ETV Bharat / sitara

‘ସଲାବୁଢ଼ାର ବଦଲା’କୁ ଜାତୀୟ ପୁରସ୍କାର - କୋଶଲି ଫିଚର ଫିଲ୍ମ ‘ସଲାବୁଢା ବଦଲା’

ସୋମବାର ଘୋଷଣା ହୋଇଯାଇଛି 67ତମ ଜାତୀୟ ପୁରସ୍କାର । ଯେଉଁଥିରେ ନିଜ ସ୍ଥାନ ସ୍ଥାପନ କରିବାରେ ସଫଳ ହୋଇଛି ଆଞ୍ଚଳିକ ଫିଲ୍ମ ‘ସଲାବୁଢ଼ାର ବଦଲା’ । ଅଧିକ ପଢନ୍ତୁ...

‘ସଲାବୁଢ଼ାର ବଦଲା’କୁ ଜାତୀୟ ପୁରସ୍କାର
‘ସଲାବୁଢ଼ାର ବଦଲା’କୁ ଜାତୀୟ ପୁରସ୍କାର
author img

By

Published : Mar 23, 2021, 8:06 AM IST

ସୁବର୍ଣ୍ଣପୁର: ‘ସଲାବୁଢାର ବଦଲା’କୁ ଜାତୀୟ ପୁରସ୍କାର । ସୁବର୍ଣ୍ଣପୁର ଜିଲ୍ଲାର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ କୋଶଲି ଫିଚର ଫିଲ୍ମ ‘ସଲାବୁଢା ବଦଲା’କୁ ୬୭ତମ ଜାତୀୟ ଫିଲ୍ମ ଫେୟାରରେ ସର୍ବଶ୍ରେଷ୍ଠ ଫିଲ୍ମର ମାନ୍ୟତା ମିଳିଛି । ‘ସଲାବୁଢା’ ଟ୍ରାୟୋଲୋଜିର ଏ ହେଉଛି ତୃତୀୟ ସିନେମା । ‘ସଲାବୁଢା’ ଓ ‘ଆଦିମ ବିଚାର’ର ଅପୁର୍ବ ସଫଳତା ପରେ ‘ସଲାବୁଢାର ବଦଲା’କୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ଏହି ଚଳଚ୍ଚିତ୍ରଟି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଗାଁରେ ସୁଟିଂ ହୋଇଥିବା ବେଳେ ଗ୍ରାମଞ୍ଚଳର ସାଧରଣ ଲୋକଙ୍କ ଚାଲି ଚଳଣିର ଝଲକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି।

‘ସଲାବୁଢ଼ାର ବଦଲା’କୁ ଜାତୀୟ ପୁରସ୍କାର

ଓଡିଆ ସଂସ୍କୃତି ଓ ପରମ୍ପରାର ନିଛକ ଝଲକ ପ୍ରଦର୍ଶିତ କରୁଥିବା ଏହି ସିନେମା ଏକ ସଶକ୍ତ ସାମାଜିକ ବାର୍ତ୍ତା ବହନ କରେ । କ୍ଷମା ଯେ ସର୍ବଶ୍ରେଷ୍ଠ ପ୍ରତିଶୋଧ ହୋଇପାରେ ତାହା ହିଁ ଏ ସିନେମାର ମୁଖ୍ୟ କଥା । ‘ସଲାବୁଢା’ ଫେମ ଅଟଳ ବିହାରୀ ପଣ୍ଡାଙ୍କ ସମେତ ଜଗଦାନନ୍ଦ ଛୁରିଆ, ପ୍ରଦ୍ୟୁମ୍ନ କୁମାର ସାହୁ, ଲୋଚନି ବାଗ ପ୍ରମୁଖଙ୍କ ନିଖୁଣ ଅଭିନୟ ଚଳଚ୍ଚିତ୍ରକୁ ଅନେକ ସଫଳତା ଦେଇଛି।

ଏହି ଟ୍ରାୟୋଲୋଜିର ‘ଆଦିମ ବିଚାର’ ପରେ ନ୍ୟୁ ଜେନେରେସନ ଫିଲ୍ମ ବ୍ୟାନରରେ ଦ୍ବିତୀୟ ସିନେମା ଭାବେ ଏହା ଜାତୀୟ ପୁରସ୍କାର ହାତେଇଛି । ସେହିପରି ସୁବର୍ଣ୍ଣପୁରର ଆଉ ଜଣେ ଯଶସ୍ବୀ ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ‘କାଲିର ଅତୀତ’ ଚଳଚ୍ଚିତ୍ରକୁ ଯୁଗ୍ମଭାବେ ଶ୍ରେଷ୍ଠ ଓଡିଆ ସିନେମା ଭାବରେ ଜାତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଏହାକୁ ନେଇ କଳାକାର ଓ ସାଧାରଣ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି ।

ବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.