା ଷ୍ଟୁଡିଓରେ ନୁହେଁ ବରଂ ମୋ ନିଜ ପରିବାରରେ ହୋଇଥିବା ଦୁର୍ଘଟଣା । ଫିଲ୍ମ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ମାତ୍ର ଏଠାରେ କାମ କରୁଥିବା ଟେକନିସିଆନଙ୍କ ବୀମାର ବ୍ୟବସ୍ଥା କରାଯାଇପାରୁନି । କୌଣସି ବି ଇଣ୍ଡଷ୍ଟ୍ରିରେ ସୁରକ୍ଷା ଅନୁକମ୍ପା ରାଶି ରହିବା ଜରୁରୀ ’ ।
ପ୍ରକାଶଥାଉକି, ପ୍ରାୟ 150 ଫୁଟର ଲାଇଟ କ୍ରେନ୍ ଟେଣ୍ଟ ଉପରେ ପଡିଯାଇଥିଲା । ଏଥିରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 9 ଜଣ ଆହାତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମଧୁ(29), ନିର୍ଦ୍ଦେଶକ ସଙ୍କର ଶାନମୁଗନଙ୍କ ପର୍ସନାଲ ସହଯୋଗୀ, କ୍ରିଷ୍ଣା(60), ସହ-ନିର୍ଦ୍ଦେଶକ ଓ ଚନ୍ଦ୍ରନ(60), ଆର୍ଟ ସହଯୋଗୀ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ